ପୂର୍ଣ୍ଣିମା

ଉଇକିପିଡ଼ିଆ ରୁ
(ପୁର୍ଣ୍ଣିମା ରୁ ଲେଉଟି ଆସିଛି)
Full moon rising, seen through the Belt of Venus

ଶୁକ୍ଳପକ୍ଷର ଶେଷ ଦିନ (ପଞ୍ଚଦଶୀ ତିଥି) କୁ ପୂର୍ଣ୍ଣିମା କୁହାଯାଏ । ପୂର୍ଣ୍ଣିମା ପରଦିନଠାରୁ କୃଷ୍ଣପକ୍ଷ ଆରମ୍ଭ ହୁଏ ।

ପର୍ବପର୍ବାଣୀ [ସମ୍ପାଦନା]

  • ବୈଶାଖ ପୂର୍ଣ୍ଣମୀ: ଶ୍ରୀକୃଷ୍ଣଙ୍କର ଫୁଲଦୋଳ (ପୁଷ୍ପଦୋଳା) ଉତ୍ସବ ହୁଏ ।
  • ଆଷାଢ଼ ପୂର୍ଣ୍ଣିମା: ଗୁରୁ ପୂର୍ଣ୍ଣିମା: ମହର୍ଷି ବ୍ୟାସଦେବଙ୍କ ଜନ୍ମଦିନ ।
  • ଶ୍ରାବଣ ପୂର୍ଣ୍ଣମୀ: ଗହ୍ମାପୂର୍ଣ୍ଣମୀ : ବଳରାମ (ବଳଦେବ)ଙ୍କର ଜନ୍ମଦିନ ।
  • ଭାଦ୍ରବ ପୂର୍ଣ୍ଣିମା: ଇନ୍ଦୁପୂର୍ଣ୍ଣିମା : ଭାଗବତ ଜନ୍ମ ।
ପଦ୍ମପୁରାଣର ଷଷ୍ଠ ଅଧ୍ୟାୟ ଅନୁଯାୟୀ ଭଗବାନ ଶ୍ରୀକୃଷ୍ଣ ପରମଧାମ ଗମନ କଲାପରେ, କଳିଯୁଗ ୩୦ବର୍ଷ ଭୋଗ କଲାପରେ ଭାଦ୍ରବ ମାସ ନବମୀ ତିଥିରେ ଶୁକଦେବ ରାଜା ପରୀକ୍ଷିତଙ୍କୁ ଭାଗବତ କଥା ଶୁଣାଇବା ଆରମ୍ଭ କରିଥିଲେ ୤
ବ୍ୟାସଙ୍କ କୃତ ଭାଗବତରେ ୩୩୫ଟି ଅଧ୍ୟାୟ, ୧୪,୦୭୯ଟି ଶ୍ଳୋକ ଓ ୧,୦୨୯ଟି ଉବାଚ ରହିଥିଲା ୤
ପୌରାଣିକ ମତେ ଏ ଦିନ ରାତିରେ ଲକ୍ଷ୍ମୀ ଠାକୁରାଣୀ ଘରଘର ବୁଲି ଦେଖନ୍ତି ଓ ପଚାରନ୍ତି “କୋଜାଗର୍ତ୍ତି”- କିଏ ଚେଇଁ ଅଛି? ଯେ ଚେଇଁ ଥାଏ ତାହା ପ୍ରତି ପ୍ରସନ୍ନା ହୁଅନ୍ତି, ଯେ ଶୋଇ ଥାଏ ତାହାଠାରୁ ଛାଡ଼ି ଯାଆନ୍ତି ।
ଏ ଦିନ ସନ୍ଧ୍ୟାବେଳେ ଚନ୍ଦ୍ରଙ୍କୁ ପୂଜା ହୋଇଥିବା ଚାନ୍ଦଭୋଗ ଖୁଆଖୋଇ ହୋଇ କୁମାରମୁମାରୀମାନେ ଆପଣା ମଧ୍ୟରେ ଚାନ୍ଦ ଡକାଡକି ହୋଇ ମୈତ୍ରୀ ପ୍ରତିଷ୍ଠା କରନ୍ତି ୤

ଆଧାର [ସମ୍ପାଦନା]

ଅଧିକ ତଥ୍ୟ [ସମ୍ପାଦନା]