ଦଶ ଅବତାର
ଦଶ ଅବତାର ବା ଦଶାବତାର ଦଶଜଣ ମୁଖ୍ୟ ଅବତାରଙ୍କୁ ବୁଝାଇଥାଏ । ବୈଷ୍ଣବ ଦର୍ଶନ ଅନୁସାରେ ଅବତାର ଏକ ମୂଳ ଭଗବାନଙ୍କର କାଳ ଆନୁସାରେ ଅଲଗା ଅଲଗା କାମ ଓ ରୂପକୁ ବୁଝାଇଥାଏ । ବିଷ୍ଣୁଙ୍କର ଦଶଟି ଅବତାରକୁ ଦଶାବତାର ବୋଲି କୁହାଯାଇଥାଏ । ଗରୁଡ଼ ପୁରାଣରେ (୧.୮୬.୧୦-୧୧) ଏହି ଅବତାର ମାନଙ୍କ ଉପରେ ବର୍ଣ୍ଣନା ରହିଅଛି ।
ବିଷ୍ଣୁ ନାନା ଅବତାର ଗ୍ରହଣ କରିଥିଲେ ସୁଦ୍ଧା ମତ୍ସ୍ୟ, କଚ୍ଛପ, ବରାହ, ବାମନ, ନୃସିଂହ, ପରଶୁରାମ, ରାମ, ବଳରାମ, ବୁଦ୍ଧ ଓ କଳ୍କୀ ଏହି ଦଶ ଗୋଟି ଅବତାର ପ୍ରଧାନ
ଭିତର ଚିଜ |
[ଏହାକୁ ବଦଳାନ୍ତୁ] ଐତିହାସିକ ବିବର୍ତ୍ତନ
ଐତିହାସିକ ବୈଷ୍ଣବବାଦ ଏକ ନୂଆ ଓ ଜଟିଳ ବୈଷ୍ଣବବାଦ ତିଆରି କରିଥିଲା, ଯାହାକୁ ବିଷ୍ଣୁ ପୂଜନର ମୂଳ ଆଧାର ବୋଲି ଗ୍ରହଣ କରାଯାଇଥାଏ ଓ ଏହା ଭଗବତ ଗୀତାର (ଖ୍ରୀ.ପୂ. ୪ ରୁ ୩ୟ ଶତାବ୍ଦୀ ଯାଏଁ) ପ୍ରଚଳନ ସମୟରେ ପୁରାଣରେ ଲେଖାଯାଇଥିଲା । [୧]
ବାର ଜଣ ଅବତାର, ଯେଉଁମାନେ ତାଙ୍କର ମନ୍ତ୍ର ଦେଇ ଧର୍ମ ପ୍ରଚାର କରିଥିଲେ ସେମାନକ ତାଲିକାରେ ବିଷ୍ଣୁ ବା କୃଷ୍ଣଙ୍କୁ ରଖାଯାଇନଥିଲା । ତେବେ ତାମିଲ ଭାଷାରେ ବିଷ୍ଣୁ ସ୍ତୁରିସବୁ "ନାଳାଇରା" (ଦିବ୍ୟ ପ୍ରବନ୍ଧ) ଭାବରେ ଜଣା ।[୨][୩]
[ଏହାକୁ ବଦଳାନ୍ତୁ] ତାଲିକା
[ଏହାକୁ ବଦଳାନ୍ତୁ] ମତ୍ସ୍ୟ
ବିଷ୍ଣୁଙ୍କର ପ୍ରଥମ ଅବତାର ଏହି ଅବତାରରେ ବିଷ୍ଣୁ ମହାପ୍ରଳୟ ସମୟରେ ଅତଳ ଗଭୀର ସମୁଦ୍ର ମଧ୍ୟରେ ବୁଡ଼ି ଯାଇଥିବା ‘ବେଦ’ ଗ୍ରନ୍ଥକୁ ଉଦ୍ଧାର କରିଥିଲେ
[ଏହାକୁ ବଦଳାନ୍ତୁ] କଚ୍ଛପ
ଦ୍ଵିତୀୟ ଅବତାରରେ କଚ୍ଛପ ରୁପେ ଆବିର୍ଭୁତ ହୋଇ ସମୁଦ୍ର ମନ୍ଥନ ବେଳେ ମନ୍ଦର ପର୍ବତକୁ ନିଜ ପୃଷ୍ଠରେ ଧାରଣ କରିଥିଲେ ଦୁର୍ବାସାଙ୍କ ଶାପରୁ ଇନ୍ଦ୍ର ଶ୍ରୀହୀନ ହେବାରୁ ଲକ୍ଷ୍ମୀ ସ୍ଵର୍ଗରୁ ଯାଇ ସମୁଦ୍ର ଗର୍ଭରେ ବାସ କଲେ ବ୍ରହ୍ମାଙ୍କ ଉପଦେଶ ଅନୁସାରେ ମନ୍ଦର ପର୍ବତକୁ ମନ୍ଥନ ଦଣ୍ଡ ଓ ବାସୁକୀକୁ ମନ୍ଥନ ରଜ୍ଜୁ କରି ରଜ୍ଜୁର ଏକ ପାଖକୁ ଦେବତାଗଣ ଓ ଅନ୍ୟ ପାଖକୁ ଅସୁର ମାନେ ଟାଣି ସମୁଦ୍ରକୁ ମୋହିଁଲେ ମନ୍ଥନ ଫଳରେ ପ୍ରଥମେ ହଳାହଳ ବିଷ ବାହାରିଲା ଏ ବିଷର ଜ୍ଵାଳାରେ ସମସ୍ତେ ଅସ୍ଥିର ହୋଇ ମହାଦେବଙ୍କୁ ସ୍ତବ କରିବାରୁ ସେ ସନ୍ତୁଷ୍ଟ ହୋଇ ଉକ୍ତ ବିଷକୁ ପାନ କଲେ ତତ୍ପରେ ପୁଣି ମନ୍ଥନ କରିବାରୁ ସମୁଦ୍ର ମଧ୍ୟରୁ ଚନ୍ଦ୍ର, ପାରିଜାତ, ଉଚ୍ଚୈଃଶ୍ରବା ଅଶ୍ଵ, ଐରାବତ ଗଜ, ସୁରଭୀ ଗାଈ, ଲକ୍ଷ୍ମୀ ଓ ଧନ୍ଵନ୍ତରୀ ଅମୃତଭାଣ୍ଡ ସହିତ ବାହାରିଲେ ଅସୁରମାନେ ଅମୃତଭାଣ୍ଡ ହରଣ କରିବାକୁ ଉଦ୍ୟତ ହେବାରୁ ବିଷ୍ଣୁ ମୋହିନୀରୂପ ଧରି ଅସୁରମାନଙ୍କୁ ବଞ୍ଚନା କରି ଦେବତାମାନଙ୍କୁ ଉକ୍ତ ଅମୃତ ଦେଲେ ଏଥିଯୋଗୁଁ ଦେବ ଓ ଅସୁରମାନଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ଲାଗିଲା ନାରଦ ସେହି ଯୁଦ୍ଧ ନିବାରଣ କରିଥିଲେ ଦେବତାମାନଙ୍କ ଦ୍ଵାରା ହତ ଅସୁରମାନଙ୍କୁ ଅସୁରଗୁରୁ ଶୁକ୍ରାଚାର୍ଯ୍ୟ ବଞ୍ଚାଇଥିଲେ
[ଏହାକୁ ବଦଳାନ୍ତୁ] ବରାହ
ପୌଷ ଅମାବାସ୍ୟା ବା ବକୁଳ ଅମାବାସ୍ୟା ଦିନ ତୃତୀୟ ଅବତାର ବରାହ ରୁପେ ଆବିର୍ଭୁତ ହୋଇଥିଲେ ହିରଣ୍ୟାକ୍ଷ ନାମକ ଦୈତ୍ୟ ବ୍ରହ୍ମାଙ୍କ ବରରେ ଅତ୍ୟାଚାରୀ ହୋଇ ଦେବତାମାନଙ୍କୁ ପରାସ୍ତ କରି ପୃଥିବୀକୁ ନେଇ ପାତାଳରେ ପ୍ରବେଶ କରିଥିଲେ (ଧରଣୀ ଜଳତଳେ ନିମଗ୍ନ ଥିଲା) ବିଷ୍ଣୁ ବରାହରୂପରେ ହିରଣ୍ୟାକ୍ଷକୁ ନିପାତ କରି ପୃଥିବୀକୁ ଜଳମଧ୍ୟରୁ ଦନ୍ତଦ୍ଵାରା ଉତ୍ତୋଳନ କରିଥିଲେ ଏହାଙ୍କ ଔରସରେ ଧରଣୀଙ୍କ ଗର୍ଭରୁ ନରକାସୁର ଜାତ ହୋଇଥିଲେ
[ଏହାକୁ ବଦଳାନ୍ତୁ] ନରସିଂହ/ନୃସିଂହ
(ନରସିଂହ: ମୁଣ୍ଡରୁ କଟି ଦେଶ ପର୍ଯ୍ୟନ୍ତ ସିଂହାକୃତି ଓ ଅବଶିଷ୍ଟ ଅର୍ଦ୍ଧାଙ୍ଗ ନରାକୃତି) ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ଆବିର୍ଭୁତ ହୋଇଥିଲେ ଏ ଅବତାରରେ ବିଷ୍ଣୁ ହିରଣ୍ୟକଶିପୁ ଓ ମୁରାସୁରକୁ ବଧ କରିଥିଲେ
[ଏହାକୁ ବଦଳାନ୍ତୁ] ବାମନ
ଭାଦ୍ରବ ଶୁକ୍ଳଦ୍ଵାଦଶୀ ଦିନ ଅଦିତିଙ୍କ ଗର୍ଭରୁ ଆବିର୍ଭୁତ ହୋଇଥିଲେ ଏ ଅବତାରରେ ବିଷ୍ଣୁ ଗୋଟିଏ ଖର୍ବକାୟ ବ୍ରାହ୍ମଣ ରୂପ ଧରି ବଳିରାଜାଙ୍କୁ ଦାନ ମାଗି ତାଙ୍କୁ ନିଜ ଶରୀରରୁ ନିର୍ଗତ ତୃତୀୟ ପାଦରେ ପାତାଳପୁରକୁ ଚାପିଥିଲେ
[ଏହାକୁ ବଦଳାନ୍ତୁ] ପରଶୁରାମ
ବିଷ୍ଣୁଙ୍କ ଷଷ୍ଠ ଅବତାର ରୂପେ ଋଷି ଜମଦଗ୍ନିଙ୍କ ଔରସରୁ ରେଣୁକାଙ୍କ ଗର୍ଭରୁ ଜାତ ହୋଇଥିଲେ ଏହାଙ୍କର ଅସ୍ତ୍ର ପରଶୁ (କୁଠାର) ଅଟେ ଏ ଅବତାର ରେ ପୃଥିବୀକୁ ୨୧ ବାର ନିକ୍ଷତ୍ରିୟ କରିଥିଲେ ଏ ପିତ୍ରାଦେଶରେ ସ୍ଵୀୟ ମାତା ରେଣୁକାଙ୍କୁ ବଧ କରିଥିଲେ ଓ ପରେ ପିତାଙ୍କୁ ସନ୍ତୁଷ୍ଟ କରି ମାତାଙ୍କୁ ପୁରରୁଜ୍ଜୀବିତା କରାଇଥିଲେ ଏହାଙ୍କ ପିତୃହନ୍ତା କାର୍ତ୍ତବୀର୍ଯ୍ୟାର୍ଜୁନ ବା ସହସ୍ରାର୍ଜୁନଙ୍କୁ ଏ ବଧ କରିଥିଲେ ରାମଚନ୍ଦ୍ର ବିବାହ ହୋଇସାରି ସୀତାଙ୍କୁ ଘେନି ମିଥିଳାରୁ ଫେରି ଆସିବା ସମୟରେ ଏ ତାଙ୍କୁ ଭେଟି ଧନୁ ପରିକ୍ଷା ନିମନ୍ତେ ରାମଚନ୍ଦ୍ରଙ୍କୁ ଆହ୍ଵାନ କରିଥିଲେ ରାମଚନ୍ଦ୍ର ଏହାଙ୍କ ହାତରୁ ଧନୁ ନେବା ସମୟରେ ଏହାଙ୍କ ଦେହରେ ଥିବା ବିଷ୍ଣୁ ତେଜଃ ରାମଚନ୍ଦ୍ରଙ୍କ ଦେହରେ ପ୍ରବେଶ କଲା ଓ ଏ ହତପ୍ରଭ ହୋଇ ତପସ୍ୟା କରିବାକୁ ଗଲେ ଏହାଙ୍କର ଅନ୍ୟ ଚାରିଭାଇଙ୍କ ନାମ ସମନ୍ଵାନ, ସୁଷେଣ, ବସୁ ଓ ବିଶ୍ଵାବସୁ
[ଏହାକୁ ବଦଳାନ୍ତୁ] ରାମ
ବିଷ୍ଣୁଙ୍କ ସପ୍ତମ ଅବତାର ରୂପେ ତ୍ରେତାଯୁଗରେ ଅଯୋଧ୍ୟାରେ ଦଶରଥଙ୍କର ଜ୍ୟେଷ୍ଠ ପୁତ୍ରରୂପେ କୌଶଲ୍ୟାଙ୍କ ଗର୍ଭରୁ ଜନ୍ମଗ୍ରହଣ କରିଥିଲେ ଏହାଙ୍କ ବିଷୟ ରାମାୟଣରେ ବର୍ଣ୍ଣିତ ବଶିଷ୍ଠ ଋଷି ଏହାଙ୍କ ଗୁରୁ ଏ ବାଳକ ଥିବାବେଳେ ବିଶ୍ଵାମିତ୍ର ଏହାଙ୍କୁ ଓ ଏହାଙ୍କ ବୈମାତ୍ର ଭାଇ ଲକ୍ଷ୍ମଣଙ୍କୁ ଯାଗରକ୍ଷା କରିବାକୁ ତାଙ୍କ ଆଶ୍ରମକୁ ସାଙ୍ଗରେ ନେଇଥିଲେ ଓ ସେଠାରେ ଏ ଯଜ୍ଞବିଘ୍ନକାରୀ ବହୁ ରାକ୍ଷାସଙ୍କୁ ବଧ କରିଥିଲେ ଯଜ୍ଞର ନିର୍ବିଘ୍ନ ସମାପ୍ତି ହେବା ପରେ ବିଶ୍ଵାମିତ୍ରଙ୍କ ସଙ୍ଗେ ଏ ଦୁଇଭାଇ ରାଜା ଜନକଙ୍କ ରାଜଧାନୀକୁ ସୀତାଙ୍କ ସ୍ଵୟମ୍ବର ସଭାକୁ ଯାଇଥିଲେ ଓ ଶିବଧନୁକୁ ଭାଙ୍ଗି ସୀତାଙ୍କ ପାଣିଗ୍ରହଣ କଲେ ବିମାତା ରାଣି କୈକେୟୀଙ୍କ ଅନୁଜ୍ଞା ଅନୁସାରେ ଏ ପିତୃସତ୍ୟ ପାଳନ କରିବାକୁ ଲକ୍ଷ୍ମଣ ଓ ସୀତାଙ୍କୁ ସଙ୍ଗେ ନେଇ ୧୪ବର୍ଷ ବନବାସ କରିଥିଲେ ବନବାସ କାଳରେ ଦଣ୍ଡକାରଣ୍ୟରେ ରାବଣ ସୀତାଙ୍କୁ ହରଣ କଲା ଏ ବାନରାଜା ସୁଗ୍ରୀବ ଓ ହନୁମାନ ତଥା ବାନର ସୈନ୍ୟଙ୍କ ସହାୟତାରେ ଲଙ୍କା ଆକ୍ରମଣ କରି ରାବଣକୁ ମାରି ସୀତାଙ୍କୁ ଉଦ୍ଧାର କଲେ ଓ ଅଗ୍ନିପରୀକ୍ଷା ପରେ ସୀତାଙ୍କୁ ଗ୍ରହଣ କଲେ ୧୪ ବର୍ଷ ବନବାସର କାଳ ପୂରିବାରୁ ସୀତାଙ୍କ ସହ ଅଯୋଧ୍ୟାକୁ ଆସି ରାଜତ୍ଵ କଲେ କିଛିଦିନ ପରେ ରାବଣହୃତା ସୀତାଙ୍କ ସତୀତ୍ଵ ବିଷୟରେ ପ୍ରଜାଙ୍କ ମନରେ ସନ୍ଦେହ ହେବା ଅବଗତ ହୋଇ ଅନ୍ତଃସତ୍ଵା ସୀତାଙ୍କୁ ଏ ନିର୍ବାସିତା କଲେ ନିର୍ବାସନ କାଳରେ ବାଲ୍ମୀକି ଆଶ୍ରମରେ ସୀତାଙ୍କଠାରୁ ଲବ ଓ କୁଶ ନାମକ ଯମଜ କୁମାର ଜନ୍ମ ହେଲେ ତତ୍ପରେ ପିତା ଓ ପୁତ୍ରଦ୍ଵୟଙ୍କର ମିଳନ ହେଲା ସୀତାଙ୍କୁ ଗ୍ରହଣ କରିବା ପାଇଁ ରାମଚନ୍ଦ୍ର ପୁଣି ଅଗ୍ନିପରିକ୍ଷା ପ୍ରସ୍ତାବ କରିବାରୁ ସୀତା ଏଥିରେ ଅସମ୍ମତା ହୋଇ ନିଜର ମାତା ପୃଥିବୀଙ୍କ ଗର୍ଭରେ ଲୀନ ହେଲେ ପରେ ଏ ପୁତ୍ରଦ୍ଵୟଙ୍କ ମଧ୍ୟରୁ କୁଶଙ୍କୁ କୋଶଳ ରାଜ୍ୟର ଏବଂ ଲବଙ୍କୁ ଉତ୍ତର କୋଶଳ ରାଜ୍ୟର ଅଧିପତି ପଦରେ ପ୍ରତିଷ୍ଠାପିତ କରି ସରଯୁ ନଦୀରେ ପ୍ରବେଶ ପୂର୍ବକ ଯୋଗାଲମ୍ବନରେ ତନୁ ତ୍ୟାଗ କଲେ
[ଏହାକୁ ବଦଳାନ୍ତୁ] ବଳରାମ
ବିଷ୍ଣୁଙ୍କ ଅଷ୍ଟମ ଅବତାର ରୂପେ ଦ୍ଵାପର ଯୁଗରେ ଶ୍ରୀକୃଷ୍ଣଙ୍କର ବୈମାତୃକ ବଡ଼ ଭାଇ ଭାବେ ଶ୍ରାବଣ ପୁର୍ଣ୍ଣମୀ ଦିନ ଆବିର୍ଭୁତ ହୋଇଥିଲେ
[ଏହାକୁ ବଦଳାନ୍ତୁ] ବୁଦ୍ଧ
ବର୍ତ୍ତମାନ ବିଷ୍ଣୁଙ୍କର ବୁଦ୍ଧ ଅବତାର ପୁରୀରେ ଜଗନ୍ନାଥ ସେହି ଅବତାର ବୋଲି ଅନେକଙ୍କ ମତ
[ଏହାକୁ ବଦଳାନ୍ତୁ] କଳ୍କି
ପୃଥିବୀରେ ଅଧର୍ମ ଅତି ବେଶି ହେଲେ, ବିଷ୍ଣୁ କଳ୍କି ଅବତାର ଗ୍ରହଣ କରି ମ୍ଳେଚ୍ଛସଂହାରାର୍ଥ ଖଡ୍ଗଧାରଣ କରିବେ – ଏହା ମାଳିକାରେ ଲିଖିତ ତଥା ପଣ୍ଡିତମାନଙ୍କର ବିଶ୍ଵାସ
- ପ୍ରଚଳିତ ବିଶ୍ଵାସମତେ ପୂର୍ବୋକ୍ତ ଦଶ ଅବତାର ଛଡ଼ା ବିଷ୍ଣୁ ଅନ୍ୟାନ୍ୟ ଅନେକ ଅବତାର ଧରି ଥିଲେ (ଭାଗବତରେ ବର୍ଣ୍ଣିତ ବିଷ୍ଣୁଙ୍କର ଚବିଶଟି ଅବତାର ହେଲା: ବରାହ, ହରି, କପିଳ, ଦତ୍ତାତ୍ରେୟ, ଚତୁଃସନକ, କଚ୍ଛପ, ନୃସିଂହ, ବାମନ, ହିଂସା, ମନୁ, ଧନ୍ଵନ୍ତରୀ, ପର୍ଶୁରାମ, ରାମ, କୃଷ୍ଣ, ବଳରାମ, ବ୍ୟାସ, ବୁଦ୍ଧ, କଳ୍କୀ, ଧୃବ ପାଇଁ ଓ ଗଜ ଉଦ୍ଧାରଣ ପାଇଁ ଦୁଇ ଅବତାର )
[ଏହାକୁ ବଦଳାନ୍ତୁ] ଅଲଗାଭାବେ
ଡାରୱିନ୍ (Darwin) ଙ୍କର ବିବର୍ତ୍ତନ ବାଦ (Evolution theory) ସଙ୍ଗେ ହିନ୍ଦୁମାନଙ୍କର ଦଶ ଅବତାର ତୁଳନା କଲେ ଜୀବସୃଷ୍ଟିରେ ବିବର୍ତ୍ତନର ଭିନ୍ନ ଭିନ୍ନ ଅନୁରୂପ କ୍ରମିକ ସୋପାନ ଦେଖାଯାଏ ଯଥା – ‘ମତ୍ସ୍ୟ’ ପ୍ରଥମ ପୂର୍ଣ୍ଣ ଜଳଚର ‘ମତ୍ସ୍ୟ’ରୁ ବିବର୍ତ୍ତନ ଦ୍ବାରା ଉଭୟଚର (ବେଶି ସମୟ ଜଳରେ ଓ ଅଳ୍ପ ସମୟ ସ୍ଥଳରେ ବିଚରଣ କରୁଥିବା) ‘କଚ୍ଛପ’ ତତ୍ପରେ ସ୍ଥଳଚର (ଅଧିକାଂଶ ସମୟ ସ୍ଥଳରେ ଓ ଅତି ଅଳ୍ପକାଳ ଜଳ ବା ପଙ୍କରେ ବିଚରଣକାରୀ) ‘ବରାହ’ (ପଶୁ ସୃଷ୍ଟିର ଆରମ୍ଭ) ‘ବରାହ’ ପରେ ‘ନୃସିଂହ’ (ଅଧା ପଶୁ ଓ ଅଧା ମନୁଷ୍ୟ ଓ ତାହାର ଅସ୍ତ୍ର ଦନ୍ତ ଓ ନଖ) ତତ୍ପରେ ‘ବାମନ’ (ଅର୍ଥାତ ସମସ୍ତ ଅଙ୍ଗବିଶିଷ୍ଟ କିନ୍ତୁ ମନୁଷ୍ୟର ପୂର୍ଣ୍ଣାକାର ପ୍ରାପ୍ତ ହୋଇ ନ ଥିବା ମନୁଷ୍ୟ) ତତ୍ପରେ ‘ପର୍ଶୁରାମ’ (ଅର୍ଥାତ ପୂର୍ଣ୍ଣ ସଭ୍ୟତା ପାଇ ନ ଥିବା ଓ ଯୁଦ୍ଧପ୍ରିୟ ଆଦିମ ଅବସ୍ଥାର ମନୁଷ୍ୟ; ତାହାର ଅସ୍ତ୍ର ଗୋଟିଏ ଲୌହମୟ କୁଠାର) ତତ୍ପରେ ‘ରାମ’ (ସମାଜ ଓ ରାଜ୍ୟ ପରିଚାଳନରେ ଦକ୍ଷ କିନ୍ତୁ କୃଷି ବିଦ୍ୟାରେ ନିପୁଣତା ଲାଭ କରି ନ ଥିବା ଅବସ୍ଥା) ତତ୍ପରେ ‘ବଳରାମ’ (କୃଷିଜୀବୀ ଓ ସଂସାର କର୍ମରତ ମନୁଷ୍ୟ) ତତ୍ପରେ ‘ବୁଦ୍ଧ’ ଧର୍ମପ୍ରାଣତା ଯୁକ୍ତ ଓ ଆଧ୍ୟାତ୍ମିକତା (spirituality) ଯୁକ୍ତ ମନୁଷ୍ୟ ଓ ପରିଶେଷରେ କଳ୍କୀ ଅବତାର (ଯାହା ଏ ପର୍ଯ୍ୟନ୍ତ ହୋଇନାହିଁ); ଏ ଜନ ସମାଜରେ ବିପ୍ଳବ ଓ ଭୟଙ୍କର ଗଣ୍ଡଗୋଳ ଓ ରକ୍ତପାତ ଘଟାଇବା ବ୍ୟକ୍ତି
[ଏହାକୁ ବଦଳାନ୍ତୁ] ଆଧାର
- ↑ Beck, Guy L. (1993). Sonic theology: Hinduism and sacred sound. Columbia, S.C: University of South Carolina Press. ପୃଷ୍ଠା. 170. ISBN 0-87249-855-7.
- ↑ Annangaracariyar, P.B. (1971). Nalayira tivviyap pirapantam. Kanci: VN Tevanatan.
- ↑ Seth, K.P. (1962). "Bhakti in Alvar Saints". The University Journal of Philosophy.
[ଏହାକୁ ବଦଳାନ୍ତୁ] ବାହାର ଆଧାର
|
||||||||||||||