ପେନ୍‌ସିଲ

ଉଇକିପିଡ଼ିଆ‌ରୁ
ଏଚ୍‌ବି ଗ୍ରାଫାଇଟ୍ ପେନ୍‌ସିଲ୍

ପେନ୍‌ସିଲ୍ (ଇଂରାଜୀ ଉଚ୍ଚାରଣ: /ˈpɛnsəl/ (listen)) ହେଉଛି ଏକ ମାଧ୍ୟମ ଯାହାକି 'ଲେଖିବା' କିମ୍ବା 'ଚିତ୍ରାଙ୍କନ' ସମୟରେ ବ୍ୟବହାର କରାଯାଇଥାଏ । ସାଧାରଣତଃ ଏହା ଏକ ସରୁ, କଠିନ ରଙ୍ଗୀନ କୋର୍କୁ ନେଇ ତିଆରି କରାଯାଏ । ଏହାକୁ ବ୍ୟବହାର ଉପଯୋଗୀ କରିବା ଓ ନ-ଭାଙ୍ଗିବା ପାଇଁ ଏକ ଶକ୍ତ ଖୋଳ ଭିତରେ ରଖା ଯାଇଥାଏ ।

ପେନ୍‌ସିଲ୍ ବ୍ୟବହାର ସମୟରେ, ଭୌତିକ ଘର୍ଷଣ (physical abrasion) ଯୋଗୁଁ ଦାଗ ପଡେ ଓ ଏହା କାଗଜ କିମ୍ବା ଅନ୍ୟ କୌଣସି ବସ୍ତୁର ପୃଷ୍ଠଭାଗରେ ଏହାର କଠିନ ରଙ୍ଗୀନ କୋର୍ ପଦାର୍ଥର ଚିହ୍ନ ଛାଡ଼ିଯାଏ । ଏହା କଲମଠାରୁ କିଛିଟା ଅଲଗା, କଲମରୁ ତରଳ କିମ୍ବା ଦ୍ରବଣ (ଜେଲ୍) ଭଳି ସ୍ୟାହି ଝରିଥାଏ ଯାହାକି ହଲକା ରଙ୍ଗର କାଗଜ ଉପରେ ଚିହ୍ନ ଛାଡ଼ିଯାଏ ।

ଅଧିକାଂଶ ପେନ୍‌ସିଲ୍ କୋର୍ ଗ୍ରାଫାଇଟ ସହ କର୍ଦ୍ଦମ (clay binder) ମିଶେଇ ତିଆରି କରାଯାଏ; ଏହା ସହଜରେ ଲିଭାଯାଇ ପାରୁଥିବା 'କଳା' କିମ୍ବା 'ଧୂସର' ଦାଗ ଛାଡିଯାଏ । ଏହି ଗ୍ରାଫାଇଟ ପେନ୍‌ସିଲ୍ ଗୁଡ଼ିକ ଉଭୟ ଲେଖିବା ଓ ଚିତ୍ର କରିବାପାଇଁ ବ୍ୟବହାର କରାଯାଏ, ଏହା ଦୀର୍ଘସ୍ଥାୟୀ ଅଟେ । ଯଦିଓ ଲେଖାଗୁଡ଼ିକୁ ଏକ ଇରେଜର (eraser) ସାହାଯ୍ୟରେ ଲିଭାଯାଇପାରିବ, ଏହା ଉପରେ ଆଦ୍ରତା, ଅଧିକାଂଶ ରସାୟନ ଓ ଅତି ବାଇଗଣୀ ରଶ୍ମି କୌଣସି ପ୍ରଭାବ ପକାଇ ନଥାଏ ।

ଇତିହାସ[ସମ୍ପାଦନା]

ଗଠନ[ସମ୍ପାଦନା]

ପ୍ରକାର[ସମ୍ପାଦନା]

ବିପଦ[ସମ୍ପାଦନା]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

ସହାୟକ ଗ୍ରନ୍ଥ[ସମ୍ପାଦନା]

  • Petroski, Henry (1990). The Pencil: A History of Design and Circumstance. New York: Alfred A. Knopf. ISBN 0-394-57422-2.

ଅଧିକ ପଢନ୍ତୁ[ସମ୍ପାଦନା]

  • Petroski, Henry. H. D. Thoreau, Engineer. Vol. 5. pp. 8–16. {{cite book}}: |journal= ignored (help)

ବାହାର ଲିଙ୍କ[ସମ୍ପାଦନା]