ପ୍ରଦୋଷ ବ୍ରତ

ଉଇକିପିଡ଼ିଆ‌ରୁ

ପ୍ରଦୋଷ ବ୍ରତ ବା ପ୍ରଦୋଷମ୍ ମହାଦେବ ପ୍ରଭୁ ଶିବଙ୍କୁ ସମର୍ପିତ I ପ୍ରତି ତ୍ରୟୋଦଶୀରେ ସାୟଂକାଳରେ ଏହି ପୂଜା ଉପାସନା ପାଳନ ହିନ୍ଦୁ ପରମ୍ପରା I[୧] ସୂର୍ଯ୍ୟାସ୍ତର ଦେଢଘଣ୍ଟା ପୂର୍ବ ଓ ଏକ ଘଣ୍ଟା ପରବର୍ତ୍ତୀ ସମୟକୁ କୁହାଯାଏ ପ୍ରଦୋଷ କାଳ I ଏହି ସମୟରେ ମହାଦେବଙ୍କୁ ପୂଜା କରିବା ଭାରତରେ ସର୍ବତ୍ର ପ୍ରଚଳିତ I ପ୍ରଦୋଷରେ ଉପବାସ ପାଳନ କଲେ ସନ୍ତାନ ଓ ଧନ-ସଂପଦ ସୁଖ ସହ ପ୍ରତିଷ୍ଠା ପ୍ରାପ୍ତି ହେଉଥିବା ବିଶ୍ୱାସ କରାଯାଏ I ସନ୍ତାନଆଶାୟୀ ମହିଳାମାନେ ଏହି ଦିନଟିକୁ ସ୍ୱତନ୍ତ୍ର ଭାବେ ପାଳିଥା’ନ୍ତି I ପବିତ୍ର ପ୍ରଦୋଷ କାଳରେ ଶିବଙ୍କୁ ପ୍ରାର୍ଥନା କଲେ ସକଳ ପାପରୁ ମୁକ୍ତି ମିଳିଥାଏ I[୨]

ପ୍ରଦୋଷ ବ୍ରତ ସହ ଏକାଧିକ କିମ୍ବଦନ୍ତୀ ଜଡ଼ିତ I ସମୁଦ୍ର ମନ୍ଥନ ବେଳେ ଯେଉଁ ବିଷ ବା ହଳାହଳ ଉତ୍ପନ ହୋଇଥିଲା ତାହାକୁ ମହାଦେବ ପାନ କରିଥିଲେ ପ୍ରଦୋଷ କାଳରେ I ଅନ୍ୟ ଏକ କିମ୍ବଦନ୍ତୀ ଅନୁଯାୟୀ ପ୍ରତି ତ୍ରୟୋଦଶୀ ପ୍ରଦୋଷ କାଳରେ ଶିବ ପାର୍ବତୀ ଅତ୍ୟନ୍ତ ପ୍ରସନ୍ନ ଚିତ୍ତ ରହୁଥିବାରୁ ଏହି ସମୟରେ ଭକ୍ତ ଶ୍ରଦ୍ଧାଳୁଙ୍କର ସମସ୍ତ ମନୋବାଞ୍ଛା ପୂରଣ କରିଥାନ୍ତି I[୩] ଏହି ଦିନ ମହାଦେବଙ୍କୁ ବିଲ୍ୱପତ୍ର ଅର୍ପଣ କରାଯାଏ I ପ୍ରତି ମାସରେ ଦୁଇଥର ପ୍ରଦୋଷ ପଡ଼ିଥାଏ ଏବଂ ଏହିଦିନମାନଙ୍କରେ ଶୈବ ଉପାସକମାନେ ବ୍ରତ ରଖିଥାନ୍ତି I[୪] କେତେକ ନିର୍ଜଳ ଉପବାସ ପାଳିଥାନ୍ତି I ସନ୍ଧ୍ୟା ପୂଜା ପରେ ଯାଇ ପ୍ରସାଦ ସେବନ କରନ୍ତି I ହିନ୍ଦୁ ଧାର୍ମିକ ପରମ୍ପରାରେ ସୋମବାରଟି ମହାଦେବଙ୍କୁ ସମର୍ପିତ ହୋଇଥିବାରୁ ଏହିବାରରେ ପ୍ରଦୋଷ ପଡ଼ିଲେ ଏହାକୁ ଅତ୍ୟନ୍ତ ଶୁଭଙ୍କର ବୋଲି ଗ୍ରହଣ କରାଯାଏ I ପ୍ରଦୋଷରେ ମନ୍ଦିରକୁ ଯାଇ ମହାଦେବ ଦର୍ଶନ ବିଧେୟ I ପ୍ରଦୋଷ ବ୍ରତ ସହ ପବିତ୍ର ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପକଲେ ଏହି ଦିନରେ ଅଶେଷ ପୁଣ୍ୟ ମିଳେ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି I[୫] ପ୍ରତିବର୍ଷ ଶିବଙ୍କର ଏହି ପ୍ରଦୋଷ ବ୍ରତ କାର୍ତ୍ତିକ ମାସ ପୂର୍ବରୁ ହିଁ ପଡ଼ିଥାଏ I ଓଡ଼ିଶାରେ ବିଶେଷକରି ଗ୍ରାମାଞ୍ଚଳରେ ପ୍ରଦୋଷ ବ୍ରତ ଏଯାବତ୍ ଅତ୍ୟନ୍ତ ଭକ୍ତି ଓ ନିଷ୍ଠାର ସହିତ ପାଳିତ ହୋଇ ଆସୁଅଛି I ଶିବଭକ୍ତମାନେ ଏହି ଦିନ ହର ହର ମହାଦେବଙ୍କୁ ଦର୍ଶନ କରି ପବିତ୍ର ଶିବ ପଞ୍ଚାକ୍ଷରୀ ଜପ କରିଥାନ୍ତି I ଏହିଦିନରେ ଗରିବଲୋକଙ୍କୁ ଅନ୍ନଦାନ କଲେ ଅଶେଷ ପୁଣ୍ୟ ମିଳିଥାଏ I

ଆଧାର[ସମ୍ପାଦନା]

  1. "pradhoSham dates for current year (April 2011 - April 2012)". shaivam.org. 2012. Retrieved 4 November 2012. This varatam is observed (approximately) between 4.30 to 6.30 pm on the trayodashi day (thirteenth moon day)
  2. "Pradosha Pooja- How to observe Shiva Pradosha Pooja- What is Pradosha? | AstroPeep.com". astropeep.com. 2012. Archived from the original on 21 October 2012. Retrieved 4 November 2012. It is believed that worshipping Lord Shiva at Pradosh day will relieve from sins
  3. "Importance Of Pradosham - Pradhosha Vrata Significance, Meaning Of Pradosham Vratam". festivals.iloveindia.com. 2012. Retrieved 4 November 2012. Lord Shiva and Parvati. On the Trayodashi day during the evening twilight, the couple is said to be in a propitious and favorable mood. Hence, all prayers and grants demanded by a sincere and loyal devotee are easily fulfilled
  4. "Pradosh Vrat 2011 | Pradosham-2011 | Pradosha Vrat Vidhi". astrobix.com. 2012. Archived from the original on 10 September 2012. Retrieved 4 November 2012. No food is taken in this fast.
  5. "Lord Shiva And Pradosh Vrat or Fasts". s-a-i.info. 2012. Archived from the original on 3 November 2012. Retrieved 4 November 2012. This is followed by the recitation of the Maha Mrityunjaya Mantra 108 times.