ନୃସିଂହ ଚତୁର୍ଦ୍ଦଶୀ

ଉଇକିପିଡ଼ିଆ‌ରୁ
(ନୃସିଂହ ଜନ୍ମ ବ୍ରତରୁ ଲେଉଟି ଆସିଛି)
ନୃସିଂହ ଚତୁର୍ଦ୍ଦଶୀ
ଅନ୍ୟ ନାମନୃସିଂହ ଜୟନ୍ତୀ
ପାଳନକାରୀହିନ୍ଦୁ ଧର୍ମାମ୍ବଲମ୍ବୀ
ପ୍ରକାରଧାର୍ମିକ
ବିଶେଷତାନୃସିଂହଙ୍କ ଜନ୍ମଦିନ
ପର୍ବ ପାଳନପୂଜା, ବ୍ରତ, ଉପବାସ
ତାରିଖବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ
୨୦୨୩ ତାରିଖ୦୪ ମଇ (ଗୁରବାର)
୨୦୨୪ ତାରିଖdate missing (please add)

ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ହିନ୍ଦୁ ଧର୍ମାବଲମ୍ବୀଙ୍କଦ୍ୱାରା ପାଳନ କରାଯାଏ ।[୧] ଲୋକ ବିଶ୍ୱାସ ଅନୁସାରେ ବିଷ୍ଣୁଙ୍କର ଦଶାବତାର ମଧ୍ୟରେ ନୃସିଂହ ଚତୁର୍ଥ ଅବତାର ଅଟନ୍ତି । ନର (ମଣିଷ) ଓ ସିଂହର ମିଶ୍ରଣକୁ ନୃସିଂହ କୁହାଯାଏ । ସିଂହର ମସ୍ତକ ଓ ମନୁଷ୍ୟ ଶରୀର ଧାରଣ କରି ନୃସିଂହ ବୈଶାଖ ମାସ ଶୁକ୍ଳ ଚତୁର୍ଦ୍ଦଶୀରେ ଆବିର୍ଭାବ ହୋଇଥିଲେ । ଭକ୍ତ ପ୍ରହ୍ଲାଦଙ୍କୁ ନିର୍ଯାତନା ମୁକ୍ତ କରିବା ପାଇଁ ନୃସିଂହ ରୂପରେ ସ୍ତମ୍ଭରୁ ବାହାରି ରାଜା ହିରଣ୍ୟକଶିପୁଙ୍କୁ ବିଦାରଣ କରିଥିବାର ବର୍ଣ୍ଣନା ରହିଛି ।[୨]

ପାଳନ ବିଧି[ସମ୍ପାଦନା]

ଏକାଦଶୀ ବ୍ରତ ଉପବାସ ବିଧି ଭଳି ନୃସିଂହ ଜୟନ୍ତୀ ପାଳନ କରାଯାଏ । ନୃସିଂହ ଜୟନ୍ତୀର ଦିନକ ପୂର୍ବରୁ ବ୍ରତଧାରୀମାନେ ଦିନରେ ମାତ୍ର ଥରେ ଖାଦ୍ୟ ଗ୍ରହଣ କରନ୍ତି । ସମସ୍ତ ପ୍ରକାର ଶସ୍ୟ ସେବନକୁ ଏହି ବ୍ରତରେ ବାରଣ କରାଯାଇଛି । ନୃସିଂହ ଜୟନ୍ତୀରେ ଭକ୍ତମାନେ ମଧ୍ୟାହ୍ନରେ ସଂକଳ୍ପ କରନ୍ତି ଏବଂ ସୂର୍ଯ୍ୟାସ୍ତ ପୂର୍ବରୁ ବିଧିବିଧାନ ଅନୁସାରେ ଶ୍ରୀନୃସିଂହଙ୍କଠାରେ ପୂଜାର୍ଚ୍ଚନା କରନ୍ତି । ବିଶ୍ୱାସ ରହିଛି, ପ୍ରଭୁ ଶ୍ରୀନୃସିଂହ ସୂର୍ଯ୍ୟାସ୍ତ ସମୟରେ ଦର୍ଶନ ଦେଇଥିଲେ । ରାତିରେ ଉଜାଗର ରହି ସକାଳ ପର୍ଯ୍ୟନ୍ତ ପୂଜା କରିବାର ବିଧି ରହିଛି। ଜୟନ୍ତୀ ପରଦିନ ଅର୍ଥାତ ଚତୁର୍ଦ୍ଦଶୀ ତିଥି ସମାପ୍ତ ହେବା ପରେ (ବିସର୍ଜନ ପୂଜା ପରେ) ଉପବାସ ଭଙ୍ଗ କରିବା ସହିତ ବ୍ରାହ୍ମଣଙ୍କୁ ଦାନ ଦିଆଯାଏ ।[୩]

ପୌରାଣିକ କିମ୍ବଦନ୍ତୀ[ସମ୍ପାଦନା]

ନୃସିଂହ ପୁରାଣରେ ନୃସିଂହ ବ୍ରତ ଓ ପୂଜାର ଫଳକଥା ବର୍ଣ୍ଣନା କରାଯାଇଛି । ଏଥିରେ ପ୍ରହ୍ଲାଦର ଭକ୍ତି ବିଷୟରେ ନୃସିଂହ କହିଛନ୍ତି – ପୂର୍ବଜନ୍ମରେ ଜ୍ଞାନୀ ବ୍ରାହ୍ମଣ ଅବନ୍ତୀ ନଗରରେ ବାସକରୁଥିବା ବସୁ ଶର୍ମାଙ୍କର ପୁତ୍ର ଥିଲେ ପ୍ରହ୍ଲାଦ । ବିଦ୍ୟାଧ୍ୟୟନ ଛାଡି ସେ ସୁରାପାନ ଓ ଗଣିକାଳୟ ଗମନ ଆଦି କୁକର୍ମରେ ଲିପ୍ତ ରହିଥିଲେ । ଏକଦା ଗଣିକା ସହ କଳହ କରି ସେ ସେହିଦିନ ଉପବାସ ଓ ରାତି ଉଜାଗର ରହିଲେ । ଉକ୍ତ ଗଣିକା ମଧ୍ୟ ତାଙ୍କ ସହ ଉଜାଗର ରହିଲା । ଭାଗ୍ୟକୁ ସେଦିନ ଥିଲା ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ । ଅଜ୍ଞାତରେ ହେଲେ ବି ସେଦୁହେଁ ଉପବାସ ରହି ସେଦିନ ବ୍ରତ ପାଳନ କରିଥିବାରୁ ସମସ୍ତ ପାପରୁ ମୁକ୍ତହେଲେ । ପୁଣ୍ୟ ଅର୍ଜନ କରିଥିବାରୁ ଉକ୍ତ ଗଣିକା ବ୍ରତ ଫଳରୁ ଅପ୍‌ସରା ହୋଇ ସ୍ୱର୍ଗକୁ ଫେରିଗଲା ଏବଂ ଭକ୍ତ ପ୍ରହ୍ଲାଦ ରାଜା ହିରଣ୍ୟକଶିପୁଙ୍କ ପୁତ୍ର ରୂପେ ଜନ୍ମ ହୋଇ ବିଷ୍ଣୁଙ୍କର ପରମ ଭକ୍ତ ହେଲେ । ନୃସିଂହ ବ୍ରତ କଲେ ଦୀର୍ଘାୟୁ, ଧନ, ଐଶ୍ୱର୍ଯ୍ୟ ଏବଂ ମହିଳାମାନଙ୍କୁ ସ୍ୱାମୀ-ସନ୍ତାନ ସୁଖ ପ୍ରାପ୍ତି ହୁଏ ବୋଲି ପୁରାଣରେ ଉଲ୍ଲେଖ ରହିଛି । ଉକ୍ତଦିବସରେ ପୁରୀ ଜଗନ୍ନାଥ ମନ୍ଦିରରେ ନୃସିଂହ ଜନ୍ମୋତ୍ସୋବ ପାଳନ କରାଯାଏ । [୪]

ଆଧାର[ସମ୍ପାଦନା]

  1. "Narasimha Jayanti - Lord Narasimha - Narasimha Story - Narasimha Jayanti 2013 - shri narasimha jayanthi - Narsingh Jayanti 2013". astrobix.com. 2013. Retrieved 24 May 2013. Narasimha Jayanti is celebrated on the day of Vaishakh Shukla Paksha's Chaturdashi.
  2. "Sri Narasimha Jayanti". Retrieved 20 May 2016.
  3. "ନୃସିଂହ ଚତୁର୍ଦ୍ଦଶୀ". ପ୍ରମେୟ. Archived from the original on 8 May 2016. Retrieved 20 May 2016.
  4. ସମ୍ବାଦ, ଗୁରୁବାର, ୨୩ ମଇ ୨୦୧୩, ପୃଷ୍ଠା:୨