ନ’ ଅଙ୍କ ଦୁର୍ଭିକ୍ଷ

ଉଇକିପିଡ଼ିଆ ରୁ


A 1907 map of Orissa, shown as the southwestern region of Greater Bengal. Coastal Balasore district was one of the worst-hit areas in the Orissa famine of 1866.

ନ’ ଅଙ୍କ ଦୁର୍ଭିକ୍ଷ ପୁରୀର ଗଜପତି ମହାରାଜା ଦିବ୍ୟସିଂହଦେବ ରାଜତ୍ଵର ନବମ ବର୍ଷ ବା ନଅ ଅଙ୍କରେ (୧୮୬୬-୬୭ ମସିହା) ଓଡିଶାରେ ହୋଇଥିଲା । ଏଭଳି ଭୟାବହ ଦୁର୍ଭିକ୍ଷର ଇତିହାସରେ କୌଣସି ପଟାନ୍ତର ନାହିଁ । ଭାରତର ପୂର୍ବାଞ୍ଚଳ ମାନ୍ଦ୍ରାଜର ଉତ୍ତରକୁ ୧,୮୦,୦୦୦ ମାଇଲ ବ୍ୟାପୀ ସ୍ଥାନରେ ୪୭,୫୦୦,୦୦୦ ଲୋକ ଦୁର୍ଭିକ୍ଷର ଶିକାର ହୋଇଥିଲେ ଯାହା ମଧ୍ୟରେ ଓଡିଶା ଥିଲା । ଓଡିଶାରେ ଏହାର ପ୍ରଭାବ ଅଧିକ ଥିବାର କାରଣ ମଧ୍ୟରୁ ଏହା ଦେଶର ଅନ୍ୟାନ୍ୟ ସ୍ଥାନଠାରୁ ଗମନାଗମନ ପଥ ନ ଥିବାରୁ ଅଲଗା ହୋଇ ରହିଥିଲା [୧] । କେବଳ ଓଡିଶାର ଲୋକସଂଖ୍ୟାର ଏକ ତୃତୀୟାଂଶ ଲୋକ (ଏକ ନିୟୁତ) ଏହାର ଶିକାର ହୋଇଥିଲେ ।

କାରଣ[ସମ୍ପାଦନା]

ଏହା ପୂର୍ବରୁ ୧୮୬୫ ମସିହାରେ ଏହି ରାଜ୍ୟ ମରୁଡ଼ି ପ୍ରପୀଡ଼ିତ ହୋଇଥିଲା । ଏହି ବର୍ଷ ବର୍ଷା ବହୁତ ଅଳ୍ପ ହୋଇ ଅଦିନରେ ସରିଗଲା । ତଦାନ୍ତନୀନ ଇଂରେଜ ସରକାରର ବେଙ୍ଗଲ ବୋର୍ଡ ଅଫ ରେଭେନ୍ୟୁ ମରୁଡ଼ିର କ୍ଷୟକ୍ଷତି ଆକଳନ ଓ ମରୁଡି ପ୍ରପୀଡିତ ଲୋକଙ୍କ ସଂଖ୍ୟା ସଠିକ ଭାବେ ହିସାବ କରି ପାରି ନ ଥିଲେ । ଗଚ୍ଛିତ ଖାଦ୍ୟ ମଇ ୧୮୬୬ ସୁଦ୍ଧା ସରିଗଲା ଓ ତା ପରେ ପ୍ରବଳ ବର୍ଷା ହୋଇ ବନ୍ୟା ଆସିଗଲା ।

ଦୁର୍ଭିକ୍ଷ ଓ ଖାଦ୍ୟ ଯୋଗାଣ[ସମ୍ପାଦନା]

ରାସ୍ତା ଘାଟର ଅବସ୍ଥା ସେତେବେଳେ ବହୁତ ଶୋଚନୀୟ ଥିବାରୁ ଖାଦ୍ୟ ଯୋଗାଣ ମଧ୍ୟ ସଠିକ ଭାବେ ହୋଇପାରି ନ ଥିଲା । ସ୍ଥଳ ପଥରେ ଖରାପ ପାଗ ଓ ରାସ୍ତା ଯୋଗୁ ଖାଦ୍ୟ ଯୋଗାଣ ସମ୍ଭବ ହେଲା ନାହିଁ । ଜଳ ପଥରେ ସବୁ ଅଞ୍ଚଳକୁ ମଧ୍ୟ ଯୋଗାଣ ହୋଇପାରିଲା ନାହିଁ । ୧୦,୦୦୦ ଟନ ଚାଉଳ ଆମଦାନୀ କରି ଯୋଗେଇଲା ବେଳକୁ ସେପ୍ଟେମ୍ବର ମାସ ହୋଇଯାଇଥିଲା [୧]। ଏଣୁ ୧୮୬୬-୬୭ ମସିହାରେ ଦୁର୍ଭିକ୍ଷ ହେଲା ।

ମୃତ୍ୟୁର କାରଣ[ସମ୍ପାଦନା]

ଏହି ଦୁର୍ଭିକ୍ଷରେ ପ୍ରାୟ ଲକ୍ଷ ଲୋକ ମୃତ୍ୟୁ ବରଣ କରିଥିଲେ । ଖାଦ୍ୟ ଅଭାବ ଯୋଗୁ, ଅଖାଦ୍ୟ ଖାଇବା ଯୋଗୁ, ଅଖାଦ୍ୟ ଖାଇ କଲେରା ରୋଗରେ ପୀଡିତ ହେବା ଯୋଗୁ ଓ ପରେ ପରେ ମ୍ୟାଲେରିଆ ତଥା ଅନ୍ୟାନ୍ୟ ରୋଗରେ ପୀଡିତ ହେବା ଯୋଗୁ ଲୋକମାନେ ମରିଥିଲେ । ୧୮୬୮ ମସିହା ବେଳକୁ ଯଥେଷ୍ଟ ଖାଦ୍ୟ ଯୋଗାଣ ହେବାରୁ ଦୁର୍ଭିକ୍ଷର ଅନ୍ତ ହେଲା ।

ଆଧାର[ସମ୍ପାଦନା]

ଅଧିକ ଦେଖନ୍ତୁ[ସମ୍ପାଦନା]