ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟ

Coordinates: 20°57′22″N 85°13′18″E / 20.956027°N 85.221578°E / 20.956027; 85.221578
ଉଇକିପିଡ଼ିଆ‌ରୁ
ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟ
ସ୍ଥାପିତ୧୯୬୯
ପ୍ରକାରସହ-ଶିକ୍ଷା
ସଭାପତିବ୍ରଜକିଶୋର ପ୍ରଧାନ
ଅଧ୍ୟକ୍ଷବସନ୍ତ କୁମାର ସାହୁ
ପ୍ରଶାସନୀକ ସଦସ୍ୟ୧୧୫+
ଛାତ୍ର ଛାତ୍ରୀ ସଂଖ୍ୟା୧୭୦୦+
ତଳସ୍ନାତକସ୍ନାତକ(ବିଜ୍ଞାନ, କଳା ଓ ବାଣିଜ୍ୟ)
ଅବସ୍ଥାନତାଳଚେର, ଓଡ଼ିଶା, ଭାରତ
20°57′22″N 85°13′18″E / 20.956027°N 85.221578°E / 20.956027; 85.221578
ପରିସରUrban 31.945 acres (129,280 m2)
ଅନୁବନ୍ଧନୟୁଜିସି(UGC), ନାକ୍(NAAC), ଉତ୍କଳ ବିଶ୍ୱବିଦ୍ୟାଳୟ
ୱେବସାଇଟwww.talchercollege.org

ତାଳଚେର ସ୍ୱୟଂଶାସିତ କଲେଜ , ଭାରତୀୟ ରାଜ୍ୟ ଓଡ଼ିଶାର କୋଇଲାଖଣି ସମୃଦ୍ଧ ସହର ତାଳଚେରଠାରେ ଅବସ୍ଥିତ । ଏହା ଅନୁଗୁଳ ଜିଲ୍ଲାର ଏକ ପୁରାତନ କଲେଜ ।[୧] ଏଠାରେ କଳା , ବିଜ୍ଞାନ ଓ ବାଣିଜ୍ୟରେ ସମ୍ମାନ ଥାଇ ସ୍ନାତକ ପର୍ଯ୍ୟନ୍ତ ଓ କର୍ମଭିତ୍ତିକ କମ୍ପ୍ୟୁଟର ବିଜ୍ଞାନ ଓ ବାୟୋ-ଟେକ୍ନୋଲଜି ଶିକ୍ଷା ମଧ୍ୟ ଉପଲବ୍ଧ । 

ଇତିହାସ [ସମ୍ପାଦନା]

ଏହି କଲେଜ ଏକ ଟିଉଟୋରିଆଲ ଅନୁଷ୍ଠାନ ଭାବେ ପ୍ରଥମେ ୧୯୬୯ରେ ବ୍ରାହ୍ମଣୀ ନଦୀ ତଟରେ ଏକ ଘରେ ଆରମ୍ଭ ହୋଇ ପରେ ମାନ୍ୟତା ପ୍ରାପ୍ତ ହୋଇ ୧୯୭୦-୭୧ରେ ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ହେଲା । ୨୦୦୫ରୁ ନୂଆଦିଲ୍ଲୀର ଇଗନୁ(IGNOU) ଏହି କଲେଜକୁ ତାଙ୍କର ଷ୍ଟଡି ସେଣ୍ଟର ଭାବରେ ଚୟନ କରିଥିଲେ ।[୨] ନାକ୍(NAAC) କତ୍ତୃପକ୍ଷ ଏହାକୁ ସ୍ୱୟଂଶାସିତ ଅନୁଷ୍ଠାନର ମାନ୍ୟତା ଦେଇଛନ୍ତି । 

ଆଧାର [ସମ୍ପାଦନା]

  1. "ଆର୍କାଇଭ୍ କପି". Archived from the original on 2019-11-25. Retrieved 2017-11-16. {{cite web}}: Cite has empty unknown parameter: |1= (help)
  2. http://www.ignou.ac.in/ignou/aboutignou/studycentre/centre/57/8

ବାହାର ଲିଙ୍କ [ସମ୍ପାଦନା]