ତବଲା

ଉଇକିପିଡ଼ିଆ‌ରୁ
ତବଲା
ଶ୍ରେଣୀବିଭାଗ

ଭାରତୀୟ ବାଦନଯନ୍ତ୍ର

ପଶୁଚର୍ମରେ ତିଆରି ସ୍ୟାହି
ସମ୍ବନ୍ଧୀୟ ଅନ୍ୟ ବାଦ୍ୟଯନ୍ତ୍ର
ପଖଉଜ, ମୃଦଙ୍ଗ, ଖୋଳ, ଢ଼ୋଲ, ନାଗଡ଼ା

ତବଲା ଏକ ପ୍ରକାର ବାଦ୍ୟଯନ୍ତ୍ର, ଯେଉଁଥିରେ ଦୁଇଟି ବାଜା ଅନ୍ତର୍ଗତ । ଏହା ଭାରତୀୟ ପାରମ୍ପରିକ ସଙ୍ଗୀତ ଏବଂ ଲୋକସଂଗୀତ ପରିବେଷଣ ସମୟରେ ବ୍ୟବହୃତ ହୋଇଥାଏ । ଅଷ୍ଟାଦଶ ଶତାବ୍ଦୀରୁ ମୁଖ୍ୟତଃ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣରେ ଏହାର ବହୁଳ ବ୍ୟବହାର ଦେଖାଯାଏ ।

ଖ୍ରୀଷ୍ଟପୂର୍ବ ୨୦୦ ବର୍ଷ ତଳର ଭଜେ ଗୁମ୍ଫାରେ ଜଣେ ମହିଳା ତବଲା ବାଦନ କରିବାର ପ୍ରସ୍ତର କଳାକୃତି[୧]

ସୃଷ୍ଟି[ସମ୍ପାଦନା]

ତବଲାର ଇତିହାସ ଯଦିଓ ସ୍ପଷ୍ଟ ନୁହେଁ ଏହା ଉପରେ ଅନେକ ଧାରଣା ରହିଆସିଛି । ଦୁଇଟି ମୁଖ୍ୟ ଧାରଣା ମଧ୍ୟରୁ ଗୋଟିକରେ କୁହାଯାଏ, ମୁସଲିମ ଏବଂ ମୋଗଲ ଆକ୍ରମଣକାରୀମାନଙ୍କଦ୍ୱାରା ତବଲା ଭାରତୀୟ ଉପମହାଦେଶକୁ ଆସିଥିଲା । ମାତ୍ର ତବଲାର ଭାରତୀୟ ସମ୍ପୃକ୍ତି ସମ୍ପର୍କରେ ଭଜେ ଗୁମ୍ଫାରୁ ଧାରଣା ମିଳେ ।

ଗଠନ[ସମ୍ପାଦନା]

ତବଲା ଦୁଇଟି ବାଜାରୁ ନେଇ ଗଠିତ ଅପେକ୍ଷାକୃତ ସାନ ବାଜାଟିକୁ ଡାୟାଁ, ଡାହିନା, ସିଦ୍ଧ ବା ଚଟୁ କୁହାଯାଏ ଏବଂ ବଡ଼ ବାଜାକୁ ବାୟାଁ, ଦୁଗୀ ବା ଧମ (ଡଗ)କୁହାଯାଏ ।[୨] ଡାୟାଁ ମୁଖ୍ୟତଃ ଛୋଟ କାଠଗଡ଼ରୁ ତିଆରି ହୋଇଥିବା ବେଳେ ବାୟାଁ ନିକେଲ, ତମ୍ବା ଏବଂ ବ୍ରୋଞ୍ଚ ଆଦି ଧାତୁର ମିଶ୍ରଣରୁ ତିଆରି ହୋଇଥାଏ । ପ୍ରତ୍ୟେକ ବାଜାର ଉପର ଭାଗଟି ଚମଡ଼ାରେ ତିଆରି ହୋଇଥାଏ, ତା' ମଧ୍ୟଭାଗଟିକୁ ସ୍ୟାହି କୁହାଯାଏ । ବିଭିନ୍ନ ପ୍ରକାର କଳା ରଙ୍ଗ ସହ ଚାଉଳ କିମ୍ବା ଗହମ ମଣ୍ଡ ମିଶାଇ ଏହି ବହୁପରଳ ବିଶିଷ୍ଟ ଭାଗଟି ତିଆରି ହୋଇଥାଏ । ବାଦ୍ୟଯନ୍ତ୍ର ବାଦନ ସମୟରେ ତବଲାକୁ ସ୍ଥିର ରଖିବା ତା' ତଳେ ନିମିତ୍ତ କପଡ଼ାରେ ଗୁଡେଇହୋଇଥିବା ଉଦ୍ଭିଦଜ ତନ୍ତୁ ଏବଂ ନମନୀୟ ଧାତବ ତାର ରଖାଯାଏ । ପ୍ରତ୍ୟେକ ବାଜାର ଉପର ଭାଗଟି ଚମଡ଼ାରେ ତିଆରି ହୋଇଥାଏ, ତା' ମଧ୍ୟଭାଗଟିକୁର ଯାହାକୁ ସ୍ୟାହି କୁହାଯାଏ । ବାଦନ ସମୟରେ ତବଲାକୁ ସ୍ଥିରତା ପ୍ରଦାନ କରିବା ପାଇଁ ତା' ତଳେ କନାରେ ଗୁଡେଇ ହୋଇଥିବା ଉଦ୍ଭିଦଜ ତନ୍ତୁ ଏବଂ ନମନୀୟ ତାର ଆଦି ରଖାଯାଇଥାଏ । ଏହାକୁ ଚୁଟ୍ଟା ବା ଗୁଡ୍ଡି କୁହାଯାଏ ।

ଫାଇଲ:Harmonium ,Tabla playing.jpg

ଆଧାର[ସମ୍ପାଦନା]

  1. P.S. Meshram (1981). Indica, Volume 18. Heras Institute of Indian History and Culture. pp. 57–59.
  2. http://www.tyburhoe.com/about-the-tabla

ଆହୁରି ଦେଖିପାରିବେ[ସମ୍ପାଦନା]