ପ୍ରିତମ ପଣ୍ଡା

ଉଇକିପିଡ଼ିଆ ରୁ
ପ୍ରିତମ ପଣ୍ଡା

ଓଡ଼ିଆ ପାଟରେ ତିଆରି ପ୍ରିତମଙ୍କ ଡିଜାଇନ
ଜାତୀୟତା ଭାରତୀୟ
ଆଞ୍ଚଳିକତା ଓଡ଼ିଆ
ଶିକ୍ଷା ସେଣ୍ଟ ଭିନସେଣ୍ଟ ସ୍କୁଲ, ବାଲେଶ୍ଵର
ଜୀବିକା ଫ୍ୟାସନ ଡିଜାଇନର
ପ୍ରସିଦ୍ଧି ପାରମ୍ପରିକ ଓ ଆଧୁନିକ ପୋଷାକ ଡିଜାଇନ
ଘର ବାଲେଶ୍ଵର
ଦସ୍ତଖତ

ପ୍ରିତମ ପଣ୍ଡା ଓଡ଼ିଶାର ବାଲେଶ୍ଵରରେ ଜନ୍ମିତ ଜଣେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଫ୍ୟାସନ ଡିଜାଇନର । ତାଙ୍କର ଡିଜାଇନସବୁ ଫ୍ରାନ୍ସ, ଇଟାଲୀ, ଇଂଲଣ୍ଡ ଓ ବାକି ଅନେକ ଦେଶରେ ବିଭିନ୍ନ ଫ୍ୟାସନ ସୋ'ରେ ପ୍ରଦର୍ଶିତ ହୋଇଛି । ଫ୍ୟାସନ ପାଇଁ ତାଙ୍କର ଅବଦାନ ପାଇଁ ସେ ଶ୍ରେଷ୍ଠ ଓ କନିଷ୍ଠ ଫ୍ୟାସନ ଡିଜାଇନର ପୁରସ୍କାର ପାଇଛନ୍ତି । ତାଙ୍କର କାମରେ ଓଡ଼ିଆ ପାଟ, ରାଉତପୁରର ଗାମୁଛା ଓ ପାରମ୍ପରିକ ଲୁଗାର[୧] ବ୍ୟବହାର କରି ଆଧୁନିକ ପୋଷାକ ତିଆରି କରି ସେ ସାରା ଦେଶରେ ଚର୍ଚ୍ଚିତ ।

ଜୀବନ ଇତିହାସ[ସମ୍ପାଦନା]

ବାଲେଶ୍ଵରରେ ଜନ୍ମିତ ୨୮ ବର୍ଷୀୟ ପ୍ରିତମଙ୍କ ପିଲାଦିନ କଟିଥିଲା ନିଜ ସହରରେ । ବାଲେଶ୍ଵରର ସେଣ୍ଟ ଭିନସେଣ୍ଟ ସ୍କୁଲରେ ତାଙ୍କର ସ୍କୁଲ ପଢ଼ା ଶେଷ ପରେ ସେ ଫକିର ମୋହନ କଲେଜରୁ କମର୍ସରେ ସ୍ନାତକ ଶ୍ରେଣୀରେ ପଢ଼ା ଆରମ୍ଭ କରିଥିଲେ । ତାହା ପରେ ବିଗାନ ଓ ଲେଇ କଲେଜରେ ପଢୁଥିବା ତାଙ୍କ ଭଉଣୀ ପାଏଲ ପଣ୍ଡାଙ୍କ ଦ୍ଵାରା ପ୍ରଭାବିତ ହୋଇଥିଲେ ଫ୍ୟାସନ ଜଗତ ପ୍ରତି ଯାହା ତାଙ୍କୁ କଲିକତାର ଭବାନୀପୁର ଏଜୁକେସନ ସୋସାଇଟି କଲେଜକୁ ପଢ଼ିବା ପାଇଁ ଯାଇଥିଲେ । ତେବେ ପାରିବାରିକ ଅସୁବିଧା ତାଙ୍କ ପଢ଼ାରେ ବାଧା ପଡ଼ିଥିଲା । ଅଧା ଦିନ କଲେଜରେ ପଢ଼ା ଓ ବାକି ଅଧା ତାଙ୍କର ବିତୁଥିଲା ଏକ ଫ୍ୟାସନ ଷ୍ଟୁଡ଼ିଓରେ କାମ କରିବାରେ ଯାହା ତାଙ୍କୁ ବାସ୍ତବ ଫ୍ୟାସନ ଜଗତ ସହ ପରିଚିତ କରାଇଥିଲା ।

୨୦୦୩ରେ ସେ ନିଜ ଭଉଣୀ ପାଏଲଙ୍କ ସହ ମିଶି ମାତ୍ର ୧୫,୦୦୦ ଟଙ୍କାରେ ଆରମ୍ଭ କରିଥିଲେ ନିଜର ଫ୍ୟାସନ ଷ୍ଟୁଡ଼ିଓ । ତେବେ ନିଜର ଅସାଧାରଣ କାମ ପାଇଁ ତଙ୍କୁ ବିଶ୍ଵବିଖ୍ୟାତ ଫ୍ୟାସନ ଡିଜାଇନର ଆଲେକଜାଣ୍ଡର ମାକ କୁଇନଙ୍କ ସହ ଦୁଇମାସ କାମ କରିବାର ସୁଯୋଗ ମିଳିଥିଲା । [୨]

ଏବେ ତାଙ୍କ ତିଆରି ଭି.କେ.ଆଇ. ଏକ ବିଶ୍ଵପ୍ରସିଦ୍ଧ ଫ୍ୟାସନ ଷ୍ଟୁଡ଼ିଓ ।

ପୁରସ୍କାର[ସମ୍ପାଦନା]

  • ବର୍ଲଡ଼ ଚୋପାର୍ଡ ୟଙ୍ଗ ଆଣ୍ଟରପ୍ରନର ଆବାର୍ଡ (WCYEA), 2010, ଦୁବାଇ [୩]
  • ଅଲ-ଜହିର, ସିରିଆରେ ପ୍ରଦର୍ଶିତ କଟନ ଭିଣ୍ଟେଜ, ଫ୍ରାନସ, ଇଂଲଣ୍ଡ ଓ ଦୁବାଇରେ ଅନେକ ଫ୍ୟାସନ ସୋ[୪]
  • ଆଇ.ଜି ପୁରସ୍କାର
  • ଆଇ.ଆଇ.ଟି.ରେ ରନର୍ସ-ଅପ
  • କନିଷ୍ଠ ଡିଜାଇନର, ଫୁକେଟ ଫ୍ୟାସନ ମେଳା

ସାମାଜିକ ଅଙ୍ଗୀକାରବଦ୍ଧତା[ସମ୍ପାଦନା]

  • ପିପିଲି, ପୁରୀର ହାତକାମ ଶିଳ୍ପୀମାନଙ୍କ କାମ ଓ ଓଡ଼ିଶାର ଟସର ଆଦି କାମକୁ ନେଇ ସେ ଅନେକ ଆନ୍ତର୍ଜାତୀୟ ଫ୍ୟାସନ ପ୍ରଦର୍ଶନୀରେ ଓଡ଼ିଶାର ହସ୍ତତନ୍ତକୁ ପ୍ରଦର୍ଶନ କରିଛନ୍ତି । ଅଧୁନା ସେ ୫୨ ଜଣ ଓଡ଼ିଆ ବୁଣାକାରଙ୍କୁ ନେଇ ହାତତିଆରି ଓଡ଼ିଆ ଟସର କାମକୁ ନିଜ ଫ୍ୟାସନରେ ଯୋଡୁଛନ୍ତି ।[୫]
  • ରାଉତପୁରର ଗାମୁଛାରେ ବ୍ୟବହାର କରାଯାଉଥିବା ଏକ ପ୍ରାକୃତିକ ଉପାଦାନ ମ୍ୟୁଲକୁ ବ୍ୟବହାରକରି ପ୍ୟାରିସଠାରେ ଆୟୋଜିତ ଫ୍ୟାସନ ପ୍ରଦର୍ଶନୀରେ ଦେଖାଇଛନ୍ତି ।

ପ୍ରସିଦ୍ଧ କାମ[ସମ୍ପାଦନା]

  • ଭାରତୀୟ କ୍ଲାଏଣ୍ଟ: ବଲିଉଡ଼ର ଅଭିନେତ୍ରୀ ବିଦ୍ୟା ବଲାନ, ସେଲିନା ଜେଟଲି, କୋଏନା ମିତ୍ର, ମୁଗଧା ଗୋଡ଼ସେ, ମଲାଇକା ଆରୋରା ଖାନ, ତନାଜ କରିମ, ସେରଲିନ ଚୋପ୍ରା ଓ ଅନେକ ତାଙ୍କ ତିଆରି ପୋଷାକର ମଡ଼େଲ ହୋଇ ତାହା ପ୍ରଦର୍ଶନ କରିଛନ୍ତି ।
  • ବିଶ୍ଵ ସ୍ତରର କ୍ଲାଏଣ୍ଟ: ଜିନିଆ ଆଲବର୍ଟ, ହାଫିଆ ବାହିବି, ଟିମ ବିଙ୍ଗଲେଟ, ଲିସା ଉନୋର

ସଦସ୍ୟତା[ସମ୍ପାଦନା]

  • ହତେ କତିଅର
  • ଚେମ୍ବର ସିଣ୍ଡିକାଲେ ଦି ଲା କୁତର, ପ୍ୟାରିସ [୬]

ଦ୍ରଷ୍ଟବ୍ୟ[ସମ୍ପାଦନା]

  1. ଡିଜାଇନର ପ୍ଲାନେଟ
  2. Balasore boy turns couture king
  3. ପ୍ରଥମ ଓଡ଼ିଆ ଓ କନିଷ୍ଠ ଭାରତୀୟ ଭାବରେ ପ୍ରିତମ ପଣ୍ଡା ପାଇଲେ ବର୍ଲଡ଼ ଚୋପାର୍ଡ ୟଙ୍ଗ ଆଣ୍ଟରପ୍ରନର ଆବାର୍ଡ (WCYEA)
  4. ଫ୍ରାନସ, ଇଲଣ୍ଡ ଓ ଦୁବାଇର ଫ୍ୟାସନ ସୋରେ ପ୍ରିତମଙ୍କ ଡିଜାଇନର ପ୍ରଦର୍ଶନ
  5. Balasore boy turns couture king
  6. କାରିଓପାଥ

ବାହାର ଲିଙ୍କ[ସମ୍ପାଦନା]