ନନ୍ଦପୁର

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ନନ୍ଦପୁର
ନନ୍ଦପୁରର ବତ୍ରିଶ ସିଂହାସନ
ନନ୍ଦପୁରର ବତ୍ରିଶ ସିଂହାସନ
ରାଜ୍ୟଓଡ଼ିଶା
ଜିଲ୍ଲାକୋରାପୁଟ

ନନ୍ଦପୁର, କୋରାପୁଟ ଜିଲ୍ଲାରେ ଥିବା ଏକ ପର୍ଯ୍ୟଟନ ସ୍ଥାନ । ଏହି ସ୍ଥାନଟି କିମ୍ବଦନ୍ତୀ ମହାରାଜା ବିକ୍ରମାଦିତ୍ୟଙ୍କ ସସ୍ମୃତିରେ ନିର୍ମିତ ବତ୍ରିଶ ସିଂହାସନ ପାଇଁ ବିଖ୍ୟାତ । ଏହା ଜୟପୁର ଗଡ଼ଜାତ ରାଜ୍ୟର ରାଜଧାନୀ ମଧ୍ୟ ଥିଲା । [୧]

ନାମକରଣ[ସମ୍ପାଦନା]

ନନ୍ଦ ଗଉଡଙ୍କ ନାମ ଅନୁସାରେ ଏ ସ୍ଥାନର ନାମ ନନ୍ଦପୁର ବୋଲି କୁହାଯାଏ ।

ଅବସ୍ଥିତି ଓ ଗମନାଗମନ[ସମ୍ପାଦନା]

ଏହି ସ୍ଥାନଟିର କୋରାପୁଟ ସଦର ମହକୁମାଠାରୁ ୪୫ କିମି ଦୂରତାରେ ଅବସ୍ଥିତ । ସଡ଼କ ପଥରେ ଗମନା ଗମନର ବ୍ୟବସ୍ଥା ରହିଛି । ଏଠାରେ ଗୃହନିର୍ମାଣ ବିଭାଗର ଆବସସ୍ଥଳୀଟିଏ ଅଛି । ନିକଟସ୍ଥ ସେମିଳିଗୁଡ଼ାଠାରେ ହୋଟେଲ ଓ ଲଜିଂର ସୁବିଧା ମଧ୍ୟ ଉପଲବ୍ଧ ।

ପର୍ଯ୍ୟଟନ ଆକର୍ଷଣ[ସମ୍ପାଦନା]

  1. ଶ୍ରୀ ଶ୍ରୀ ବାବା ସିଦ୍ଧେଶ୍ୱର, ଗ୍ରାମଦେବୀ, ଶ୍ରୀଜଗନ୍ନାଥ, ସନ୍ତୋଷୀ ମା, ଲଙ୍ଗଳ ଭୈରବ, ଭୈରବୀ, ଭିତରଗଡ଼ କନକ ଦୁର୍ଗା ମନ୍ଦିର ପାଇଁ ଏ ସ୍ଥାନ ଜଣାଶୁଣା ।
  2. ୧.୮ମିଟର ଉଚ୍ଚତା ବିଶିଷ୍ଟ ଗୋଟିଏ ପଥରରେ ନିର୍ମିତ ସିଦ୍ଧ ଗଣେଶ ମୂର୍ତ୍ତି ଓ ୩୨ ପାହାଚ ବିଶିଷ୍ଟ ବତ୍ରିଶ ସିଂହାସନ ଏଠାକାର ମୁଖ୍ୟ ଆକର୍ଷଣ ।
ରାଣୀ ଡ଼ୁଡ଼ୁମା ଜଳପ୍ରପାତ
  1. ନନ୍ଦପୁରଠାରୁ ୩ କି.ମି. ଦୂରତାରେ ଥିବା ରାଣୀ ଡ଼ୁଡ଼ୁମା ଜଳପ୍ରପାତ ମଧ୍ୟ ପର୍ଯ୍ୟଟକଙ୍କର ଦୃଷ୍ଟି ଆକର୍ଷଣ କରିଥାଏ ।[୨]

ଆଧାର[ସମ୍ପାଦନା]

  1. "ନନ୍ଦପୁର". www.koraput.nic.in. koraput.nic.in. Archived from the original on 14 December 2022. Retrieved 14 December 2022.
  2. "ରାଣୀ ଡୁଡୁମା ଓ ବତ୍ରୀସ ସିଂହାସନ ଦେଖିବା ପାଇଁ ପର୍ଯ୍ୟଟକଙ୍କ ପ୍ରବଳ ଭିଡ". www.primeodisha.news. prime odisha. Archived from the original on 14 December 2022. Retrieved 14 December 2022.
  • ଉତ୍କଳ ପ୍ରସଂଗ ସେପ୍ଟେମ୍ବର ୨୦୧୦