ଦାଶ

ଉଇକିପିଡ଼ିଆ‌ରୁ

ଦାଶ ଏକ ଓଡ଼ିଆ ବ୍ରାହ୍ମଣ (ଉତ୍କଳ ବ୍ରାହ୍ମଣ) ଉପନାମ ଅଟେ। ଏହି ମାନଙ୍କର ଅବସ୍ଥିତି ଓଡ଼ିଶା ସାରା ଦେଖିବାକୁ ମିଳିଥାଏ। ଦାଶ ଏକ ଏଭଳି ସ୍ୱତନ୍ତ୍ର ଓଡ଼ିଆ ଉପନାମ ଯାହାକି ଖାଲି ଓଡ଼ିଶାରେ ହିଁ ଦେଖିବକୁ ମିଳିଥାଏ ଓ ଏହା ଉତ୍କଳ ବ୍ରାହ୍ମଣ ବଂଶକୁ ସୁଚାଇ ଥାଏ। ଏହି ଉପନାମ ଧାରୀ ବୈଦିକଧର୍ମ ଅନ୍ତର୍ଗତ ଶ୍ରୌତ ପରମ୍ପରାର ପାଳନ କରନ୍ତି। କୌଶିକୠଷିଙ୍କ ବଂଶଧର ହୋଇଥିବା ହେତୁ ଏହିମାନଙ୍କର ଗୋତ୍ର କୌଶିକ ଅଟେ।ତଥାପି ଏହି ବର୍ଗ ମଧ୍ୟରେ ବତ୍ସସ୍ୟ,ଭାରଦ୍ୱାଜ,କୌଣ୍ଡିନ୍ୟ,ହାରିତସ୍ୟ ଆଦି ଗୋତ୍ର ଦେଖିବାକୁ ମିଳିଥାଏ। ଦାଶ ଉପନାମଟି ଦୁଇଟି ଶବ୍ଦ ସମ୍ମିଶ୍ରଣ ଅଟେ, ତାହା ହେଉଛି ଦାନ ଓ ଇଶ (ଦାନ+ଇଶ=ଦାଶ)।

ପୁନଶ୍ଚ ଦାଶ ଶବ୍ଦର ବୈଦିକ ଅର୍ଥ ଯେଉମାନେ ଶୁକ୍ଲୟଜୁର୍ବେଦର କାଣ୍ୱ ସଂହିତା,ଶତପଥ ବ୍ରାହ୍ମଣ,ଇଶା ଉପନିଷଦ ଆଦି ତିନୋଟି ବେଦଭାଗ,ଏବଂ ଶିକ୍ଷା,ବ୍ୟାକରଣ,ଛନ୍ଦ,କଳ୍ପସୂତ୍ର,ନିରୁକ୍ତ,ଜ୍ୟୋତିଷ ଆଦି ଛଅ ବେଦାଙ୍ଗ(ସମୁଦାୟ ଦଶ) ଅଧ୍ୟୟନ ଏବଂ ଅଧ୍ୟାପନାରେ ଦକ୍ଷ ଥିଲେ ସେହିମାନଙ୍କୁ ଉତ୍କଳର ବ୍ରାହ୍ମଣବର୍ଗ ଦାଶ ଉପାଧିରେ ଭୂଷିତ କରୁଥିଲେ।

ଶାଖା ଏବଂ ସୁତ୍ର[ସମ୍ପାଦନା]

ଓଡ଼ିଶାରେ ମୁଖ୍ୟତଃ ଶୁକ୍ଳୟଜୁର୍ବେଦୀୟ କାଣ୍ୱ ଶାଖାର ପ୍ରଚଳନ ଦେଖାଯାଏ । ଦାଶ ସାଙ୍ଗ୍ୟା ଧାରୀ ଉତ୍କଳ ବ୍ରାହ୍ମଣମାନେ ଶୁକ୍ଲ ଯଜୁର୍ବେଦୀୟ କାଣ୍ୱ ଶାଖା ଏବଂ କାତ୍ୟାୟନ ଶ୍ରୌତକଳ୍ପସୂତ୍ର ଅନ୍ତର୍ଗତ ପାରସ୍କର ଗୃହ୍ୟ ସୂତ୍ର ଅବଲମ୍ବନ କରନ୍ତି ଏବଂ ଉତ୍କଳରେ ଜଗନ୍ନାଥ ଉପାସନାର ମୁଖ୍ୟ ପ୍ରବର୍ତ୍ତକ ଅଟନ୍ତି।ତଥାପି ସମସ୍ତ ଦେବୀ ଏବଂ ଦେବତା ମାନଙ୍କୁ ସମ ଦୃଷ୍ଟିରେ ପୁଜା କରନ୍ତି।

ଆହୁରି ଦେଖନ୍ତୁ[ସମ୍ପାଦନା]