ପରମହଂସ ଯୋଗାନନ୍ଦ

ଉଇକିପିଡ଼ିଆ ରୁ
ପରମହଂସ ଯୋଗାନନ୍ଦ
ପରମହଂସ ଯୋଗାନନ୍ଦ
ଧର୍ମ ହିନ୍ଦୁ
ଜନ୍ମ ତାରିଖ ୫ ଜାନୁଆରି ୧୮୯୩(1893-01-05)
ଜନ୍ମସ୍ଥାନ ଗୋରଖପୁର,ଉତ୍ତରପ୍ରଦେଶ
ଜନ୍ମ ନାମ ମୁକୁନ୍ଦଲାଲ ଘୋଷ
ତିରୋଧାନ ୭ ମାର୍ଚ, ୧୯୫୨ (୫୯ ବର୍ଷ)
ତିରୋଧାନ ସ୍ଥାନ ଲସ୍ ଏଞ୍ଜେଲସ୍,କ୍ୟାଲିଫର୍ନିଆ,ଯୁକ୍ତରାଜ୍ୟ ଆମେରିକା
ଉପାଧୀ ପରମହଂସ
ଖ୍ୟାତ କ୍ରିୟାଯୋଗର ବିଶ୍ଵବ୍ୟାପୀ ପ୍ରଚାର
ରଚନାବଳୀ ଯୋଗୀର ଆତ୍ମଚରିତ (Autobiography of a Yogi),God talks with Arjuna,The Second Coming of Christ
ବେବସାଇଟ www.yssofindia.org/‎

ପରମହଂସ ଯୋଗାନନ୍ଦ (‌୧୮୯୩-୧୯୫୨) ବିଂଶ ଶତାବ୍ଦୀର ଜଣେ ବିଖ୍ୟାତ ଆଧ୍ୟାତ୍ମିକ ଗୁରୁ,ଯୋଗୀ ଓ ସନ୍ଥ ଥିଲେ । ସେ ଭାରତରେ ଯୋଗଦା ସତସଙ୍ଗ ସୋସାଇଟି ଅଫ ଇଣ୍ଡିଆ ଓ ଆମେରିକାରେ ସେଲଫ୍ ରିଏଲାଇଜେସନ ଫେଲୋସିପର ପ୍ରତିଷ୍ଠାତା | ପ୍ରଥମ ଭାରତୀୟ ଗୁରୁ ଭାବରେ ସେ ନିଜ ଜୀବନର ସମସ୍ତ କାର୍ଯ୍ୟ ପାଶ୍ଚାତ୍ୟରେ କରିଥିଲେ |ଯୋଗାନନ୍ଦ ୧୯୨୦ ମସିହାରେ ଆମେରିକାକୁ ପ୍ରସ୍ଥାନ କରିଥିଲେ | ସେ ସମଗ୍ର ଆମେରିକା ଭ୍ରମଣ କରି ଭାଷଣ ଦେଇ ଭାରତୀୟ ଦର୍ଶନ ଓ କ୍ରିୟାଯୋଗର ପ୍ରଚାର କରିଥିଲେ | ସେ ନିଜ ଜୀବନ ଭାଷଣ ଦେବାରେ,ପୁସ୍ତକ ରଚନାରେ ଓ ନିରନ୍ତର ବିଶ୍ଵବ୍ୟାପୀ କାର୍ଯ୍ୟରେ ଅତିବାହିତ କରିଥିଲେ | ସେ ଏକ ଉତ୍କୃଷ୍ଟ ଆଧ୍ୟାତ୍ମିକ ପୁସ୍ତକ ଅଟୋବାୟୋଗ୍ରାଫୀ ଅଫ ଏ ଯୋଗୀ ର ରଚୟିତା |ଏହାର ଲକ୍ଷ-ଲକ୍ଷ ପ୍ରତି ବିକ୍ରି ହୋଇଥିଲା ଏବଂ ଏହା ସର୍ବଦା ଏକ ଲୋକପ୍ରିୟ ଆଧ୍ୟାତ୍ମିକ ଗ୍ରନ୍ଥ ଭାବରେ ପରିଗଣିତ ହୋଇଅଛି | ଓଡ଼ିଆରେ ଏହା ଯୋଗୀର ଆତ୍ମଚରିତ ନାମରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି|

ଅଟୋବାୟୋଗ୍ରାଫୀ ଅଫ ଏ ଯୋଗୀର ପ୍ରଥମ ସଂସ୍କରଣ(୧୯୪୬)