ନାକରୁ ରକ୍ତସ୍ରାବ

ଉଇକିପିଡ଼ିଆ ରୁ
Nosebleed
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ଆଇସିଡ଼ି-୧୦ R04.0
ଆଇସିଡ଼ି- 784.7
ରୋଗ ଡାଟାବେସ 18327
ମେଡ଼ିସିନ-ପ୍ଲସ 003106
ଇ-ମେଡ଼ିସିନ emerg/806 ent/701, ped/1618
MeSH C08.460.261

ନାକରୁ ରକ୍ତସ୍ରାବ (ଇଂରାଜୀ: Epistaxis ବା Nosebleed) ଏକ ଲକ୍ଷଣ । ଏହି ଶବ୍ଦଟି ଗ୍ରୀସ ଭାଷାରୁ ((from Greek: ἐπιστάζω (epistazo) to bleed from the nose: ἐπί (epi) - "above", "over" + στάζω (stazo) - "to drip [from the nostrils]")) ଆସିଛି । ଏହା ଏକ ସାଧାରଣ ବେମାରୀ । ଏଥିରେ ନାକରୁ ରକ୍ତ ବହେ । ନାକ ରକ୍ତସ୍ରାବ ଦୁଇ ଭାଗରେ ବର୍ଣ୍ଣନା କରାଯାଏ ଯଥା ସମ୍ମୁଖ ଭାଗ ରକ୍ତସ୍ରାବ ଓ ପୃଷ୍ଠ ଭାଗ ରକ୍ତସ୍ରାବ । ଶେଷୋକ୍ତ ସ୍ରାବ କ୍ଵଚିତ ଦେଖାଯାଏ କିନ୍ତୁ ସଙ୍ଗେ ସଙ୍ଗେ ଡାକ୍ତରୀ ପରାମର୍ଶ ଆବଶ୍ୟକ କରେ । ଅତ୍ୟଧିକ ରକ୍ତସ୍ରାବ ହେଲେ ଲୁହବାହୀ ନଳୀ ମଧ୍ୟ ଦେଇ ରକ୍ତ ଆଖିରେ ପ୍ରବେଶ କରିବା ପରେ ଆଖିରୁ ରକ୍ତ ବହେ । ନାକରୁ ରକ୍ତ ବହି ଖାଦ୍ୟନଳୀକୁ ଯାଇ ପାକସ୍ଥଳୀରେ ପ୍ରବେଶ କରିପାରେ । ରକ୍ତ ତରଳ ବା ମୁଣ୍ଡା ହୁଏ । ରକ୍ତସ୍ରାବ ଦେଖିଲେ ଭୟ ଲାଗେ, କିଛି ରୋଗୀଙ୍କର ଡାକ୍ତରୀ ପରାମର୍ଶ ଦରକାର ହୁଏ କିନ୍ତୁ ଏହା କ୍ଵଚିତ ଘାତକ ହୁଏ । ଏକ ପରିସଂଖ୍ୟାନରୁ ଜଣାଯାଏ, ୧୯୯୯ ମସିହାରେ ଆମେରିକାରେ ୨.୪ ନିୟୁତ ମୃତ୍ୟୁରେ ମାତ୍ର ୪ଟି ଘାତକ ଥିଲା[୧] । ରକ୍ତସ୍ରାବ ହେଲେ ମୁଣ୍ଡକୁ ସାମାନ୍ୟ ଆଗକୁ ନୁଏଁଇ ନାକ ପୁଡ଼ାକୁ ୫ ରୁ ୨୦ ମିନିଟ ଧରି ଚିପି ଧରିଲେ ରକ୍ତ ଜମାଟ ବାନ୍ଧି ସ୍ରାବ ବନ୍ଦ ହୋଇଯାଏ ।

କାରଣ[ସମ୍ପାଦନା]

ରକ୍ତସ୍ରାବ ସ୍ଥାନୀୟ କାରଣ ବା ଶାରୀରିକ କାରଣ ଯୋଗୁ ବହେ । କୌଣସି କାରଣ ନ ଥାଇ ମଧ୍ୟ ରକ୍ତସ୍ରାବ ହୁଏ ।

ସ୍ଥାନୀୟ କାରଣ[ସମ୍ପାଦନା]

  • ମୁଣ୍ଡା ଆଘାତ ଯେପରିକି ମୁଷ୍ଠି ଘାତ ଯାହା ନାକ ଅସ୍ଥି ଭଗ୍ନ ସହ ଦେଖାଯାଏ ।
  • ନାକ ଭିତରେ ଆଙ୍ଗୁଠି ପୁରେଇ କେଞ୍ଚିଲେ ।
  • ପ୍ରଦାହ: ଶ୍ଵାସ ନଳୀ ପ୍ରଦାହ, ସାଇନୁସାଇଟିସ, ରାଇନାଇଟିସ ଓ ବାୟୁମଣ୍ଡଳରେ ଥିବା ଉତ୍ତେଜକ ପଦାର୍ଥ ।

ଅନ୍ୟାନ୍ୟ କାରଣ[ସମ୍ପାଦନା]

ଶାରୀରିକ କାରଣ[ସମ୍ପାଦନା]

ଶାରୀରିକ ବିକାରି କ୍ରିୟା[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]