ପ୍ରବୋଧ ତିର୍କୀ

ଉଇକିପିଡ଼ିଆ‌ରୁ
(ପ୍ରବୋଧ ତିର୍କିରୁ ଲେଉଟି ଆସିଛି)
ପ୍ରବୋଧ ତିର୍କି
Born (1984-10-06) ୬ ଅକ୍ଟୋବର ୧୯୮୪ (ବୟସ ୩୯)
ଲୁଲକିଡିହି, ସୁନ୍ଦରଗଡ଼, ଓଡ଼ିଶା
Parent(s)ୱାଲଟର ତିର୍କି, ରେଜିନା
Relativesଇଗ୍ନେଶ ତିର୍କୀ (ବଡ଼ ଭାଇ)
Awardsଏକଲବ୍ୟ ପୁରସ୍କାର

ପ୍ରବୋଧ ତିର୍କି ଜଣେ ଭାରତୀୟ ହକି ଖେଳାଳି ଓ ପୂର୍ବତନ ଅଧିନାୟକ ।[୧] ସେ ଜଣେ ମିଡ଼ଫିଲ୍ଡର ଭାବରେ ଖେଳନ୍ତି[୨] ଓ ୧୬୧ଟି ଆନ୍ତର୍ଜାତୀୟ ମ୍ୟାଚରେ ଭାରତକୁ ପ୍ରତିନିଧିତ୍ୱ କରିଛନ୍ତି ।[୩]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ପ୍ରବୋଧ ୧୯୮୪ମସିହାରେ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାର ଲୁଲକିଡିହିଠାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ୱାଲଟର ତିର୍କି ଓ ମାତାଙ୍କ ନାମ ରେଜିନା । ସେମାନେ ଥିଲେ ୭ ଭାଇ ଓ ସମସ୍ତେ ହକି ଖେଳନ୍ତି । ସବୁ ଭାଇମାନେ ସୁନ୍ଦରଗଡ଼ର "ଖାସି କପ"ର ନାମକରା ଖେଳାଳି ଥିଲେ । ତାଙ୍କ ବଡ଼ ଭାଇ ଇଗ୍ନେଶ ତିର୍କି ମଧ୍ୟ ଭାରତ ତରଫରୁ ଖେଳିବାର ସୁଯୋଗ ପାଇଛନ୍ତି ।

ଖେଳ ଜୀବନ[ସମ୍ପାଦନା]

ସେ ଭାରତ ପକ୍ଷରୁ ବେଲଜିୟମ ବିପକ୍ଷରେ ୨୦୦୧ ମସିହାରେ ନିଜର ପ୍ରଥମ ମ୍ୟାଚ ଖେଳିଥିଲେ । ସେ ୨୦୦୪ରେ ଅନୁଷ୍ଠିତ ଅଲମ୍ପିକରେ ଭାରତ ପକ୍ଷରୁ ଖେଳିଥିଲେ । ୨୦୦୭ରେ ଚେନ୍ନାଇଠାରେ ଅନୁଷ୍ଠିତ ହୋଇଥିବା ଏସୀୟ କ୍ରୀଡାରେ ତାଙ୍କ ନେତୃତ୍ତ୍ୱରେ ଭାରତ ଚାମ୍ପିୟନ ହୋଇଥିଲା । ଏହାବ୍ୟତିତ, ପ୍ରବୋଧ ୨୦୧୦ ଗୁଆଁଝୁ ଏସୀୟ କ୍ରୀଡାରେ କାଂସ୍ୟ, ୨୦୦୭ ଚାମ୍ପିୟନ୍ସ ଚାଲେଞ୍ଜରେ କାଂସ୍ୟ, ୨୦୦୭ ସୁଲତାନ ଆଜଲାନ ଶାହା ହକିରେ କାଂସ୍ୟ, ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡାରେ ରୌପ୍ୟ ଜିତିଥିବା ଭାରତୀୟ ଦଳରେ ଖେଳିଥିଲେ ।[୪]

ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. https://www.news18.com/news/india/prabodh-tirkey-is-new-hockey-skipper-263589.html
  2. https://www.outlookindia.com/newswire/story/prabodh-tirkey-to-lead-indian-team-in-asia-cup/493426
  3. http://orisports.com/PersonDetails.aspx?pId=ODE=
  4. "ପ୍ରବୋଧଙ୍କ ବିଶ୍ୱକପ ଅଭିଜ୍ଞତା". No. ସମ୍ବାଦ ୨୬/୧୧/୨୦୧୮ ପୃଷ୍ଠା ୧୭. Retrieved 26 November 2018.[permanent dead link]

ବାହାର ଲିଙ୍କ[ସମ୍ପାଦନା]