ନରେନ୍ଦ୍ର କୁମାର ବେହେରା

ଉଇକିପିଡ଼ିଆ‌ରୁ
ନରେନ୍ଦ୍ର କୁମାର ବେହେରା (ନରି)
ଜନ୍ମ(1943-07-28)୨୮ ଜୁଲାଇ ୧୯୪୩
ମୃତ୍ୟୁ୧୪ ଅକ୍ଟୋବର ୧୯୯୫(1995-10-14) (ବୟସ ୫୨)
ଶିକ୍ଷାନୁଷ୍ଠାନମିସନ ସ୍କୁଲ, କଟକ
ବୃତ୍ତିଅଭିନେତା

ନରେନ୍ଦ୍ର କୁମାର ବେହେରା ଓଡ଼ିଆ କଥାଚିତ୍ର ଜଗତର ଜଣେ ହାସ୍ୟ ଅଭିନେତା ଥିଲେ । ଦର୍ଶକଙ୍କ ନିକଟରେ 'ନରି' ଭାବେ ବେଶୀ ପରିଚିତ ଥିଲେ ।[୧] ହାସ୍ୟ ଅଭିନେତା ଶ୍ୟାମଳେନ୍ଦୁଙ୍କ ସହ ସେ ବହୁ ଚଳଚ୍ଚିତ୍ରରେ ଏକାଠି କାମ କରିଥିଲେ । [୨]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ନରି, ୧୯୪୩ ଜୁଲାଇ ୨୮ତାରିଖରେ ଏକ ଗୋପାଳ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ସ୍ୱର୍ଣ୍ଣକାର ଭାବରେ କାର୍ଯ୍ୟ କରୁଥିଲେ ମଧ୍ୟ ଜଣେ ସଙ୍ଗୀତପ୍ରିୟ ବ୍ୟକ୍ତି ଥିଲେ । ପିତାଙ୍କ ପ୍ରଭାବ ନରିଙ୍କ ଉପରେ ପଡ଼ିଥିଲା । ଶୈଶବରୁ ସେ ତବଲା, ମୃଦଙ୍ଗ ବଜାଇ ପାରୁଥିଲେ । ପାଠ ପଢ଼ିବାରେ ତାଙ୍କର ମନ ଲାଗୁନଥିଲା । ଲକ୍ଷ୍ୟ ଥିଲା ସଙ୍ଗୀତ ଅବା ଅଭିନୟ କ୍ଷେତ୍ରରେ ନାଁ କମେଇବେ । ଅଭିନେତା ହେବା ପାଇଁ ଘର ଛାଡି ମୁମ୍ବାଇ ପଳାଇଥିଲେ । ସେଠାରେ କାମ ନମିଳିବାରୁ ଘରକୁ ଫେରି ଆସି ଆଇ.ଟି.ଆଇରେ ତାଲିମ ନେଇ କିଛି ଦିନ ମେକାନିକ ଭାବରେ କାମ କରିଥିଲେ । "କଳାଶ୍ରୀ", "ଅନ୍ନପୂର୍ଣ୍ଣ" ରଙ୍ଗମଞ୍ଚରୁ ତାଙ୍କର ଅଭିନେତା ଜୀବନ ଆରମ୍ଭ ହୋଇଥିଲା । ସେ ଟ୍ରାଙ୍ଗୋ ବଜେଇବାରେ ମଧ୍ୟ ନିପୁଣ ଥିଲେ । ଏଥି ଯୋଗୁଁ ତାଙ୍କୁ ମେଲୋଡ଼ି ପାର୍ଟିରେ କାମ ମିଳି ଯାଉଥିଲା । ମଞ୍ଚରେ ହାସ୍ୟରସ ପରିବେଷଣ କରୁଥିଲେ । ଅନ୍ୟ ଅଭିନେତାମାନଙ୍କର ସ୍ୱରକୁ ନକଲ କରି ଦର୍ଶକମାନଙ୍କର ମନୋରଞ୍ଜନ କରୁଥିଲେ ।[୩]

କଥାଚିତ୍ର ଜୀବନ[ସମ୍ପାଦନା]

୧୯୬୮ ମସିହାରେ କିଏ କାହାର କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିବା ନରି, ୧୯୯୪ ମସିହାରେ ନିର୍ମିତ ଲକ୍ଷେ ଶିବ ପୂଜି ପାଇଛି ପୁଅ ପର୍ଯ୍ୟନ୍ତ ୪୪ଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ ।

ଅଭିନୀତ ଓଡ଼ିଆ କଥାଚିତ୍ର[ସମ୍ପାଦନା]

ମାନ ସମ୍ମାନ[ସମ୍ପାଦନା]

  • ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର (ଶ୍ରେଷ୍ଠ ହାସ୍ୟ ଅଭିନେତା କନ୍ୟାଦାନ କଥାଚିତ୍ର ପାଇଁ) - ୧୯୮୮[୪]

ଆଧାର[ସମ୍ପାଦନା]

  1. Orissa reference: glimpses of Orissa. TechnoCAD Systems. 2001.
  2. "ଆର୍କାଇଭ୍ କପି". Archived from the original on 2015-03-28. Retrieved 2015-07-28. {{cite web}}: Cite has empty unknown parameter: |1= (help)
  3. "ହାସ୍ୟ-ଅଭିନେତା ନରି". ସମ୍ବାଦ ୨୮/୦୭/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୮. 28 July 2015. Archived from the original on 4 March 2016. Retrieved 28 July 2015.
  4. http://www.orissacinema.com/history/orissa-state-film-award.html

ବାହାର ଆଧାର[ସମ୍ପାଦନା]