ତମ୍ବାଖୁର ସ୍ୱାସ୍ଥ୍ୟ ଉପରେ ପ୍ରଭାବ

ଉଇକିପିଡ଼ିଆ ରୁ

ତମ୍ବାଖୁର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ଆଲୋଚନାରେ ଏହାର ସ୍ଥିତି, ପ୍ରକ୍ରିୟା ଓ ଅନ୍ୟାନ୍ୟ ବିଷୟ ରହିବ । ପ୍ରାଥମିକ ସ୍ତରରେ ସିଗାରେଟ ତମ୍ବାଖୁ ବା ଟବାକୋ ଉପରେ ଏହାର ଅନୁଶୀଳନ କେନ୍ଦ୍ରୀଭୁତ ହୋଇଛି ଓ ଅନ୍ୟାନ୍ୟ ତମ୍ବାଖୁ ଅପେକ୍ଷା ଏହା ଉପରେ ଏହାର ଅଧିକ ଅନୁଶୀଳନ ହୋଇଛି।
ସଂସାରରେ ତମ୍ଵାଖୁ ହେଉଛି ଏକ ମାତ୍ର ସର୍ବାଧିକ ମୃତ୍ୟୁ ନିବାରଣକାରୀ ପଦାର୍ଥ[୧]ହୃତପିଣ୍ଡ, କଲିଜାଫୁସଫୁସ ଏହାର ପ୍ରଭାବରେ ଆକ୍ରାନ୍ତ ହୁଅନ୍ତି । ହୃଦଘାତ, ସ୍ଟ୍ରୋକ୍, କ୍ରନିକ୍ ଅବ୍‌ସ୍ଟ୍ରକ୍ଟିଭ ପଲ୍‌ମୋନାରି ରୋଗ (ଏମ୍ଫିସେମା, କ୍ରନିକ ବ୍ରୋଙ୍କାଇଟିସ୍), ସ୍ଵର ପେଟିକା ପାଟି ଓ ଅଗ୍ନାଶୟରେ କର୍କଟ ଧୁମ୍ରପାନ ଧୁମ୍ରପାନ ଯୋଗୁ ହୁଏ । ଉଚ୍ଚ ରକ୍ତଚାପ ଓ ରକ୍ତନଳୀ ରୋଗ ମଧ୍ୟ ଏହା ଯୋଗୁ ହୁଏ । କେତେ ସମୟ ଧରି ଓ କେତେ ସଂଖ୍ୟକ ଧୁମ୍ରପାନ ହେଉଛି ତାହା ଉପରେ ଏହାର ପ୍ରଭାବ ନିର୍ଭର କରେ । ଅଳ୍ପ ବୟସରୁ ଆରମ୍ଭ ଓ ସିଗାରେଟରେ ଥିବା ଟାର ଏହି ରୋଗ ସଙ୍କଟ ବଢେଇ ଦିଏ । ଧୁମପାୟୀଙ୍କ ନିକଟରେ ରହି ଧୁଆଁ ପ୍ରଶ୍ଵାସରେ ନେଲେ ମଧ୍ୟ ସବୁ ବୟସ ନିମନ୍ତେ କ୍ଷତି କାରକ ହୁଏ[୨] । ଏହାକୁ ସେକଣ୍ଡ ହ୍ୟାଣ୍ଡ ଧୁମ୍ରପାନ କହନ୍ତି । ଅବିକଶିତ ଦେଶମାନଙ୍କରେ ମିଳୁଥିବା ସିଗାରେଟରେ ଟାର ଅଧିକ ଥାଏ ଓ ଏଥିରେ ଫିଲ୍‌ଟର ନ ଥିବାରୁ ଅଧିକ ସଂଙ୍କଟ ଜନକ ହୁଏ[୩]
ଡବ୍ଲ୍ୟୁ,ଏଚ.ଓ. ହିସାବରେ ୨୦୦୪ ମସିହାରେ ୫.୪ ନିୟୁତ[୪] ଓ ବିଂଶ ଶତାବ୍ଦିରେ ୧୦୦ ନିୟୁତ ମୃତ୍ୟୁ ହୋଇଥିଲା[୫] । ଆମେରିକାର ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ୍ ଆଣ୍ଡ ପ୍ରିଭେନ୍‌ସନ ଆକଳନ ଅନୁସାରେ ତମ୍ବାଖୁ ହେଉଛି ଏକକ ସ୍ଵାସ୍ଥ୍ୟ ସଙ୍କଟ ପ୍ରତିରୋଧକ ଓ ଅକାଳ ମୃତ୍ୟୁର କାରଣ"[୬]। ଅନେକ ଦେଶମାନଙ୍କରେ ଏହାର ବ୍ୟବହାର ଓ ବିକ୍ରି ଉପରେ ଅଙ୍କୁଶ ଓ ସତର୍କ ବାର୍ତ୍ତା ମାଧ୍ୟମରେ ତମ୍ବାଖୁ ବ୍ୟବହାର ରୋକିବାକୁ ଚେଷ୍ଟା କରୁଛନ୍ତି ।
ଧୁମ୍ରରେ ଥିବା କର୍କଟ ସୃଷ୍ଟିକାରୀ ପାଇରୋଲାଇଟିକ ପଦାର୍ଥ ଶରୀରରେ ଥିବା ଡି.ଏନ.ଏ. ସହ ଅନୁବନ୍ଧିତ ହୋଇ ଜିନ ମ୍ୟୁଟେସନ କରାଏ । ସିଗାରେଟ ଧୁଆଁରେ ୪୫ ପ୍ରକାର କର୍କଟ ସୃଷ୍ଟିକାରୀ ରାସାୟନିକ ପଦାର୍ଥ ଅଛି[୭] । ତମ୍ବାଖୁରେ ଥିବା ନିକୋଟିନ ଏକ ମନୋଉତ୍ତେଜକ ଓ ନିଶା ଦ୍ରବ୍ୟ ଅଟେ । ଏହା ବ୍ୟବହାର ଦ୍ଵାର ମଣିଷ ଶାରୀରିକ ଓ ମାନସିକ ନିର୍ଭରଶୀଳ ହୋଇଯାଏ । ଗର୍ଭିଣୀ ଧୁମ୍ରପାନକାରି ମହିଳାଙ୍କର ଗର୍ଭପାତ ହୁଏ, ଗର୍ଭସ୍ଥ ଶିଶୁର ଅକାଳ ଜନ୍ମ ହୁଏ ଓ ଶିଶୁ ସ୍ଵଳ୍ପ ଓଜନ ବିଶିଷ୍ଟ ହୁଏ ଓ ସଡନ ଇନ୍‌ଫ୍ୟାଣ୍ଟ ଡେଥ ସିଣ୍ଡ୍ରୋମ ହେବା ସମ୍ଭାବନା ରହେ[୮] । ବୈଜ୍ଞାନିକ ଅନୁଶୀଳନରୁ ଜଣାଯାଇଛି, ଗର୍ଭସ୍ଥ ଶିଶୁର ମସ୍ତିଷ୍କ ଅମ୍ଳଜାନ ଅଭାବ ଚିହ୍ନି ପାରେ ନାହିଁ, ଫଳରେ ଆକସ୍ମିକ ଅମ୍ଳଜାନ ସଙ୍କଟ ହୁଏ । ଧୁମ୍ରପାନକାରୀ ପୁରୁଷମାନଙ୍କର ନ କରୁଥିବା ପୁରୁଷଙ୍କ ଅପେକ୍ଷା ନପୁଂସକତା ୮୫% ଅଧିକ ଥାଏ[୯] । ଲିଙ୍ଗ ଉତ୍ଥାନ ସମସ୍ୟା ମଧ୍ୟ ହୁଏ ।

ଆଧାର[ସମ୍ପାଦନା]

  1. World Health Organization (2008). WHO Report on the Global Tobacco Epidemic 2008: The MPOWER Package. Geneva: World Health Organization. ISBN 92-4-159628-7. [page needed]
  2. Vainio H (June 1987). "Is passive smoking increasing cancer risk?". Scand J Work Environ Health 13 (3): 193–6. doi:10.5271/sjweh.2066. PMID 3303311. 
  3. Nichter M, Cartwright E (1991). "Saving the Children for the Tobacco Industry". Medical Anthropology Quarterly 5 (3): 236–56. doi:10.1525/maq.1991.5.3.02a00040. JSTOR 648675. 
  4. World Health Organization (2008). The Global Burden of Disease (2004 Update ed.). Geneva: World Health Organization. ISBN 92-4-156371-0. 
  5. "WHO Report on the Global Tobacco Epidemic". World Health Organization. 2008. http://www.who.int/entity/tobacco/mpower/mpower_report_prevalence_data_2008.pdf. 
  6. "Nicotine: A Powerful Addiction." Centers for Disease Control and Prevention.
  7. Fowles J, Dybing E (December 2003). "Application of toxicological risk assessment principles to the chemical constituents of cigarette smoke". Tob Control 12 (4): 424–30. doi:10.1136/tc.12.4.424. PMC 1747794. PMID 14660781. 
  8. "The health consequences of involuntary exposure to tobacco smoke: a report of the Surgeon General" (PDF). Atlanta, U.S., page 93: U.S. Department of Health and Human Services, Centers for Disease Control and Prevention, National Center for Chronic Disease Prevention and Health Promotion, Office on Smoking and Health. 2006. http://www.surgeongeneral.gov/library/secondhandsmoke/report/fullreport.pdf. Retrieved 2009-02-15. 
  9. "The Tobacco Reference Guide". http://www.tobaccoprogram.org/tobaccorefguide/ch12/ch12p1.htm. Retrieved 2006-07-15.