ନନ୍ଦକିଶୋର ଦାସ

ଉଇକିପିଡ଼ିଆ‌ରୁ

ନନ୍ଦକିଶୋର ଦାସ, ୫ ଜୁନ୍ ୧୮୪୫ ମସିହାରେ କୁମୁଡା ଜୟପୁର ଗ୍ରାମ, ମାହାଙ୍ଗା ଥାନା, କଟକ ଜିଲ୍ଲାଠାରେ ଜନ୍ମଗ୍ରହଣ କରିଥିଲେ । କଟକ ହାଇସ୍କୁଲରୁ ଏଣ୍ଟ୍ରାନସ ପାସ କରିସାରିଲାପରେ ପୁରୀ କଲେକ୍ଟରଙ୍କ ବାହାଲରେ ଚାକିରୀ କରିଥିଲେ । ପରେ ତାଙ୍କର ଦକ୍ଷ୍ୟତା ଯୋଗୁ ସେ ଶିକ୍ଷା ବିଭାଗରେ ଡେପୁଟି ଇନିକ୍ସପେକ୍ଟର ଏବଂ ପରେ ପରେ ଡେପୁଟି କଲେକ୍ଟର ଓ କଲେକ୍ଟର ପଦବୀରେ ଉପସ୍ଥାପିତ ହୋଇଥିଲେ । ୧୮୯୦ରେ ଇଂରେଜ ସରକାର ତାଙ୍କୁ ରାୟବାହାଦୂର ଉପାଧିରେ ଭୂଷିତ କରିଥିଲେ । ମଧୁସୂଦନ ଦାସଙ୍କୁ ଓଡ଼ିଶା ଆଣିବାରେ ତାଙ୍କର ଯଥେଷ୍ଟ ଅବଦାନ ଥିଲା ଓ ୧୮୮୧ ମସିହାରେ ଯୋବ୍ରା, କଟକଠାରେ ସେ ମଧୁସୂଦନ ଦାସଙ୍କୁ ସ୍ୱାଗତ କରିଥିଲେ । ୧୮୮୯ ଜାନୁଆରୀ ୧ ତାରିଖରେ , କଟକରେ ସେ ଉତ୍କଳ ସମ୍ମିଳନୀ ସଭା ଆରମ୍ଭ କରିଥିଲେ । ଓଡ଼ିଶା, ଓଡ଼ିଆ ତଥା ଓଡ଼ିଆଭାଷାର ଉନ୍ନତି ପାଇଁ ସେ ସଦା ଚେଷ୍ଟିତ ଥିଲେ । ଅନୁଗୁଳରୁ ବଦଳିହୋଇ ପୁରୀ ଆସୁଥିବାବେଳେ ଅନୁଗୁଳର ପୁରୁଣାଗଡ଼ଠାରେ, ୬ ଏପ୍ରିଲ୍ ୧୮୯୪ରେ ସେ ମୃତ୍ୟୁବରଣ କରିଥିଲେ । [୧][୨]

ଆଧାର[ସମ୍ପାଦନା]

  1. ୧୨୦ତମ ପୁଣ୍ୟ ତିଥି ଉପଲକ୍ଷ୍ୟେ - ୨୦୧୪: ସ୍ମୃତି ଲେଖା, ମାହାଙ୍ଗା ମୈତ୍ରୀ ମଞ୍ଚ, ଭୁବନେଶ୍ୱର ଓଡ଼ିଶା ।
  2. ଜନନାୟକ ଓ ଓଡ଼ିଆ ପ୍ରାଣ ରାୟବାହାଦୁର ନନ୍ଦକିଶୋର ଦାସ - ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ, ଭୁବନେଶ୍ୱର |