ନନ୍ଦିତା ଦାସ

ଉଇକିପିଡ଼ିଆ‌ରୁ
ନନ୍ଦିତା ଦାସ
Born (1969-11-07) ନଭେମ୍ବର ୭, ୧୯୬୯ (ବୟସ ୫୪)
Nationality ଭାରତୀୟ
Educationସ୍ନାତକ(ଭୂଗୋଳ), ସ୍ନାତକୋତ୍ତର(ସମାଜସେବା)
Occupation(s)କଥାଚିତ୍ର ଅଭିନେତ୍ରୀ, ନିର୍ଦ୍ଦେଶିକା
Known forକଥାଚିତ୍ର ଅଭିନେତ୍ରୀ, ନିର୍ଦ୍ଦେଶିକା
Spouse(s)ସୌମ୍ୟ ସେନ (୨୦୦୨-୨୦୦୯)
ସୁବୋଧ ମସ୍କୋରା (୨୦୦୯-୨୦୧୭)
Websitehttp://nanditadas.com/

ନନ୍ଦିତା ଦାସ ଜଣେ ଜଣାଶୁଣା ଭାରତୀୟ ଚଳଚ୍ଚିତ୍ର ଅଭିନେତ୍ରୀ ହେବା ସହିତ ନିଜ ସମାଜସେବା ଓ ଲେଖାଲେଖି ପାଇଁ ମଧ୍ୟ ପରିଚିତ । ସେ ପ୍ରଥମ ଭାରତୀୟ ଅଭିନେତ୍ରୀ, ଯିଏ କି "ଇଣ୍ଟରନ୍ୟାସନାଲ ଓମେନ୍ସ ଫୋରମ"ର ହଲ ଅଫ ଫେମରେ ସ୍ଥାନ ପାଇଥିଲେ ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ପିତା ଚିତ୍ରକର ଯତୀନ ଦାସ ଓ ମାତା ଲେଖିକା ବର୍ଷା ଦାସଙ୍କ ଝିଅ ନନ୍ଦିତା, ୧୯୬୯ ମସିହା ନଭେମ୍ବର ୭ ତାରିଖରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ ।[୧] ପରବର୍ତ୍ତୀ ସମୟରେ ତାଙ୍କ ପରିବାର ଦିଲ୍ଲୀକୁ ଚାଲିଆସିଥିଲେ । ସେଠାରେ, ସେ ସର୍ଦ୍ଦାର ପଟେଲ ବିଶ୍ୱବିଦ୍ୟାଳୟ ଓ ମିରନ୍ଦା ହାଉସରେ ପାଠ ପଢ଼ିଥିଲେ । ସେ ଭୂଗୋଳରେ ସ୍ନାତକ ଓ ସମାଜସେବାରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ନନ୍ଦିତା ୨୦୦୨ରେ ସୌମ୍ୟ ସେନଙ୍କୁ ବିବାହ କରିଥିଲେ ଓ ୨୦୦୯ରେ ତାଙ୍କର ବିବାହ ବିଚ୍ଛେଦ ଘଟିଥିଲା । ୨୦୧୦ ମସିହାରେ ସେ ମୁମ୍ବାଇର ଉଦ୍ୟୋଗପତି ସୁବୋଧ ମସ୍କୋରାଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ତାଙ୍କର ଏକ ପୁତ୍ର ସନ୍ତାନ ଅଛି । ୨୦୧୭ରେ ସୁବୋଧଙ୍କ ସ‌ହ ତାଙ୍କର ବିବାହ ବିଚ୍ଛେଦ ଘଟିଥିଲା ।[୨]

ବୃତ୍ତିଗତ ଜୀବନ[ସମ୍ପାଦନା]

ଜନନାଟ୍ୟ ମଞ୍ଚରୁ, ନନ୍ଦିତା ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ । ସେ ଓଡ଼ିଆ, ହିନ୍ଦୀଇଂରାଜୀ ସମେତ ଦଶଟି ଭାରତୀୟ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ୧୯୯୮ ମସିହାର ଚଳଚ୍ଚିତ୍ର ଆର୍ଥ ପାଇଁ, ସେ ଫିଲ୍ମଫେୟାର "ଶ୍ରେଷ୍ଠ ନବାଗତ ଅଭିନେତ୍ରୀ ପୁରସ୍କାର" ଲାଭ କରିଥିଲେ । ଏହ ପରେ, ସେ ପ୍ରାୟ ୩୦ଟି ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି । ୨୦୦୮ ମସିହାରେ ପ୍ରସ୍ତୁତ ଚଳଚ୍ଚିତ୍ର "ଫିରାକ"ଦ୍ୱାରା ସେ ନିର୍ଦ୍ଦେଶନାରେ ପାଦ ଦେଇଛନ୍ତି । ଏହି ଚଳଚ୍ଚିତ୍ରକୁ ମଧ୍ୟ ଫିଲ୍ମଫେୟାର ସ୍ୱତନ୍ତ୍ର ପୁରସ୍କାର ମିଳିଥିଲା ।

୨୦୦୯ ମସିହାରେ, ସେ "ଭାରତୀୟ ଶିଶୁ ଚଳଚ୍ଚିତ୍ର ସୋସାଇଟି"ର ଅଧ୍ୟକ୍ଷା ଭାବରେ କାର୍ଯ୍ୟ କରିଥିଲେ ।

ଚଳଚ୍ଚିତ୍ରରେ ଅବଦାନ[ସମ୍ପାଦନା]

ଅଭିନୟ[ସମ୍ପାଦନା]

  • ଆଇ ଆମ (୨୦୧୧: ଇଂରାଜୀ, ହିନ୍ଦୀ, ବଙ୍ଗଳା)
  • ରାମଚନ୍ଦ ପାକିସ୍ତାନୀ (୨୦୦୮: ଉର୍ଦ୍ଦୁ)
  • ବିଫୋର ଦି ରେନସ (୨୦୦୮: ଇଂରାଜୀ, ମାଲାୟଲମ)
  • ବିଶ୍ୱପ୍ରକାଶ (୧୯୯୯: ଓଡ଼ିଆ)
  • ଆର୍ଥ(୧୯୯୮: ହିନ୍ଦୀ)
  • ଫାୟାର(୧୯୯୬: ହିନ୍ଦୀ)
  • ପରିଣତି (୧୯୮୯: ଓଡ଼ିଆ)

ନିର୍ଦ୍ଦେଶନା[ସମ୍ପାଦନା]

  • ଫିରାକ (୨୨୦୮: ହିନ୍ଦୀ, ଉର୍ଦ୍ଦୁ, ଗୁଜରାଟୀ)

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ଫିଲ୍ମଫେୟାର ଶ୍ରେଷ୍ଠ ନବାଗତ ଅଭିନେତ୍ରୀ ପୁରସ୍କାର(ଆର୍ଥ) - ୨୦୦୦
  • ଇଣ୍ଟରନ୍ୟାସନାଲ ଓମେନ୍ସ ଫୋରମର ହଲ ଅଫ ଫେମରେ ସ୍ଥାନ[୩]

ଆଧାର[ସମ୍ପାଦନା]

  1. "ସଫଳତାର ମନ୍ତ୍ର- ବର୍ଣ୍ଣ ବାଧକ ନୁହେଁ: ନନ୍ଦିତା". ସମାଜ. 1 November 2017. Retrieved 1 November 2017.[permanent dead link]
  2. "୭ ବର୍ଷର ସଂପର୍କରେ ପଡିଲା ପୂର୍ଣ୍ଣଚ୍ଛେଦ ! ସ୍ୱାମୀଙ୍କଠାରୁ ଅଲଗା ହେବେ ନନ୍ଦିତା ଦାସ". କନକ ନ୍ୟୁଜ୍. 2 January 2017. Retrieved 1 November 2017.
  3. "ସମୟ" ୦୯/୦୧/୨୦୧୫ ପୃଷ୍ଠା ୨

ଅଧିକ ତଥ୍ୟ[ସମ୍ପାଦନା]