ଡଙ୍ଗରିଆ କନ୍ଧ

ଉଇକିପିଡ଼ିଆ‌ରୁ

ଡଙ୍ଗରିଆ କନ୍ଧ ନିୟମଗିରି ପର୍ବତରେ ରହୁଥିବା ଆଦିମ ଜନଜାତି । ମୁଖ୍ୟତଃ ପୋଡୁଚାଷଦ୍ୱାରା ଏମାନେ ଜୀବିକା ନିର୍ବାହ କରିଥାନ୍ତି । ଡଙ୍ଗର( ପାହାଡ)ରେ ରହୁଥିବାରୁ ଏମାନଙ୍କର ଏଭଳି ନାମକରଣ ହୋଇଛି । ଡ଼ଙ୍ଗରିଆ କନ୍ଧଙ୍କର କଥିତ ଭାଷା ହେଲା କୁଇ ଯାହା କି ଏକ ଦ୍ରାବିଡ ଭାଷା । ଏମାନଙ୍କ ମଧ୍ୟରେ ବହୁ ନାରୀ ବିବାହ ଏବେ ମଧ୍ୟ ପ୍ରଚଳିତ ।

ଏମାନେ ପୂଜା କରୁଥିବା ଦେବଦେବୀ ହେଲେ ଧରଣୀ ପେନୁ ଏବଂ କୋଟେଇବାଳୀ । ମେରିଆ ପୂଜା ( ବଳି ପ୍ରଥା) ଡ଼ଙ୍ଗରିଆ କନ୍ଧମାନଙ୍କର ମୁଖ୍ୟ ପର୍ବ ଯେଉଁଥିରେ ଧରଣୀପେନୁକୁ ଖୁସି କରିବା ପାଇଁ ପୋଢବଳି ଦିଅଯାଇଥାଏ ।

ଆଧାର[ସମ୍ପାଦନା]