ପ୍ରତାପ ଚନ୍ଦ୍ର ଭଞ୍ଜଦେଓ

ଉଇକିପିଡ଼ିଆ‌ରୁ
ମହାରାଜା

ପ୍ରତାପ ଚନ୍ଦ୍ର ଭଞ୍ଜଦେଓ
ଜନ୍ମ(1901-02-18)୧୮ ଫେବୃଆରୀ ୧୯୦୧
ମୃତ୍ୟୁ୧୬ ଜୁଲାଇ ୧୯୬୮(1968-07-16) (ବୟସ ୬୭)
ଜାତୀୟତାଭାରତୀୟ
ବୈବାହିକ-ସାଥୀପ୍ରେମକୁମାରୀ ଦେବୀ

ପ୍ରତାପ ଚନ୍ଦ୍ର ଭଞ୍ଜଦେଓ, ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ଦ୍ୱିତୀୟ ପୁତ୍ର । ବଡ଼ଭାଇ ପୂର୍ଣ୍ଣଚନ୍ଦ୍ରଙ୍କ ପରେ ପ୍ରତାପ ଚନ୍ଦ୍ର ୨୩ ଅପେଲ ୧୯୨୮ରେ ଶାସନ ଭାର ଗ୍ରହନ କରିଥିଲେ । ସେ ରାଜପୁତନାର ସାହାପୁର ଷ୍ଟେଟର ମେବାର ରାଜବଂଶୀୟ ଜେମା ପ୍ରେମକୁମାରୀଙ୍କୁ ବିବାହ କରିଥିଲେ । ଭାରତର ସ୍ୱାଧୀନତା ପୂର୍ବରୁ ପ୍ରତାପ ଚନ୍ଦ୍ରଙ୍କ ନିର୍ଦ୍ଦେଶରେ ପ୍ରଜା ସଭା ଗଠିତ ହୋଇ ବିଭିନ୍ନ ସଂସ୍କାର ମୂଳକ ପଦକ୍ଷେପ ମାନ ନିଆଯାଇଥିଲା । ୧୯୪୮ ଅକ୍ଟୋବର ୧୬ ତାରିଖରେ ଭାରତ ସରକାରଙ୍କ ସହ ହୋଇଥିବା ଚୁକ୍ତିନାମା ମୁତାବକ ୧୯୪୯ ମସିହା ଜାନୁଆରୀ ମାସ ୧ ତାରିଖ ଦିନ ମୟୂରଭଞ୍ଜ ରାଜ୍ୟର ଓଡ଼ିଶା ସହ ମିଶ୍ରଣ ହୋଇଥିଲା ।

ମହାରାଜା ପ୍ରତାପ ଚନ୍ଦ୍ର ୧୯୬୮ ମସିହା ଜୁଲାଇ ମାସ ୧୬ ତାରିଖରେ କଲିକତାଠାରେ ପ୍ରାଣ ତ୍ୟାଗ କରିଥିଲେ । [୧]

ଆଧାର[ସମ୍ପାଦନା]

  1. ସୂର୍ଯ୍ୟପ୍ରଭା, ୧୮ ଫେବୃଆରୀ ୨୦୧୩, ପୃଷ୍ଠା: ଆ