ଧ୍ୟାନଚାନ୍ଦ

ଉଇକିପିଡ଼ିଆ ରୁ
ଧ୍ୟାନଚାନ୍ଦ

ଧ୍ୟାନଚାନ୍ଦଙ୍କ ସମୟରେ ଭାରତୀୟ ହକିର ସୁବର୍ଣ୍ଣଯୁଗ ଥିଲା ୤ ୧୯୨୮ରେ ନେଦରଲାଣ୍ତରେ ଆୟୋଜିତ ଅଲିମ୍ପିକ୍ସ, ୧୯୩୨ରେ ଲସ ଏଞ୍ଜେଲ୍ସ ଅଲିମ୍ପିକ୍ସ ଓ ୧୯୩୬ରେ ବର୍ଲିନ ଅଲିମ୍ପିକ୍ସରେ ଭାରତକୁ ସ୍ଵର୍ଣ୍ଣପଦକ ବିଜୟୀ କରାଇବାରେ ଧ୍ୟାନଚାନ୍ଦଙ୍କ ଭୂମିକା ଅବିସ୍ମରଣୀୟ ୤ ତାଙ୍କର କ୍ରିଡ଼ାନୈପୁଣ୍ୟ, ଏକାଗ୍ରତା ଓ ଖେଳରେ ଗୋଲସ୍କୋରକୁ ଦେଖି କ୍ରିକେଟ କିମ୍ବଦନ୍ତୀ ଡନ ବ୍ରାଡ଼ମ୍ୟାନ ଥରେ ଟିପ୍ପଣୀ ଦେଇଥିଲେ ଯେ, କ୍ରିକେଟରେ ରନ ସଂଗ୍ରହ କରିବା ଭଳି ଧ୍ୟାନଚାନ୍ଦ ହକିରେ ଗୋଲସ୍କୋର କରନ୍ତି ୤ ୧୯୩୬ ବର୍ଲିନ ଅଲିମ୍ପିକ୍ସରେ ଜର୍ମାନୀକୁ ହରାଇ ସ୍ଵର୍ଣ୍ଣପଦକ ହାସଲ କରିବାପରେ ଆଡଲଫ ହିଟଲର ଜର୍ମାନୀ ସେନାବହିନୀରେ ଧ୍ୟାନଚାନ୍ଦଙ୍କୁ ଫିଲ୍ଡ ମାର୍ଶାଲ କରିବାକୁ ପ୍ରସ୍ତାବ ଦେଇଥିଲେ କିନ୍ତୁ ଧ୍ୟାନଚାନ୍ଦ ଧନ୍ୟବାଦ ସହ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ ୤ ୧୯୩୬ରେ ଭାରତ ଇଂଲଣ୍ଡ ଅଧିନରେ ଥିବା ସତ୍ତ୍ଵେ ବର୍ଲିନ ଅଲିମ୍ପିକ୍ସରେ ସେ ଇଂଲଣ୍ଡର ଜାତୀୟ ସଙ୍ଗୀତ ଗାନକୁ ବିରୋଧ କରି ବନ୍ଦେ ମାତରମ ଗାଇ ଅପୂର୍ବ ଦେଶଭକ୍ତିର ପରିଚୟ ଦେଇଥିଲେ ୤

୧୯୨୮ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ

[ଏହାକୁ ବଦଳାନ୍ତୁ] ଆଧାର

[ଏହାକୁ ବଦଳାନ୍ତୁ] ବାହାର ଆଧାର

ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା