ନାଗ ଚତୁର୍ଥୀ

ଉଇକିପିଡ଼ିଆ ରୁ
ନାଗ ଚତୁର୍ଥୀ
ପାଳନକାରୀ ହିନ୍ଦୁ
ପ୍ରକାର ଧାର୍ମିକ
ତାରିଖ କାର୍ତ୍ତିକ ଶୁକ୍ଳ ଚତୁର୍ଥୀ
୨୦୧୪ ତାରିଖ ୭ ନଭେମ୍ବର [୧]
୨୦୧୫ ତାରିଖ ୨୭ ଅକ୍ଟୋବର
ପାଳନ ସବୁ ହୁଙ୍କା ପୂଜା
ସମ୍ପର୍କିତ ସାପ

ଓଡ଼ିଶାରେ ପାଳିତ ପର୍ବାପର୍ବାଣୀ ମଧ୍ୟରେ କାର୍ତ୍ତିକ ଶୁକ୍ଳ ଚତୁର୍ଥୀ ଦିନ ପାଳିତ ନାଗ ଚତୁର୍ଥୀ ପର୍ବ ଅନ୍ୟତମ ।[୨] ଏହି ପର୍ବଟି ନାଗ ଦେବତାଙ୍କ ଉଦ୍ଦେଶ୍ୟରେ ପାଳନ କରାଯାଇଥାଏ । ଏହି ପର୍ବରେ ନାରୀମାନେ ପରିବାର ତଥା ବିଶେଷ କରି ସନ୍ତାନମାନଙ୍କ ମଙ୍ଗଳ କାମନା କରି ପାଳନ କରିଥାନ୍ତି । ବିଶ୍ଵାସ ରହିଛି ଏହି ପୂଜା କଲେ ସର୍ପ ଦଶଂନର ଭୟ ରହେ ନାହିଁ । ଏହି ପୂଜା ଦୀପାବଳି ଅମାବାସ୍ୟାର ଚତୁର୍ଥ ଦିନରେ ପଡେ । ଏହି ପୂଜାର ମୁଖ୍ୟ ବିଧି ହେଲା ହୁଙ୍କା ପୂଜା । ନାରୀ ମାନେ ଏକତ୍ରିତ ହୋଇ ହୁଙ୍କା ଥିବା ସ୍ଥାନରେ ଚିତା ପକାଇ ସିନ୍ଦୁରଦେଇ ଫୁଲରେ ସଜାଇ, ସବୁ ପ୍ରକାରର ପୂଜା ସାମଗ୍ରୀ ଯଥା ଧୂପ ଦୀପ ନଡ଼ିଆ, କଦଳୀ ଗୁଡ଼ ଚାଉଳ ଚୁନା ଆଖୁ ଓ ଅନ୍ୟାନ୍ୟ ଫଳ ମୂଳ ଦେଇ ପୂଜା କରିଥାନ୍ତି । କେଉଁ କେଉଁ ସ୍ଥାନରେ ଅଣ୍ଡା ଓ ଖିର ମଧ୍ୟ ନାଗ ଦେବତା ଙ୍କ ସନ୍ତୁଷ୍ଠି ଉଦେଶ୍ୟରେ ବ୍ୟବହାର କରାଯାଏ । ହୁଙ୍କା ପୂଜାରେ ଖିର ଓ ସିରିଣି ଦିଆ ଯାଇଥାଏ।[୩]

ଆଧାର[ସମ୍ପାଦନା]