ଧାନ

ଉଇକିପିଡ଼ିଆ ରୁ
ଧାନ କେଣ୍ଡା

ଧାନ ହେଉଛି ଏକ ଶସ୍ୟ । ଏହା ମୁଖ୍ୟତଃ ଦକ୍ଷିଣ ପୂର୍ବ ଏସିଆ ମହାଦେଶରେ ଅଧିକ ଭାବେ ଚାଷ କରାଯାଏ। ଏହା ଏକ ମୂଳ ଶସ୍ୟ ଏଥିରୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରାଯାଏ । ଧାନ ଚାଷ ସାଧାରଣତଃ ବର୍ଷାଋତୁରେ ଚାଷ କରାଯାଏ । ଧାନ ଫସଲ ସବୁପ୍ରକାର ଜମିରେ ଚାଷ କରାଯାଇ ପାରିବ। ଧାନର ବୈଜ୍ଞାନିକ ନାମ ହେଲା ଓରିଇଜା ସାଟାଇଭା (Oryza sativa)। ଧାନ କିସମ ଅନୁସାରେ ସଅଳ, ମଧ୍ୟମ ଓ ବି‌ଳମ୍ବ କିସମର ଅଟେ।

ଇତିହାସ[ସମ୍ପାଦନା]

ସଂସ୍କୃତି[ସମ୍ପାଦନା]

ଓଡ଼ିଶା[ସମ୍ପାଦନା]

ଧାନ ଓଡ଼ିଶା ରାଜ୍ୟ ର ମୁଖ୍ୟ ଫସଲ । ଧାନ ଓଡ଼ିଶାର ମୁଖ୍ୟ ଖାଦ୍ୟଶସ୍ୟ ଅଟେ । ମୁଖ୍ୟତଃ ୭୦ରୁ ୮୦ ଭାଗ ଚାଷୀ ଧାନ ଫସଲକୁ ମୁଖ୍ୟ ଚାଷ ରୂପେ ଚାଷ କରନ୍ତି । ବର୍ତ୍ତମାନ ଓଡ଼ିଶାରେ ଦେଶୀ ଓ ଅଧିକ ଅମଳକ୍ଷମ ବିହ୍‌ନର ବ୍ୟବ‌ହାର ବ‌ହୁଳ। ଶଙ୍କର କିସମ ବିହ‌ନ ଧିରେ ଧିରେ ଚଷୀମାନ‌ଙ୍କମଧ୍ୟରେ ଅଧିକ ଲୋକ ପ‌୍ରିୟତା ଗ୍ରହଣ କରୁଛି।

ପୁରୀ ନିକଟବର୍ତ୍ତୀ ଏକ ବିଲରେ ରୋପଣ କରାଯାଉଛି

ଓଡ଼ିଶାର ଅନେକ ପାରମ୍ପରିକ ପର୍ବ ଧାନ ଫସଲ ସହ ଜଡିତ । ଅକ୍ଷୟ ତୃତୀୟାରୁ ଅଖି ମୁଠି ଅନୁକୂଳ ଧାନ ବୁଣା କୁ ବୁଝାଏ ଓ ରଜ ପର୍ବରେ ଧାନ ବୁଣା ଶେଷ ହୁଏ। ଗର୍ଭଣା ସଙ୍କ୍ରାନ୍ତି ଧାନ ଫସଲ ରେ ଗର୍ଭ ସଂଚାର କୁ ଓ ନୂଆଖାଇ ଫସଲ ଅମଳ କୁ ବୁଝାଇ ଥାଏ। କିନ୍ତୁ ଓଡ଼ିଶାରେ ଧାନର ଅମଳ ଜାତୀୟ ହାର ଠାରୁ କମ।

ଚାଷ ପ୍ରଣାଳୀ[ସମ୍ପାଦନା]

ଏହି ଶସ୍ୟଟିକୁ ସାଧାରଣତଃ ବର୍ଷାଦିନେ ଚାଷ କରାଯାଏ ଓ ଶୀତରୁତୁରେ ଅମଳ କରାଯାଏ । ଭାରତରେ ଚାଷ ଜମିଗୁଡିକୁ ଭାଗ ଭାଗ କରି ଏହାକୁ ଚାଷ କରାଯାଏ । ଧାନ ଫସଲ ରେ ଖାଦ୍ୟ ସାର ର ସୁପରିଚାଳନା ଦ୍ଵାରା ଅଧିକ ଅମଳ ମିଳେ ଓ ମାଟିର ଉର୍ବରତା ମଧ୍ୟ ବୃଦ୍ଧି ହୁଏ। ସଠିକ ସମୟରେ ଏହି ସାର ର ପ୍ରୟୋଗ ଦ୍ଵାରା ଧାନ ରେ ଅଧିକ ଅମଳ ମିଳିଥାଏ। ସାର ର ମାତ୍ରା ତଥା ପ୍ରୟୋଗ ର ସମୟ ଧାନରେ ଅମଳ କୁ ପ୍ରଭାବିତ କରେ। ଧାନ ପାଇଁ ଆବଶ୍ୟକ ମୁଖ୍ୟ ଖାଦ୍ୟ ସାର ଗୁଡିକ ହେଲା : ଯବକ୍ଷାରଜାନ,ଫସଫୋରସ,ପୋଟାସ, ଜିଙ୍କ ଓ ସଲଫର।

ମଞ୍ଜି ଠାରୁ ବିଭିନ୍ନ ଅଭିବୃଦ୍ଧି ଅବସ୍ଥା ରେ ଧାନ ର ସାର ର ଆବଶ୍ୟକତା ଭିନ୍ନ! ଏବଂ ପ୍ରତି ସମୟ ରେ ଏହି ଖାଦ୍ୟସାର ଧାନ ର ଖାଦ୍ୟସାର ଆବଶ୍ୟକତାକୁ ପୂରଣ କରୁଥିବା ଦରକାର! । ଅଙ୍କୁରୋଦଗମ ଠାରୁ ତଳି ପ୍ରସ୍ତୁତି ପର୍ଯ୍ୟନ୍ତ କିମ୍ବା ବୁଣା ଧାନରେ ୨ ସପ୍ତାହ ପର୍ଯ୍ୟନ୍ତ ଧାନ ର ଅଭିବୃଦ୍ଧି ଅତି ଧୀର ଗତି ରେ ହୁଏ। ତେଣୁ ସେତେବେଳେ ଏହାକୁ କମ୍ ଖାଦ୍ୟସାର ଦରକାର ହୁଏ। ଏହି ଅବସ୍ଥାରେ ଫସଫୋରସ, ପୋଟାସ ଏବଂ ସଲଫର ହେଉଛି ମୁଖ୍ୟ ଖାଦ୍ୟସାର ! କିନ୍ତୁ , ଯବକ୍ଷାରଜାନ ର ପ୍ରୟୋଗ ଏହି ସମୟରେ ବହୁତ କମ ହେବା ଉଚିତ। ପ୍ରାରମ୍ଭିକ ବୃଦ୍ଧି ସମୟରେ ଧାନକୁ ସୁଷମ ଖାଦ୍ୟସାର ଦରକାର ହୁଏ। ପୁରା ଫସଫୋରସର ମାତ୍ରା ଏହି ଅବସ୍ଥା ରେ ହିଁ ପ୍ରୟୋଗ କରାଯିବ ଦରକାର। ଏହା ଧାନ ଗଛର ଚେର କୁ ମଜବୁତ କରିଥାଏ ଏବଂ ଗଛ କୁ ସୁସ୍ଥ ସବଳ ହୋଇ ବଢିବାରେ ସାହାଯ୍ୟ କରେ। କିନ୍ତୁ ଯେତେବେଳେ ଧାନ ର ପିଲ ବାହାରେ , ସେତେବେଳେ ଏହାକୁ ଅଧିକ ଖାଦ୍ୟସାର ଦରକାର ହୁଏ ଓ ଅଧିକ ଯବକ୍ଷାରଯାନ ଦରକାର ହୁଏ। ସେହିପରି କେଣ୍ଡା ବାହାରିବା ସମୟରେ ଯବକ୍ଷାରାଜାନର ପ୍ରୟୋଗ ନିତାନ୍ତ ଆବଶ୍ୟକ। ଏହା ଦ୍ଵାରା ଅଧିକ କେଣ୍ଡା ବାହାରେ ଯାହା ଅଧିକ ଅମଳ ଦେଇଥାଏ।[୧]

ଉତ୍ପାଦିତ ଖାଦ୍ୟ[ସମ୍ପାଦନା]

ଏଥିରୁ ଉତ୍ପାଦିତ ଖାଦ୍ୟ (ସାଧାରଣତଃ ଓଡ଼ିଶାରେ ମିଳୁଥିବା ଓ ତିଆରି କରାଯାଉଥିବା) ଚାଉଳ,ଚୂଡା,ମୁଢି,ଖଇ। ଓଡ଼ିଶାରେ ଏହାକୁ ପୂଜାସମଗ୍ରୀ ରୂପେ ମଧ୍ୟ ବ୍ୟବହାର କରାଯାଏ।

ଆହୁରି ପଢ଼ନ୍ତୁ[ସମ୍ପାଦନା]

  • Bale, Martin T. Archaeology of Early Agriculture in Korea: An Update on Recent Developments. Bulletin of the Indo-Pacific Prehistory Association 21(5):77-84, 2001.
  • Barnes, Gina L. Paddy Soils Now and Then. World Archaeology 22(1):1-17, 1990.
  • Crawford, Gary W. and Gyoung-Ah Lee. Agricultural Origins in the Korean Peninsula. Antiquity 77(295):87-95, 2003.
  • Kwak, Jong-chul. Urinara-eui Seonsa – Godae Non Bat Yugu [Dry- and Wet-field Agricultural Features of the Korean Prehistoric].In Hanguk Nonggyeong Munhwa-eui Hyeongseong [The Formation of Agrarian Societies in Korea]: 21-73. Papers of the 25th National Meetings of the Korean Archaeological Society, Busan, 2001.

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]