ଦାରିଦ୍ର୍ୟ ରୋଗ

ଉଇକିପିଡ଼ିଆ ରୁ

କେତେକ ରୋଗ, ବିକଳାଙ୍ଗତା ଓ ସ୍ଵାସ୍ଥ୍ୟ ସମସ୍ୟା ଯାହା ଧନୀ ଲୋକଙ୍କଠାରେ ନ ହୋଇ କେବଳ ଗରୀବ ଲୋକଙ୍କଠାରେ ଦେଖାଯାଏ ସେଗୁଡିକର ସମଷ୍ଟିକୁ ଦାରିଦ୍ର୍ୟ ରୋଗ କୁହାଯାଏ । ଅନେକ କ୍ଷେତ୍ରରେ ଦାରିଦ୍ର୍ୟକୁ ଅନେକ ରୋଗର ସଙ୍କଟଦାୟୀ ଅବସ୍ଥା ବୋଲି ଧରାଯାଏ, ଯାହା ଅର୍ଥନୈତିକ ବିକାଶ ତଥା ଦାରିଦ୍ର୍ୟ ଦୂରିକରଣର ପ୍ରଧାନ ବାଧା କାରକ ରୁପେ ବିବେଚନା କରଯାଏ । ଅପପୁଷ୍ଟିରେ ଦାରିଦ୍ର୍ୟ ସର୍ବବ୍ୟାପି ଥାଏ[୧]

ସହାୟତାକାରୀ ଉପାଦାନ[ସମ୍ପାଦନା]

କେତେକ ପରିବେଶଗତ ଓ ସାମାଜିକ କାରଣ ଯଥା ସ୍ଵଳ୍ପ ସ୍ଥାନରେ ଅନେକ ଲୋକଙ୍କର ବାସ ଓ କର୍ମ ସ୍ଥାନ, ପରିମଳ ଅଭାବ, ଯୌନ କର୍ମୀ ଓ ଗରିବ ଲୋକଙ୍କ ମାନଙ୍କର ସଂକ୍ରାମକ ରୋଗ ସମ୍ଭାବନା ଅଧିକ ରହେ । ଅପପୁଷ୍ଟି, ମାନସିକ ଚାପ, ଅତ୍ୟଧିକ ଖଟଣି ସହ ସ୍ଵାସ୍ଥ୍ୟଗତ ସାମାନ୍ୟ ତଥା ସମ୍ପୁର୍ଣ୍ଣ ଅଭାବ ଯୋଗୁ ରୋଗ ରୁ ଆରୋଗ୍ୟ ଲାଭ ତଥା ରୋଗ ବୃଦ୍ଧି ପ୍ରଧାନ ସମସ୍ୟା ହେଉଛି[୨] । ଅପପୁଷ୍ଟି ଯୋଗୁ ୫୪% ଶିଶୁ ମୃତ୍ୟୁ ହେଉଛି । ଶିଶୁ ଜନ୍ମ ବେଳେ ଉପଯୁକ୍ତ ଧାତ୍ରୀ ତଥା ଯତ୍ନର ଅଭାବ ଯୋଗୁ ଉଚ୍ଚ ଶିଶୁ ଓ ମାତା ମୃତ୍ୟୁ ହାର ବଢୁଛି [୩]

ଅପମିଶ୍ରିତ ଜଳ ଯୋଗାଣ[ସମ୍ପାଦନା]

ପ୍ରତ୍ୟେକ ବର୍ଷ ପରିସ୍କାର ପାନୀୟ ଜଳ ଉପଲବ୍ଧ ନ ହେବା ଏବଂ ଦୁର୍ବଳ ଶୌଚ ବ୍ୟବସ୍ଥା ଯୋଗୁ ଅନେକ ଶିଶୁ ଓ ବୟପ୍ରାପ୍ତ ଲୋକ ମୃତ୍ୟୁ ବରଣ କରନ୍ତି । କେବଳ ପାନୀୟ ଜଳ ଯୋଗୁ ଅନେକ ରୋଗ ବ୍ୟାପେ । ଏଥି ନିମନ୍ତେ ମିଲେନି ୟୁନିସେଫ ହିସାବ ଅନୁସାରେ ପୃଥିବୀରେ ଦୈନିକ ୩୦୦୦ ଶିଶୁ ମରୁଛନ୍ତି[୪] । ମିଲେନିୟମ ଡେଭଲପମେଣ୍ଟ ଗୋଲ ଦ୍ଵାରା ଅର୍ଦ୍ଧାଧିକ ସ୍ଥାନରେ ପାନୀୟ ଜଳ ଯୋଗାଣ ସମ୍ଭବ ହୋଇଥିଲେ ମଧ୍ୟ ଅଦ୍ୟାପି ୭୮୩ ନିୟୁତ ଲୋକ ପାନୀୟ ଜଳ ପାଇ ପାରୁ ନାହାନ୍ତି । ପାନୀୟ ଜଳ ଏକ ମୌଳିକ ମାନବ ଅଧିକାର । ସରକାରଙ୍କର ଉନ୍ନତ ଜଳ ଯୋଗାଣ ଏକ କର୍ତ୍ତବ୍ୟ[୫] । ମହିଳା ଓ କନ୍ୟାମାନେ ଦୂରବର୍ତ୍ତୀ ଇଲାକାକୁ ଯାଇ ଜଳ ବୋହି ଆଣୁ ଥିବାରୁ ସେମାନଙ୍କର ଶିକ୍ଷା କ୍ଷତିଗ୍ରସ୍ତ ହୁଏ [୬] । ରନ୍ଧନ, ପରିଛନ୍ନତା ଓ ଲୁଗା ସଫା ନିମନ୍ତେ ପରିସ୍କାର ଜଳ ଅପରିହାର୍ଯ୍ୟ [୭]

ନିଅଣ୍ଟ ସ୍ଵାସ୍ଥ୍ୟରକ୍ଷା ବ୍ୟବସ୍ଥା[ସମ୍ପାଦନା]

ମ୍ୟାଲେରିଆ, ବିଭିନ୍ନ ପରଜୀବି ରୋଗ ଓ ସିସ୍ଟୋସୋମିଆ ଭଳି ଦାରିଦ୍ର୍ୟ ରୋଗ ଅପମିଶ୍ରିତ ଜଳ ଓ ନିଅଣ୍ଟିଆ ସ୍ଵାସ୍ଥ୍ୟରକ୍ଷା ବ୍ୟବସ୍ଥା ଯୋଗୁ ବ୍ୟାପେ[୮] ଏହି ସଂକ୍ରମଣ ଯୋଗୁ ଏଚ୍.ଆଇ.ଭି. ବୃଦ୍ଧି ପ୍ରାପ୍ତ ହୁଏ । ଅଧିକାଂଶ ପାଇପ୍ ଜଳ ଭୂମି ଉପରେ ଥିବା ଜଳ ସହ ମିଶି ଅସ୍ଵାସ୍ଥ୍ୟକର ହୁଏ । ଏଣୁ ଘର ଭିତରେ ଜଳ ଉତ୍ସ ସୃଷ୍ଟି କରିବା ଆବଶ୍ୟକ[୯]

ଅପପୁଷ୍ଟି[ସମ୍ପାଦନା]

ଆଫ୍ରିକାର ସାହାରା ଅଞ୍ଚଳରେ ୫ବର୍ଷ ବୟସ ତଳେ ଥିବା ୩୫% ରୁ ଉର୍ଦ୍ଧ୍ଵ ପିଲାମାନଙ୍କ ଦେହରେ ଅପପୁଷ୍ଟି ଲକ୍ଷଣ ଦୃଷ୍ଟି ଗୋଚର ହୁଏ[୧୦] । ଅପପୁଷ୍ଟି, ଇମ୍ମ୍ୟୁନ ସିସ୍ଟମ ଓ ସଂକ୍ରାମକ ରୋଗ ଚକ୍ରାକାରରେ କାମ କରନ୍ତି, ସଂକ୍ରାମକ ରୋଗ ଶରୀର ପୁଷ୍ଟି ଉପରେ ପ୍ରଭାବ ପକାନ୍ତି, ଯାହା ଇମ୍ମ୍ୟୁନ ସିସ୍ଟମକୁ ଦୂର୍ବଳ କରିଦିଏ । ଏଣୁ ସଂକ୍ରାମକ ରୋଗ ସୃଷ୍ଟି ହୁଏ । ମାକ୍ରୋ ଓ ମାଇକ୍ରୋ ପୋଷକ, ଉଭୟର ଅଭାବରେ ଇମ୍ମ୍ୟୁନିଟି ଦୂର୍ବଳ ହୋଇଯାଏ । ଏହା ଦ୍ଵାରା ଏଚ୍.ଆଇ.ଭି. ସଂକ୍ରମଣ ସଂକଟ ଅଧିକ ହୁଏ ଓ ମା ଠାରୁ ଶିଶୁକୁ ଓ ଯୌନ ସମ୍ଭୋଗ ଦ୍ଵାରା ଏଚ୍.ଆଇ.ଭି ସଂକ୍ରମିତ ହୁଏ[୧୧] । ଆନିମିଆ ରୋଗ ହେଲେ ଜନ୍ମ ପଥରେ ଭାଇରସ୍ ଜାତ ହୁଅନ୍ତି ଓ ଶିଶୁ ଦେହକୁ ଚାଲି ଯାଆନ୍ତି[୧୨] । ଉପଯୁକ୍ତ ପୋଷକ ଅଭାବ ହେଲେ ଶରୀରରେ ରୋଗ ନିରୋଧ ଶକ୍ତି ଅଭାବ ହୁଏ । ଏଚ୍.ଆଇ.ଭି. ଯୋଗୁ କେତେକ ହର୍ମୋନ୍ ସୃଷ୍ଟି ହେବାରେ ବାଧା ପ୍ରାପ୍ତ ହୁଏ ଓ ସେଥି ଯୋଗୁ ଶ୍ଵେତ ସାର, ପୁଷ୍ଟି ସାର ଓ ଚର୍ବି ଜାତୀୟ ସାରମାନଙ୍କର ବିପାକ ବା ମେଟାବୋଲିଜ୍ମ(Metabolism) ବାଧା ପ୍ରାପ୍ତ ହୁଏ ।
ଆମେରିକା ଭଳି ଦେଶରେ ମଧ୍ୟ ୧୧.୧ % ଲୋକ ଖାଦ୍ୟ ସଂକଟରେ ଅଛନ୍ତି[୧୩] । ଲାଟିନ ଆମେରିକା ଓ କ୍ୟାରିବିଆନ୍ ଦେଶମାନଙ୍କରେ ୧୦% ଲୋକଙ୍କର ଖାଦ୍ୟାଭାବ ଓ ଅପପୁଷ୍ଟି ଅଛି[୧୪]

ସ୍ଵାସ୍ଥ୍ୟ ଯତ୍ନର ଅଭାବ[ସମ୍ପାଦନା]

ସାମାଜିକ ସ୍ଥିତି ସହ ଅସମତୁଲ ସ୍ଵାସ୍ଥ୍ୟର ସମ୍ପର୍କ ଅଛି[୧୫] l ଦୁର୍ବଳ ସ୍ଵାସ୍ଥ୍ୟ ଦାରିଦ୍ର୍ୟ ସହ ଓ ସରିଦ୍ରର ଦୁର୍ବଳ ସ୍ୱାସ୍ଥ୍ୟ ସହ ସମ୍ପର୍କ ଥାଏ l ଉତ୍ତମ ସ୍ୱାସ୍ଥ୍ୟର ଶିକ୍ଷା ଓ ତଥ୍ୟ ଜ୍ଞାନ ଯୋଡି ହୋଇ ଥାଆନ୍ତି l ଦାରିଦ୍ୟ ସହ ସ୍ୱଳ୍ପ ଆୟ, ସ୍ଵଳ୍ପ ଶିକ୍ଷା, ସାମାଜିକ ବହିସ୍କାର ଓ ପରିବେଶହୀନତା ସଂଲଗ୍ନ ଥାଏ[୧୬] l ଅଧିକାଂଶ ଦେଶରେ ସାରିଦ୍ର୍ୟ ଖରାପ ସ୍ୱାସ୍ଥ୍ୟ ସହ ଓ ଖରାପ ସ୍ୱାସ୍ଥ୍ୟ ଦାରିଦ୍ର୍ଯ ସହ ଅନୁବନ୍ଧିତ ଥାଏ[୧୭] l

ଅସମତୁଲ ସ୍ୱାସ୍ଥ୍ୟ[ସମ୍ପାଦନା]

ସାମାଜିକ ଓ ଅର୍ଥନୈତିକ ସ୍ଥିତି ତିନୋଟି ଅବସ୍ଥାକୁ ପ୍ରଭାବିତ କରେ , ସାଧାରଣ ସ୍ୱାସ୍ଥ୍ୟ ସେବା, ପରିବେଶ ଓ ସ୍ୱାସ୍ଥ୍ୟ ବ୍ୟବହାର l ଆମେରିକାରେ ଦେଖା ଯାଇଛି ସବୁଠାରୁ କଦର୍ଯ୍ୟ ସ୍ୱାସ୍ଥ୍ୟ ଥିବା ଜାଗାର ପରିବାରର ଆମଦାନୀ କମ ଓ ଶିକ୍ଷା ଅଳ୍ପ l ସାମାଜିକ ଓ ଅର୍ଥନୈତିକ ସ୍ଥିତି ଉନ୍ନତ ହେଲେ ସ୍ଵାସ୍ଥ୍ୟର ଉନ୍ନତି ପରିଲକ୍ଷି ତ ହୁଏ[୧୮] l ଆଫ୍ରିକା ଓ ଅନ୍ୟ ସ୍ଥାନରେ ମଧ୍ୟ ଶିକ୍ଷା ଓ ଆମଦାନୀ ଉନ୍ନତି ସହ ସ୍ଵାସ୍ଥ୍ୟର ଉନ୍ନତି ଦେଖାୟାଏ l ଆମେରିକାରେ ବିଭିନ୍ନ ଜାତିରେ ମଧ୍ୟ ସ୍ୱାସ୍ଥ୍ୟ ଓ ପରମାୟୁ ବଢିବା ଦେଖାୟାଏ l

ଦାରିଦ୍ର୍ୟ[ସମ୍ପାଦନା]

ଦାରିଦ୍ର୍ୟ ଓ ରୋଗ ଉଭୟ ପରଷ୍ପର ଅଙ୍ଗାଙ୍ଗୀ ଭାବେ ଜଡିତ, ପ୍ରତ୍ୟେକ ଅପରକୁ ସାହାଯ୍ୟ କରେ । ଅନେକ ରୋଗ ଗରିବମାନଙ୍କୁ ଆକ୍ରମଣ କରେ ଓ ଆହୁରି ଗରିବ କରିବାରେ ସାହଯ୍ୟ କରେ । ଦାରିଦ୍ର୍ୟ ସମ୍ପର୍କୀୟ ରୋଗ ଗୁଡିକୁ ଦାରିଦ୍ର୍ୟ ଅଣଦେଖା କରିପାରେ ନାହିଁ । ଔଷଧ ଓ ଚିକିତ୍ସା ସୁବିଧା ଥିବା ସତ୍ତ୍ଵେ ଗରିବ ଦେଶମାନଙ୍କରେ ଅନେକ ରୋଗ ଓ ତତ୍‌ଜନିତ ମୃତ୍ୟୁ ଗରିବୀ ହେତୁ ଦୂର କରାଯାଇ ପାରେ ନାହିଁ । ଦାରିଦ୍ର୍ୟ ଏକ ମାତ୍ର ଅବସ୍ଥା ଯାହା ଯୋଗୁ ଅନେକ ରୋଗ ଲାଗି ରହେ । ଦାରିଦ୍ର୍ୟ ଯୋଗୁ ଅନୁନ୍ନତ ସ୍ଵାସ୍ଥ୍ୟରକ୍ଷା, ସ୍ଵାସ୍ଥ୍ୟ ବିଷୟକ ଅଜ୍ଞତା, ପାନୀୟ ଜଳ ଅଭାବ, ପୋଷକ ଖାଦ୍ୟର ଅଭାବ ଓ ପ୍ରଦୂଷଣ ଇତ୍ୟାଦି ବୃଦ୍ଧି ପ୍ରାପ୍ତ ହୁଏ ।
ଗରିବ ଦେଶମାନଙ୍କରେ ହେଉଥିବା ରୋଗମାନଙ୍କ ମଧ୍ୟରେ ୧୮ % ରୋଗ ଯକ୍ଷ୍ମା, ଏଡସ୍, ଓ ମ୍ୟାଲେରିଆ ଯୋଗୁ ହୁଏ । ଚିକିତ୍ସାସାଧ୍ୟ ଉଚ୍ଚ ମୃତ୍ୟହାର ମଧ୍ୟରେ ଶିଶୁ ରୋଗ ୨.୫ % ସ୍ଥାନ ଅଧିକାର କରେ ।
ବିକାଶଶୀଳ ଦେଶମାନଙ୍କରେ ଦୈନିକ ପ୍ରାୟ ୧୧୬୦୦ ମୃତ୍ୟୁ ବରଣ କରୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ୯୮ % ମୃତ୍ୟୁ କେବଳ ମାତୃ ଓ ଶିଶୁ ରୋଗ ଯୋଗୁ ସମ୍ଭବ ହୁଏ ।

ରୋଗ ସମୂହ[ସମ୍ପାଦନା]

ପ୍ରତି ବର୍ଷ ଦାରିଦ୍ର୍ୟ ରୋଗ ଦ୍ଵାରା ୧୪ ନିୟୁତ ଲୋକ ମୃତ୍ୟୁ ବରଣ କରନ୍ତି । ଦରିଦ୍ର ରାଷ୍ଟ୍ରମାନଙ୍କରେ ୧.୮ ନିୟୁତ ଶିଶୁ ମୃତ୍ୟୁ ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ ଓ ତରଳ ଝାଡା ରୋଗ ଦ୍ଵାରା ହୁଏ[୧୯]
ଦାରିଦ୍ର୍ୟ ସମ୍ପର୍କୀୟ ରୋଗ ମଧ୍ୟରେ ଏଡ୍‌ସ୍, ମ୍ୟାଲେରିଆ ଓ ଯକ୍ଷ୍ମା ଗଣାଯାଏ[୨୦] । ୯୫ % ଏଡ୍‌ସ୍[୨୧] ଓ ୯୮ % ଯକ୍ଷ୍ମା [୨୨]ରୋଗ ବିକାଶଶୀଳ ଦେଶମାନଙ୍କରେ ଦେଖାଯାଏ । ମ୍ୟାଲେରିଆ ଜନିତ ମୃତ୍ୟୁ ମଧ୍ୟରୁ ୯୦ % ସବ-ସାହାରା ଇଲାକାରେ ଦେଖାଯାଏ[୨୩] । ପୃଥିବୀରେ ଯେତେ ମୃତ୍ୟୁ ହୁଏ ତାହାର ୧୦ % ଏହି ତିନି ରୋଗ ଦ୍ଵାରା ହୁଏ ।
ମିଳିମିଳା, ହୁପିଙ୍ଗ କାଶ ଓ ପୋଲିଓ ନିମନ୍ତେ ଟିକା ଉପଲବ୍ଧ ଥିଲେ ମଧ୍ୟ ଗରିବ ଦେଶମାନଙ୍କରେ ଏହି ରୋଗ ବହୁଳ ଭାବରେ ଦେଖାଯାଏ ।
ଦାରିଦ୍ର୍ୟ ସହ ନିମୋନିଆ ମଧ୍ୟ ଜଡିତ ।[୨୪]

ଅବହେଳିତ ରୋଗ ସମୂହ[ସମ୍ପାଦନା]

କେତେଗୁଡିଏ ଅବହେଳିତ ରୋଗ ସମୂହର ନାମ:

ଏହି ରୋଗମାନଙ୍କ ଚିକିତ୍ସା ନିମନ୍ତେ ୨୫ ବର୍ଷ ମଧ୍ୟରେ(୧୯୭୫ ରୁ ୧୯୯୯) କେବଳ ୧୩ ଟି ଔଷଧ ଏହି ରୋଗମାନଙ୍କ ନିମନ୍ତେ ଆବିଷ୍କୃତ ହୋଇଥିଲା । ୨୦ ଟି ଗବେଷଣା ରତ ଔଷଧ କମ୍ପାନୀ ମଧ୍ୟରୁ କେବଳ ୨ ଟି କମ୍ପାନୀ ଏହି ଦିଗରେ ଗବେଷଣା କରୁଥିଲେ ।

ଟ୍ରାଇକୋମୋନିଆସିସ୍[ସମ୍ପାଦନା]

ପୃଥିବୀରେ ପ୍ରାୟ ୨୦୦ ନିୟୁତ ଲୋକ ଟ୍ରାଇକୋମୋନିଆସିସ୍ ରୋଗରେ ଆକ୍ରାନ୍ତ ହେଉଛନ୍ତି । ମୂଖ୍ୟତଃ ଏହା ଯୁବକ, ଗରିବ ଓ ଆଫ୍ରିକା-ଆମେରିକା ମହିଳାମାନଙ୍କୁ ଆକ୍ରମଣ କରୁଛି । ସବ-ସାହାରା ଓ ଗରିବ ଏସିଆ ଦେଶମାନଙ୍କରେ ଦେଖା ଯାଉଛି । ଏହା ଯୋଗୁ ଏଚ୍.ଆଇ.ଭି ସଂକ୍ରମଣ ଓ ସମୟ ପୂର୍ବ ପ୍ରସବ ସଙ୍କଟ ଇତ୍ୟାଦି ସୃଷ୍ଟି ହୁଏ[୨୫]
ଚିକିତ୍ସା ଶାସ୍ତ୍ରର ଉନ୍ନତି ଯୋଗୁ ୩ ଟି ରୋଗକୁ ଆପାତତଃ ଅବହେଳିତ ରୋଗ ହିସାବରେ ଧରାଯାଉଛି ।

ମ୍ୟାଲେରିଆ[ସମ୍ପାଦନା]

ପୃଥିବୀରେ ଦେଖାଯାଉଥିବା ୩୦୦ ରୁ ୫୦୦ ମ୍ୟାଲେରିଆ ରୋଗୀଙ୍କ ମଧ୍ୟରୁ ଅଧିକାଂଶ (୮୦ %) ଆଫ୍ରିକାରେ ଦେଖା ଯାଆନ୍ତି[୨୬] । ପାଞ୍ଚ ବର୍ଷରୁ କମ୍ ବୟସ ପିଲାମାନଙ୍କ ମଧ୍ୟରୁ ୧ ନିୟୁତ ପିଲା ମୃତ୍ୟ ବରଣ କରନ୍ତି[୨୭] । ଗ୍ରାମୀଣ ଇଲାକାର ଥିବା ଗରିବ ପିଲା ସହ ଅଶିକ୍ଷିତ ମାଆ ଥିଲେ ମ୍ୟାଲେରିଆ ଓ ତତ୍‌ଜନିତ ମୃତ୍ୟୁ ସମ୍ଭାବନା ବଢିଯାଏ[୨୮] । ସବ୍-ସାହାରା ଆଫ୍ରିକାରେ ମ୍ୟାଲେରିଆର ସିଧା ସଳଖ ଏଚ୍.ଆଇ.ଭି. ବଢିବା ସହ ସମ୍ପର୍କ ଅଛି[୨୯] । ଏହା ଯୋଗୁ ଭୁତାଣୁ ସଂଖ୍ୟ ୧୦ ଗୁଣ ବଢିଯାଏ ଓ ଯୌନ ସମ୍ପର୍କ ଦ୍ଵାରା ଅଣସଂକ୍ରମିତ ସାଥୀକୁ ଆକ୍ରମଣ କରେ[୩୦] । ପ୍ରଥମ ଗର୍ଭ ପରେ ମ୍ୟାଲେରିଆ ଇମ୍ମ୍ୟୁନିଟି ଏଚ୍.ଆଇ.ଭି. ଦ୍ଵାରା କମିଯାଏ, ମହିଳା ଓ ଶିଶୁମାନଙ୍କଠାରେ ଏଚ୍.ଆଇ.ଭି. ରୋଗ ଓ ମୃତ୍ୟୁ ଅଧିକ ହୁଏ[୩୧] । ଏହି ଦୁଇ ରୋଗ ପରଷ୍ପରକୁ ଅଧିକ ସଂକ୍ରମିତ କରିବାରେ ସାହାଯ୍ୟ କରନ୍ତି[୩୨]

ଅନ୍ତନଳୀ ପରଜୀବି[ସମ୍ପାଦନା]

ଗ୍ରୀଷ୍ମ ପ୍ରଧାନ ଦେଶମାନଙ୍କରେ ଲୋକଙ୍କ ଅନ୍ତନଳୀରେ ବହୁତ ପ୍ରକାର ପରଜୀବି ଦେଖା ଯାଆନ୍ତି । ସେମାନଙ୍କ ମଧ୍ୟରେ ହୁକ୍ ଵର୍ମ୍(Hook worm), ରାଉଣ୍ଡ ଵର୍ମ ବା ଜିଆ ଓ ଅନେକ ପ୍ରକାରର ଆମିବା. ସେମାନେ ମଣିଷ ଶରୀରରେ ରକ୍ତ ସ୍ରାବ ଓ ତରଳ ଝାଡା କରାଇ ପୋଷକ ହାନୀ କରନ୍ତି । ବହୁତ ଦିନ ଧରି ଵର୍ମ ରହିଲେ ଇମ୍ମ୍ୟୁନ ସିସ୍ଟମକୁ ଭାରାକ୍ରାନ୍ତ କରନ୍ତି[୩୩][୩୪] । ଅନ୍ୟ ପକ୍ଷରେ କ୍ରନିକ ଵର୍ମ ରୋଗ ହେଲେ ଏଚ୍.ଆଇ.ଭି. ସଂକ୍ରମଣ ଆଶଙ୍କା ବଢିଯାଏ ।

ସିସ୍ଟୋସୋମିଆସିସ୍[ସମ୍ପାଦନା]

ଜେନସ୍ ସିସ୍ଟୋସୋମାର ଟ୍ରେମାଟୋଡ୍ ସ୍ପେସି ଜାତୀୟ କେତେକ ପରଜୀବି ଦ୍ଵାରା ଏହି ସିସ୍ଟୋସୋମିଆସିସ୍ ରୋଗ ହୁଏ । ପୃଥିବୀରେ ଏହି ରୋଗରେ ପୀଡିତ ୨୦୦ ନିୟୁତ ଲୋକଙ୍କ ମଧ୍ୟରୁ ୮୦ % ଲୋକ ସବ୍-ସାହାରା ଅଞ୍ଚଳରେ ବାସ କରନ୍ତି [୩୫]। ଅପମିଶ୍ରିତ ସଜ ଜଳରେ ଥିବା ଶାମୁକା ଶ୍ରେଣୀ ଜୀବମାନେ ଏହି ଜୀବର ଲାର୍ଭା ତ୍ୟାଗ କରନ୍ତି । ଏହି ଲାର୍ଭା ଚମ ଫୁଟେଇ ଅନ୍ତନଳୀ ଓ ପରିସ୍ରା ନଳୀଶୈଳି ମଧ୍ୟରେ ଆସ୍ଥାନ ଜମେଇ ରହନ୍ତି । ଏହି ସ୍ଥାନ ମାନଙ୍କରେ ଲାର୍ଭା ବଡ ହୋଇ ଅଣ୍ଡା ଦେବା ଦ୍ଵାର ଏହି ଅଙ୍ଗମାନ ସଂକ୍ରମିତ ହୁଅନ୍ତି । ଅନ୍ତନଳୀ, ମୁତ୍ରାଶୟ ଓ ଅନ୍ୟ ଅଙ୍ଗମାନ ନଷ୍ଟ ହେବା ଦ୍ଵାରା ରୋଗୀ ରକ୍ତ ହୀନତା, ଓ ପ୍ରୋଟିନ ଏନର୍ଜି ଅଭାବର ସମ୍ମୁଖୀନ ହୁଅନ୍ତି[୩୬] । ମ୍ୟାଲେରିଆ ଓ ଏହି ରୋଗ ଏଚ୍.ଆଇ.ଭି. ବ୍ୟାପିବାରେ ପ୍ରଧାନ ଭୂମିକା ଗ୍ରହଣ କରନ୍ତି । ସିସ୍ଟୋସୋମିଆସିସ୍ ହେଉଥିବା ସ୍ଥାନ ମାନଙ୍କରେ ଏଚ୍.ଆଇ.ଭି. ଅଧିକ ହେଉଥିବା କଥା ଏପିଡେମିଓଲୋଜିକାଲ୍ ଡାଟାରୁ ପ୍ରମାଣିତ ହେଉଛି[୩୭]

ଯକ୍ଷ୍ମା[ସମ୍ପାଦନା]

ସଂକ୍ରାମକ ରୋଗମାନଙ୍କ ମଧ୍ୟରେ ମୃତ୍ୟୁର କାରଣ ରୁପେ ଯକ୍ଷ୍ମାର ନାମ ସର୍ବାଗ୍ରେ ଆସେ[୩୮] । ସବ୍ ସାହାରା ଆଫ୍ରିକା, ଲାଟିନ୍ ଆମେରିକା ଓ କ୍ୟାରିବିଆନ୍ ସ୍ଥାନମାନଙ୍କରେ ଏହି ରୋଗର ପ୍ରାଦୁର୍ଭାବ ଅଧିକ । କେବଳ ସବ୍ ସାହାରା ଆଫ୍ରିକାରେ ବାର୍ଷିକ ୬% ହାରରେ ଏହା ବଢୁଛି । ଦରିଦ୍ରତା, ଘନ ଜନ ବସତି, ମଦ୍ୟପାନ, ମାନସିକ ଚାପ, ଡ୍ରଗ ନିଶା ଓ ଅପପୁଷ୍ଟି ସହ ଯକ୍ଷ୍ମା ରୋଗର ଅତି ନିବିଡ ସମ୍ପର୍କ ଅଛି । ଏଚ୍.ଆଇ.ଭି. ଥିଲେ ଯକ୍ଷ୍ମା ରୋଗ ସମ୍ଭାବନା ବହୁତ ଅଧିକ ହୁଏ ।

ଏଡ୍‌ସ୍[ସମ୍ପାଦନା]

ଏହି ରୋଗ ହ୍ୟୁମାନ ଇମ୍ମୁନୋଡେଫିସିଏନ୍ସି ଭାଇରସ ନାମକ ଏକ ଭୁତାଣୁ ଯୋଗୁ ହୁଏ[୩୯] ଓ ମାନବର ଇମ୍ମୁନ ସିସ୍ଟମକୁ ଦୂର୍ବଳ କରିଦିଏ । ଏହି ରୋଗ ସବ‌-ସାହାର ଆଫ୍ରିକାରେ ମୂଖ୍ୟତଃ ଯୌନ ସମ୍ଭୋଗ ଦ୍ଵାରା ବ୍ୟାପେ ଓ ଏହା ଛଡା ମାଆ ଠାରୁ ଶିଶୁକୁ ତଥା ଏଚ୍.ଆଇ.ଭି. ସଂକ୍ରମିତ ରକ୍ତ ନେଲେ ବ୍ୟାପେ[୪୦][୪୧][୪୨] । ବିକାଶଶୀଳ ଦେଶ ବିଶେଷତଃ ସବ୍-ସାହାରା ଇଲାକାରେ କୌଣସି ସ୍ଵାସ୍ଥ୍ୟ ସମସ୍ୟା ଏଚ୍.ଆଇ.ଭି. ବ୍ୟାପିବାରେ ମୂଖ୍ୟତଃ ଦାୟୀ[୪୩][୪୪][୪୫][୪୬][୪୭]
ସବ୍-ସାହାର ଇଲାକା ଦାରିଦ୍ର୍ୟଗ୍ରସ୍ତ ଅଟେ । ଲୋକମାନେ ଦୈନିକ ଏକ ଆମେରିକା ଡଲାର ଖର୍ଚ କରି ବଞ୍ଚନ୍ତି[୪୮] । ଏହା ଛଡା ଅପପୁଷ୍ଟି, ପରିସ୍କାର ଜଳର ଅଭାବ ଓ ସ୍ଵାସ୍ଥ୍ୟ ଜ୍ଞାନର ଅଭାବ ଯୋଗୁ ଏହି ସମସ୍ୟା ଦେଖାଯାଏ । ପରିସ୍କାର ଜଳର ଅଭାବ ଯୋଗୁ ଅନ୍ତ ନଳୀ ପରଜୀବି ଆକ୍ରମଣ କରି ଶରୀରକୁ ଦୂର୍ବଳ କରିଦିଏ ଓ ଏହା ଦ୍ଵାରା ଇମ୍ମୁନ ସିସ୍ଟମ ଦୁର୍ବଳ ହୋଇ ଏଚ୍.ଆଇ.ଭି. ବ୍ୟାପିବାରେ ସାହାଯ୍ୟ କରେ । ଯୌନ ସିସ୍ଟୋସୋମିଆସିସ୍ ସି.ଡି.୪ କୋଷମାନଙ୍କୁ ଆକର୍ଷଣ କରେ ଓ ଏହା ଏଚ୍.ଆଇ.ଭି. ବ୍ୟାପିବାରେ ସାହାଯ୍ୟ କରେ । ଆମେରିକାରେ ମଧ୍ୟ ଏଚ୍.ଆଇ.ଭି. ବ୍ୟାପିବାରେ ଦାରିଦ୍ର୍ୟ ସାହାଯ୍ୟ କରେ । ଆମେରିକାରେ ବାସ କରୁଥିବା ଅଫ୍ରିକାର ଲୋକମାନଙ୍କୁ ଅଧିକ ଏଚ୍.ଆଇ.ଭି. ହୁଏ: କୌଣସି ବଂଶଗତ କାରଣ ଯୋଗୁ ଏହି ରୋଗ ହେଉଥିବା ଏହା ପ୍ରମାଣ କରେ ।

ଆଜ୍‌ମା[ସମ୍ପାଦନା]

ପୃଥିବୀରେ ୩୦୦ନିୟୁତରୁ ଅଧିକ ଲୋକ ଆଜ୍‌ମା ରୋଗ ଭୋଗୁଛନ୍ତି । ସହରୀ କରଣ ଯୋଗୁ ଓ ସ୍ଵାସ୍ଥ୍ୟ ଯତ୍ନ ତଥା ଔଷଧ ଅଭାବ ଯୋଗୁ ଏହି ରୋଗ ବଢିବାରେ ଲାଗିଛି[୪୯] । ଆମେରିକାରେ ବାସ କରୁଥିବା ଆଫ୍ରିକୀୟ ଆମେରିକାବାସୀ ଓ ଲାଟିନୀୟ ଲୋକମାନେ ଗୋରା ଲୋକଙ୍କ ଅପେକ୍ଷା ୪ଗୁଣ ଅଧିକ ଆଜ୍‌ମା ରୋଗ ଭୋଗ କରନ୍ତି । ଏହି ରୋଗର ଦାରିଦ୍ର୍ୟ ତଥା ଅନୁନ୍ନତ ଜୀବନଚର୍ଯ୍ୟା ସହ ସମ୍ପର୍କ ଅଛି[୫୦]। ଗରିବ ଦେଶର ପିଲାମାନେ ଅଧିକ ମାତ୍ରାରେ ଏହି ରୋଗର ଶିକାର ହୁଅନ୍ତି । ଯେଉଁ ଘରେ ମୁଷା ଓ ଅନ୍ୟାନ୍ୟ ଜୀବ ରହନ୍ତି, ଯେଉଁ ପିଲାମାନେ ଧୁମ୍ର ପାନର ସଂସ୍ପର୍ଶରେ ଆସନ୍ତି ସେଠାରେ ଆଜ୍‌ମା ଅଧିକ ହୁଏ ।
ଆମେରିକାରେ ଅନ୍ୟ ୟୁରୋପୀୟ ଦେଶମାନଙ୍କ ଅପେକ୍ଷା ମୃତ୍ୟୁ ହାର ଅଧିକ ହେଉଛି[୫୧] । ଆଫ୍ରିକୀୟ ଆମେରିକାବାସୀଙ୍କ ପିଲାମାନେ ଅନ୍ୟ ଜାତିର ପିଲାମାନଙ୍କ ଅପେକ୍ଷା ଅଧିକ ମୃତ୍ୟୁ ବରଣ କରନ୍ତି[୫୨] । ଅନୁଶୀଳନରୁ ଜଣା ଯାଇଛି ସହର ମଧ୍ୟ ଭାଗରେ ବାସ କରୁଥିବା ଗରିବ ଲୋକଙ୍କର ଲିଙ୍ଗ ଓ ବରଷ ନିର୍ବିଶେଷାରେ ଆଜ୍‌ମା ଦ୍ଵାରା ରୋଗ ଓ ମୃତ୍ୟୁ ଅଧିକ ହେଉଛି[୫୩][୫୪] । ଆଜ୍‌ମା ଯୋଗୁ ୧୦.୫ ନିୟୁତ ପିଲାଙ୍କର ସ୍କୁଲ ଉପସ୍ଥାନ ହୁଏ ନାହିଁ ।

ହୃତ୍‌ପିଣ୍ଡ ଓ ରକ୍ତନଳୀ ସମ୍ବନ୍ଧୀୟ[ସମ୍ପାଦନା]

ହୃତ୍‌ପିଣ୍ଡ ରୋଗ କେବଳ ଗରିବ ଲୋକଙ୍କ ରୋଗ ନ ହେଲେ ମଧ୍ୟ ଅନେକ ଗରିବମାନଙ୍କଠାରେ ଦେଖାଯାଏ । କରୋନାରୀ ହୃତ୍‌ପିଣ୍ଡ ରୋଗ, ସ୍ଟ୍ରୋକ୍ ଓ ହୃଦ୍‌ଘାତ ରୋଗ ଗରିବମାନଙ୍କୁ ହୁଏ[୫୫] । ଗରିବୀ ତଥା ଶିକ୍ଷା ଅଭାବ, ଖାଦ୍ୟାଭାବ, ବ୍ୟାୟାମ ଅଭାବ ଓ ବିଶାରଦ ଅଭାବ ଯୋଗୁ ଗରିବମାନଙ୍କୁ ଏହି ରୋଗ ହୁଏ ।

ପ୍ରସୂତି ଫିସ୍‌ଚୁଲା(ନାଳ ବ୍ରଣ)[ସମ୍ପାଦନା]

କଷ୍ଟସାଧ୍ୟ ପ୍ରସବ ବା ଜଟୀଳ ପ୍ରସବ ହେଲାବେଳେ ଯଥେଷ୍ଟ ଚିକିତ୍ସା ସୁଯୋଗ ନ ମିଳିଲେ ଫିସ୍‌ଚୁଲା ସୃଷ୍ଟି ହୁଏ[୫୬] । ଗରିବ ଦେଶମାନଙ୍କରେ ଏହି ସମସ୍ୟା ଅଧିକ ଦେଖାଯାଉଥିବାରୁ ଏହାକୁ ଦାରିଦ୍ର୍ୟ ରୋଗ ହିସାବରେ ନିଆଯାଇଛି[୫୭]

ଦନ୍ତ କ୍ଷୟ[ସମ୍ପାଦନା]

ଦାନ୍ତର ଏନାମେଲ ଧୀରେ ଧୀରେ କ୍ଷୟ ହେବାକୁ ଦନ୍ତ କ୍ଷୟ ବା କ୍ୟାରିଜ କହନ୍ତି[୫୮] । ଦାରିଦ୍ର୍ୟ ଅବସ୍ଥାର ଅନୁପଯୁକ୍ତ ପାଟି ଯତ୍ନ ତଥା ଦନ୍ତ କ୍ଷୟ ସହ ନିବିଡ଼ ସମ୍ପର୍କ ଅଛି । ସାରା ପୃଥିବୀରେ ଏହା ଗୋଟିଏ ସାଧାରଣ ରୋଗ । ପେରୁ ଦେଶରେ ଦାରିଦ୍ର୍ୟ ଭୋଗୁଥିବା ଶିଶୁମାନଙ୍କଠାରେ ଦନ୍ତ କ୍ଷୟ ରୋଗ ଅଧିକ ହେବା ଦେଖାଯାଇଛି[୫୯]

ଶେଷ ଫଳ(Consequence)[ସମ୍ପାଦନା]

ଦାରିଦ୍ର୍ୟ ରୋଗ ସହ ଦାରିଦ୍ର୍ୟ ଓ ଦୂର୍ବଳ ସ୍ଵାସ୍ଥ୍ୟ ଅବସ୍ଥାର କ୍ରିୟାଶୀଳ(Dynamic) ସମ୍ପର୍କ ଅଛି । ଗରିବ ଅବସ୍ଥାରେ ଦାରିଦ୍ର୍ୟ ରୋଗ ହୁଏ ଓ ଦାରିଦ୍ର୍ୟ ରୋଗ ହେଲେ ଦାରିଦ୍ର୍ୟ ଆହୁରି ବଢିଯାଇ ଜାତୀୟ ସମ୍ପତ୍ତି ତଥା ଧନ ଉତ୍ପତ୍ତି ସ୍ଥଳ କମିଯାଏ । ଉଦାହରଣ ସ୍ଵରୁପ ମ୍ୟାଲେରିଆ ଯୋଗୁ ବିକାଶଶୀଳ ଦେଶମାନଙ୍କରେ ଜି.ଡି.ପି. ବୃଦ୍ଧି ୧.୩% କମିଯାଏ ଏବଂ ସବ-ସାହାରା ଆଫ୍ରିକାରେ ନିୟୁତ ନିୟୁତ ଲୋକ ମରିବା ଦ୍ଵାରା ସମୁଦାୟ ସାମାଜିକ ଢାଞ୍ଚା, ଅର୍ଥନୀତି ଓ ରାଜନୈତିକ ସ୍ଥିତାବସ୍ଥା ବଦଳି ଯାଏ[୬୦][୬୧]

ମହିଳା ସମସ୍ୟା[ସମ୍ପାଦନା]

ମହିଳା ଓ ଶିଶୁମାନଙ୍କୁ ସିସ୍ଟୋସୋମିଆସିସ୍ ଅଧିକ ହୁଏ ଯାହା ଫଳରେ ସେମାନଙ୍କର ଏଚ୍.ଆଇ.ଭି. ସଙ୍କଟ ଅଧିକ ହୁଏ । ମହିଳା ଓ ଶିଶୁମାନେ ଘର ପାଖରେ ଥିବା ଅପମିଶ୍ରିତ ଜଳରେ ଗାଧୋଇବା, ଲୁଗା ଧୋଇବା, ପହଁରିବା ଓ ଘରୋଇ ବ୍ୟବହାର କରୁଥିବାରୁ ସେମାନଙ୍କର ସିସ୍ଟୋସୋମିଆସିସ୍ ସଙ୍କଟ ଅଧିକ ରହେ । ସିସ୍ଟୋସୋମିଆସିସ ଥିବା ମହିଳାମାନେ ତିନି ଗୁଣ ଅଧିକ ଏଚ୍.ଆଇ.ଭି. ସଂକ୍ରମିତ ହୁଅନ୍ତି[୬୨]
ମହିଳାମାନେ ସଂକ୍ରମିତ ଉପକରଣ ଓ ଛୁଞ୍ଚି ସଂସ୍ପର୍ଶରେ ଅଧିକ ଆସନ୍ତି । ଗର୍ଭାବସ୍ଥା ଓ ଅନ୍ୟ ସ୍ଵାସ୍ଥ୍ୟ ସମସ୍ୟା ସମୟରେ ଅଣ-ବିଶୋଧିତ ଛୁଞ୍ଚିରେ ଇଞ୍ଜେକସନ ନିଅନ୍ତି । ପରିସଂଖ୍ୟାନ ଅନୁଯାୟୀ ଛୁଞ୍ଚି ଯୋଗୁ ୫ ରୁ ୧୦% ଏଚ୍.ଆଇ.ଭି. ହେଉଥିବା ଜଣା ପଡିଲେ ମଧ୍ୟ ତାହା ଠାରୁ ବହୁତ ଅଧିକ ହେବା ସମ୍ଭାବନା ଅଛି[୬୩] । ଏଚ୍.ଆଇ.ଭି ପଜିଟିଭ ମହିଳା ମାନଙ୍କର ସ୍ଵାମୀଙ୍କୁ ପରୀକ୍ଷା କଲାବେଳେ ଜଣା ପଡିଛି ପ୍ରାୟ ଅର୍ଧେକ ମହିଳା ମାନଙ୍କର ସ୍ଵାମୀ ଏଚ୍.ଆଇ.ଭି. ନେଗେଟିଭ ଅଛନ୍ତି[୬୪] । ଏଥିରୁ ଜଣାଯାଏ ଯୌନ ସମ୍ପର୍କ ବ୍ୟତିରେକ ଅନ୍ୟ ମାଧ୍ୟମ ଦ୍ଵାରା ରୋଗ ସଂକ୍ରମିତ ହୁଏ । କିନ୍ତୁ ଏହି ମହିଳାମାନେ ଦୋଚାରୁଣୀ ଦୋଷରେ ପରିବାର ଓ ଗୋଷ୍ଠୀ ଦ୍ଵାରା ଦଣ୍ଡିତ ହୁଅନ୍ତି ।

ମାନବିକ ଦକ୍ଷତା[ସମ୍ପାଦନା]

ଏଚ୍.ଆଇ.ବି. ସଂକ୍ରମିତ ହେଲେ ମାନବିକ କର୍ମ ଦକ୍ଷତା ହ୍ରାସ ପାଏ, ତେଣୁ ରୋଜଗାର କମିଯାଏ[୬୫] । ରୋଜଗାର କମିଲେ ଖାଦ୍ୟ କମିଯାଏ ଓ ପୁଷ୍ଟିହାନୀ ହୁଏ । ପିଲାମାନେ ପରୋକ୍ଷରେ କ୍ଷତିଗ୍ରସ୍ତ ହୁଅନ୍ତି । ପିତା ମାତା ମରିଗଲେ ପିଲାମାନଙ୍କ ରକ୍ଷଣାବେକ୍ଷଣ ହୋଇପାରେ ନାହିଁ । ଏହି କାରଣ ଯୋଗୁ ସେମାନେ ଅପପୁଷ୍ଟିର ଶିକାର ହୁଅନ୍ତି ।

ସର୍ବସାଧାରଣଙ୍କ ନିମନ୍ତେ ନୀତି[ସମ୍ପାଦନା]

ଦେଶ ଭିତରେ ଓ ବିଭିନ୍ନ ଦେଶ ମଧ୍ୟରେ ଗରିବୀ ଓ ଦାରିଦ୍ର୍ୟ ରୋଗ ଦୂର କରିବା ନିମନ୍ତେ ଅନେକ ଗୁଡିଏ ପ୍ରସ୍ତାବ ବିଚାରାଧୀନ ଅଛି । ଡବ୍ଲ୍ୟୁ.ଏଚ୍.ଓ. ଏହି ବିଭେଦ ଦୂର କରିବା ନିମନ୍ତେ ଚେଷ୍ଟିତ । ପ୍ରଥମତଃ ଦୈନନ୍ଦିନ ଜୀବନଚର୍ଯ୍ୟା ଉନ୍ନତି ବିଧାନ ଆବଶ୍ୟକ । କନ୍ୟା ଓ ମହିଳାମାନଙ୍କର ଉନ୍ନତି ହେଲେ ଶିଶୁଙ୍କର ବିକାଶ ହେବ ଓ ସେମାନଙ୍କର ସ୍ଵାସ୍ଥ୍ୟର ଉନ୍ନତି ହେଲେ ଦାରିଦ୍ର୍ୟ ରୋଗ ଅପସରି ଯିବ । ଦ୍ଵିତୀୟତଃ ଅର୍ଥ, ଶକ୍ତି ଓ ରିସୋର୍ସେସ୍ ଗୁଡିକର ସମୀକରଣ ହେବ । ତୃତୀୟତଃ ଅସୁବିଧାର ମୂଲ୍ୟାୟନ ଓ କାର୍ଯ୍ୟକ୍ରମ ଗୁଡିକର ଉପକାରୀତାର ମୂଲ୍ୟାୟନ କରାଯିବ ।

ଆଧାର[ସମ୍ପାଦନା]

  1. Singh, A. R., & Singh, S. A. (2008). Diseases of Poverty and Lifestyle, Well-Being and Human Development. Mens Sana Monographs, 6(1), 187-225.
  2. "Health and Poverty". UNFPA State of World Population 2002. United Nations Population Fund. http://www.unfpa.org/swp/2002/english/ch5/index.htm. 
  3. WHO | Goal 4: reduce child mortality
  4. http://www.unicefusa.org/work/water/
  5. Singh, Nandita, Per Wickenberg, Karsten Åström, and Håkan Hydén. 2012. "Accessing water through a rights-based approach: problems and prospects regarding children." Water Policy 14, no. 2: 298-318.
  6. Access to Clean Water and Sanitation Pose 21st-Century Challenge for Millions. JAMA. 2004;292(3):318-320. doi:10.1001/jama.292.3.318.
  7. Mintz, E., Reiff, F., & Tauxe, R. (1995). Safe water treatment and storage in the home. A practical new strategy to prevent waterborne disease. JAMA: The Journal Of The American Medical Association, 273(12), 948-953.
  8. "Common water and sanitation-related diseases". UNICEF. 2005. http://www.unicef.org/wash/index_wes_related.html. 
  9. "Common water and sanitation-related diseases". UNICEF. 2005. http://www.unicef.org/wash/index_wes_related.html. 
  10. Piwoz, Ellen G.; Preble, Elizabeth A. (December 2000). "HIV/AIDS and Nutrition: A Review of the Literature and Recommendations for Nutritional Care and Support in Sub-Saharan Africa" (PDF). Washington DC: Academy for Educational Development. PN-ACK-673. http://www.dec.org/pdf_docs/PNACK673.pdf. 
  11. Friis H, Michaelsen KF (March 1998). "Micronutrients and HIV infection: a review". Eur J Clin Nutr 52 (3): 157–63. doi:10.1038/sj.ejcn.1600546. PMID 9537299. 
  12. John GC, Nduati RW, Mbori-Ngacha D et al. (January 1997). "Genital shedding of human immunodeficiency virus type 1 DNA during pregnancy: association with immunosuppression, abnormal cervical or vaginal discharge, and severe vitamin A deficiency". J. Infect. Dis. 175 (1): 57–62. doi:10.1093/infdis/175.1.57. PMID 8985196. http://www.jid.oxfordjournals.org/cgi/pmidlookup?view=long&pmid=8985196. 
  13. Chilton, M. (2009). A Rights-Based Approach to Food Insecurity in the United States. American Journal Of Public Health, 99(7), 1203.
  14. Freeing Latin America and the Caribbean from hunger http://www.fao.org
  15. Commission on the Social Determinants of Health. Closing the Gap in a Generation. World Health Organization, 2008.
  16. Adjei, P., & Buor, D. (2012). From poverty to poor health: Analysis of socio-economic pathways influencing health status in rural households of Ghana. Health Sociology Review, 21(2), 232-241.
  17. Adam Wagstaff. Poverty and Health Sector Inequalities. Policy and Practice, 2002
  18. Paula A. Braveman. Socioeconomic Disparities in Health in the United States: What the Patterns Tell Us. American Journal of Public Health, Vol 100, 2010.
  19. Dolin, [edited by] Gerald L. Mandell, John E. Bennett, Raphael (2010). Mandell, Douglas, and Bennett's principles and practice of infectious diseases (7th ed. ed.). Philadelphia, PA: Churchill Livingstone/Elsevier. ISBN 0443068399. 
  20. WHO/WPRO-Poverty Issues Dominate RCM
  21. "HIV/AIDS and Poverty". UNFPA State of World Population 2002. United Nations Population Fund. http://www.unfpa.org/swp/2002/english/ch6/index.htm. 
  22. RESULTS: World Health/Diseases of Poverty.
  23. Roll Back Malaria Partnership: What is malaria?
  24. http://www.results.org/website/article.asp?id=238
  25. Ko, H., Jamieson, D. J., Hogan, J. W., Anderson, J., Klein, R. S., Susan, C., & Paula, S. (2002). Prevalence, Incidence, and Persistence or Recurrence of Trichomoniasis among Human Immunodeficiency Virus (HIV)-Positive Women and among HIV-Negative Women at High Risk for HIV Infection. Clinical Infectious Diseases, 34(10), 1406-1411.
  26. Crosse, M. (2005). Global malaria control [electronic resource] : U.S. and multinational investments and implementation challenges. Washington, DC : U.S. Government Accountability Office, [2005].
  27. World Health Organization (WHO). 2004. http://www.who.int/tdt/diseases/malaria/diseaseinfo.htm (accessed March 2011).
  28. Ingstad, B., Munthali, A., Braathen, S., & Grut, L. (2012). The evil circle of poverty: a qualitative study of malaria and disability. Malaria Journal, 1115.
  29. Whitworth J, Morgan D, Quigley M et al. (September 2000). "Effect of HIV-1 and increasing immunosuppression on malaria parasitaemia and clinical episodes in adults in rural Uganda: a cohort study". Lancet 356 (9235): 1051–6. doi:10.1016/S0140-6736(00)02727-6. PMID 11009139. http://linkinghub.elsevier.com/retrieve/pii/S0140-6736(00)02727-6. 
  30. Hoffman IF, Jere CS, Taylor TE et al. (March 1999). "The effect of Plasmodium falciparum malaria on HIV-1 RNA blood plasma concentration". AIDS 13 (4): 487–94. doi:10.1097/00002030-199903110-00007. PMID 10197377. http://meta.wkhealth.com/pt/pt-core/template-journal/lwwgateway/media/landingpage.htm?issn=0269-9370&volume=13&issue=4&spage=487. 
  31. Rowland-Jones SL, Lohman B (October 2002). "Interactions between malaria and HIV infection-an emerging public health problem?". Microbes Infect. 4 (12): 1265–70. doi:10.1016/S1286-4579(02)01655-6. PMID 12467769. http://linkinghub.elsevier.com/retrieve/pii/S1286457902016556. 
  32. Abu-Raddad LJ, Patnaik P, Kublin JG (December 2006). "Dual infection with HIV and malaria fuels the spread of both diseases in sub-Saharan Africa". Science 314 (5805): 1603–6. doi:10.1126/science.1132338. PMID 17158329. http://www.sciencemag.org/cgi/pmidlookup?view=short&pmid=17158329. 
  33. Bentwich Z, Kalinkovich A, Weisman Z (April 1995). "Immune activation is a dominant factor in the pathogenesis of African AIDS". Immunol. Today 16 (4): 187–91. doi:10.1016/0167-5699(95)80119-7. PMID 7734046. http://linkinghub.elsevier.com/retrieve/pii/0167569995801197. 
  34. Borkow G, Bentwich Z (May 2002). "Host background immunity and human immunodeficiency virus protective vaccines, a major consideration for vaccine efficacy in Africa and in developing countries". Clin. Diagn. Lab. Immunol. 9 (3): 505–7. doi:10.1128/CDLI.9.3.505-507.2002. PMC 119996. PMID 11986252. http://cvi.asm.org/cgi/pmidlookup?view=long&pmid=11986252. 
  35. World Health Organization (WHO). 2004. http://www.who.int/tdt/diseases/schisto/diseaseinfo.htm (accessed March 2011).
  36. Stephenson L (1993). "The impact of schistosomiasis on human nutrition". Parasitology 107 (Suppl): S107–23. doi:10.1017/S0031182000075545. PMID 8115176. 
  37. Harms G, Feldmeier H (June 2002). "HIV infection and tropical parasitic diseases — deleterious interactions in both directions?". Trop. Med. Int. Health 7 (6): 479–88. doi:10.1046/j.1365-3156.2002.00893.x. PMID 12031069. http://onlinelibrary.wiley.com/resolve/openurl?genre=article&sid=nlm:pubmed&issn=1360-2276&date=2002&volume=7&issue=6&spage=479. 
  38. Tuberculosis: Commentary on a Reemergent Killer. Barry R. Bloom and Christopher J. L. Murray.
  39. Sepkowitz KA (June 2001). "AIDS—the first 20 years". N. Engl. J. Med. 344 (23): 1764–72. doi:10.1056/NEJM200106073442306. PMID 11396444. 
  40. Stillwaggon, Eileen (2008). "Race, Sex, and the Neglected Risks for Women and Girls in Sub-Saharan Africa". Feminist Economics 14 (4): 67–86. doi:10.1080/13545700802262923. 
  41. Gisselquist D, Potterat JJ, Brody S, Vachon F (March 2003). "Let it be sexual: how health care transmission of AIDS in Africa was ignored". Int J STD AIDS 14 (3): 148–61. doi:10.1258/095646203762869151. PMID 12665437. http://ijsa.rsmjournals.com/cgi/pmidlookup?view=long&pmid=12665437. 
  42. World Health Organization (WHO). 2003. ‘‘Unsafe Injection Practices: A Plague of Many Health Care Systems.’’ http://www.who.int/injection_safety/about/resources/ BackInfoUnsafe/en/ (accessed January 2004).
  43. Semba RD, Miotti PG, Chiphangwi JD et al. (June 1994). "Maternal vitamin A deficiency and mother-to-child transmission of HIV-1". Lancet 343 (8913): 1593–7. doi:10.1016/S0140-6736(94)93056-2. PMID 7911919. 
  44. Scrimshaw NS, SanGiovanni JP (August 1997). "Synergism of nutrition, infection, and immunity: an overview". Am. J. Clin. Nutr. 66 (2): 464S–477S. PMID 9250134. http://www.ajcn.org/cgi/pmidlookup?view=long&pmid=9250134. 
  45. Beisel WR (October 1996). "Nutrition in pediatric HIV infection: setting the research agenda. Nutrition and immune function: overview". J. Nutr. 126 (10 Suppl): 2611S–5S. PMID 8861922. http://jn.nutrition.org/cgi/pmidlookup?view=long&pmid=8861922. 
  46. Woodward B (January 1998). "Protein, calories, and immune defenses". Nutr. Rev. 56 (1 Pt 2): S84–92. PMID 9481128. 
  47. Cunningham-Rundles S (January 1998). "Analytical methods for evaluation of immune response in nutrient intervention". Nutr. Rev. 56 (1 Pt 2): S27–37. PMID 9481122. 
  48. Elieen Stillwaggon, Aids and the Ecology of Poverty. Oxford University Press. New York
  49. “Global Burden of Asthma.” Matthew Masoli, Denise Fabian, Shaun Holt, Richard Beasley. Report developed for: Global Initiative for Asthma. http://www.ginasthma.org/reports-global-burden-of-asthma.html
  50. Flores, G.,. (2009). Urban Minority Children with Asthma: Substantial Morbidity, Compromised Quality and Access to Specialists, and the Importance of Poverty and Specialty Care. Journal Of Asthma, 46(4), 392-398.
  51. “Global Burden of Asthma.” Matthew Masoli, Denise Fabian, Shaun Holt, Richard Beasley. Report developed for: Global Initiative for Asthma. http://www.ginasthma.org/pdf/GINABurdenReport.pdf p.86
  52. Yinusa-Nyahkoon, L. S., Cohn, E. S., Cortes, D. E., & Bokhour, B. G. (2010). Ecological Barriers and Social Forces in Childhood Asthma Management: Examining Routines of African American Families Living in the Inner City. Journal Of Asthma, 47(7), 701-710. doi:10.3109/02770903.2010.485662
  53. Poverty, race, and medication use are correlates of asthma hospitalization rates : a small area analysis in Boston. Gottlieb DJ, O'Connor GT, Beiser AS. CHEST.1995;108(1):28-35
  54. “Rethinking Race/Ethnicity, Income, and Childhood Asthma: Racial/Ethnic Disparities Concentrated among the Very Poor.” Lauren A. Smith, Juliet L. Hatcher-Ross, Richard Wertheimer and Robert S. Kahn Public Health Reports (1974-) , Vol. 120, No. 2 (Mar. - Apr., 2005), pp. 109-116 Published by: Association of Schools of Public HealthArticle Stable URL: http://www.jstor.org/stable/20056761
  55. John Yinger, Housing Discrimination and Residential Segregation. Understanding Poverty. New York.
  56. Creanga, A. A.; R.R. Genadry (November 2007). "Obstetric fistulas: A clinical review". International Journal of Gynecology & Obstetrics 99 (Supplement 1): S40. doi:10.1016/j.ijgo.2007.06.030. 
  57. Browning, Andrew. "Obstetric Fistula In Ilorin, Nigeria." Plos Medicine 1.1 (2004): 022-024. Academic Search Complete. Web. 25 Oct. 2012.
  58. DYE, B. (2010). Trends in Oral Health by Poverty Status as Measured by Healthy People 2010 Objectives. Public Health Reports, 125(6), 817.
  59. Delgado-Angulo, E., Hobdell, M., & Bernabé, E. (2009). Poverty, social exclusion and dental caries of 12-year-old children: a cross-sectional study in Lima, Peru. BMC Oral Health, (1), 16.
  60. "Roll Back Malaria Partnership: Economic costs of malaria". Rbm.who.int. http://www.rbm.who.int/cmc_upload/0/000/015/363/RBMInfosheet_10.htm. Retrieved 2012-07-11. 
  61. "UNFPA State of World Population 2002". Unfpa.org. http://www.unfpa.org/swp/2002/english/ch6/page2.htm. Retrieved 2012-07-11. 
  62. Kjetland EF, Ndhlovu PD, Gomo E et al. (February 2006). "Association between genital schistosomiasis and HIV in rural Zimbabwean women". AIDS 20 (4): 593–600. doi:10.1097/01.aids.0000210614.45212.0a. PMID 16470124. http://meta.wkhealth.com/pt/pt-core/template-journal/lwwgateway/media/landingpage.htm?doi=10.1097/01.aids.0000210614.45212.0a. 
  63. Drucker E, Alcabes PG, Marx PA (December 2001). "The injection century: massive unsterile injections and the emergence of human pathogens". Lancet 358 (9297): 1989–92. doi:10.1016/S0140-6736(01)06967-7. PMID 11747942. http://linkinghub.elsevier.com/retrieve/pii/S0140-6736(01)06967-7. 
  64. Gisselquist, David; Potterat, John J.; Salerno, Lilian (2007). "Injured and Insulted: Women in Africa Suffer from Incomplete Messages about HIV Risks". Horn of Africa Journal of AIDS 4 (1): 15–8. 
  65. Hsu, Jean W-C., Paul B. Pencharz, Dereck Macallan, and Andrew Tomkins. 2005 "Macronutrients and HIV/AIDS: A Review of Current Evidence." Presented April 2005 for the Consultation on Nutrition and HIV/AIDS in Africa: Evidence, lessons and recommendations for action.

ବାହାର ଲିଙ୍କ[ସମ୍ପାଦନା]