ଟଭାଲେମ୍ବୁ

ଉଇକିପିଡ଼ିଆ ରୁ
ଟଭାଲେମ୍ବୁ
Citrus medica
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
(unranked): Angiosperms
(unranked): Eudicots
(unranked): Rosids
ଗଣ: Sapindales
କୁଳ: Rutaceae
ପ୍ରଜାତି: Citrus
ଜାତି: C. medica
ବାଇନୋମିଆଲ ନାଆଁ
Citrus medica
L.

ଟଭାଲେମ୍ବୁ ଏକ ଦ୍ରୁମ ଜାତୀୟ ଉଦ୍ଭିଦ। କାଗିଜିଲେମ୍ବୁକମଳାଲେମ୍ବୁ ଠାରୁ ଏଇ ଗଛ ବଡ ହୋଇଥାଏ। ଏହାର ଫଳ ଗୁଡିକ ଆକାରରେ ଖୁବ୍ ବଡ ହୋଇଥାଏ। ଏ ଗଛରେ ଠାଏ ଠାଏ ବଡ ବଡ କଣ୍ଟା ଥାଏ। ଓଡିଶାରେ ସର୍ବତ୍ର ଏହି ଗଛ ଦେଖାଯାଏ।

ବିଷୟସୂଚୀ

ବିବିଧ ଭାରତୀୟ ପ୍ରାଦେଶିକ ନାମ [ସମ୍ପାଦନା]

ପ୍ରାଦେଶିକ ଭାଷା ନାମ
ଓଡ଼ିଆ ଟଭାଲେମ୍ବୁ
ସଂସ୍କୃତ ମାତୁଳଙ୍ଗ, ବୀଜପୁରା, ହନ୍ତର୍ଷଣକ, କୃମିଶାର୍ଦ୍ଦୁଳ ଓ କଟୈଜା
ହିନ୍ଦୀ ବୀଜଭରା ନିମ୍ବୁ
ତେଲୁଗୁ
ବଙ୍ଗଳା ଟାବାଲେବୁ

ଶାସ୍ତ୍ରୋକ୍ତ ଗୁଣ [ସମ୍ପାଦନା]

ଅଳ୍ପମଧୁର ମିଶ୍ରିତ ଅମ୍ଳରସ। ମାତ୍ରା ଦୁଇଅଣାରୁ ଆଠ ଅଣା ପର୍ଯ୍ୟନ୍ତ।

ବ୍ୟବହାର [ସମ୍ପାଦନା]

ଏହି ଗଛର ସର୍ବାଙ୍ଗ ଔଷଧରୂପେ ବ୍ୟବହାର କରାଯାଏ। ବିଶେଷ କରି ଏହାର ଫଳ ଓ ପତ୍ରକୁ ବିଭିନ୍ନ ରୋଗରେ ପ୍ରୟୋଗ କରାଯାଏ। ଏହା ଶରୀରର ବର୍ଣ୍ଣପ୍ରସାରକ, ଅଗ୍ନିଉଦ୍ଦିପକ, ରକ୍ତ ଶୋଧନ କାରକ, ହୃଦୟ ଶୁଦ୍ଧି କାରକ, ଶରୀର କୀଟ ନିବାରକ, ରକ୍ତପିତ୍ତ, କାଶ, ଶ୍ୱାସ, ଅରୁଚି, ତୃଷ୍ଣା, କଣ୍ଡୁ, କର୍ମକୀଟ, କର୍ଣ୍ଣ ବଧିରତା, ଅଜୀର୍ଣ୍ଣ, ଅଗ୍ନିମାନ୍ଦ୍ୟ, ଦାହ ଆଦିର ନିବାରକ ଅଟେ।

ଭଲ ଭାବରେ ପାଚିଥିବା ଟଭାଲେମ୍ବୁର ରସରେ ଅଳ୍ପ ମିଶ୍ରି ମିଶାଇ ପ୍ରତ୍ୟହ ଖାଇଲେ କର୍ଣ୍ଣ ବଧିରତା ଦୂରହୁଏ, କାଶ, ଶ୍ୱାସ, ଅରୁଚି, ଦାହ ଓ ତୃଷ୍ଣା, ରକ୍ତପିତ୍ତ ଆଦି ଦୂରହୁଏ। ଟଭାଲେମ୍ବୁର ରସରେ ଭଲ କର୍ପୂର ମିଶାଇ ଲଗାଇଲେ ଚମ ଉକୁଣୀ ଦୂର ହୁଅନ୍ତି ଓ ହାତପାଦ ଜ୍ୱାଳା, ଦାହ ଆଦି ନିବାରିତ ହୁଏ। ଏହାର ପତ୍ରରସ ସହିତ ଅଳ୍ପ ମିଶ୍ରି ମିଶାଇ ପିଲାଙ୍କୁ ଦେଲେ ସେମାନଙ୍କ ପେଟରୁ କୃମି ଦୂର ହୁଅନ୍ତି। ଟଭାଲେମ୍ବୁ ଫଳର ଚୋପାର ତେଲ ବିଭିନ୍ନ ଚର୍ମରୋଗରେ ଉପକାରୀ। ଚର୍ମରୋଗରେ ଏହାର ଫଳରସକୁ ରନ୍ଧା ନଡିଆତେଲ ସହିତ ବ୍ୟବହାର କରାଯାଏ। ଟଭାଲେମ୍ବୁ ରସକୁ କିଞ୍ଚିତ୍ ଯବକ୍ଷାରମହୁ ମିଶାଇ ସେବନ କଲେ ବାୟୁ ବିକୃତି, ତଳି ପେଟର ବେଦନା, ମୂତ୍ରରୋଧ, ମଳରୁଦ୍ଧତା ଆଦି ଦୂର ହୁଏ। ଏହି ଗଛର ମୂଳକୁ ଆଣି ପତ୍ର ସହିତ ଉତ୍ତମ ରୂପେ ବାଟି ସେଥିରେ ଗାଈଘିଅ ମିଶାଇ ସେବନ କଲେ ହୃଦୟଶୂଳ, ପାର୍ଶ୍ୱଶୂଳ, କଟିଶୂଳ, ପେଟର ତଳି ଭାଗର ଶୂଳ ନିବାରିତ ହୁଏ ଓ ବାୟୁ ବିକାର ଦୂର ହୁଏ। ଏହାର ଫୁଲକୁ ପାଣିରେ ବାଟି ଛାଣି, ସେଥିରେ ଅଳ୍ପ ମହୁ ମିଶାଇ ସେବନ କଲେ ବାତ ପିତ୍ତ ଶାନ୍ତ ହୁଏ ଓ ବାତ ପିତ୍ତ ପ୍ରକୋପରୁ ରୋଗୀ ଉନ୍ମାଦଗ୍ରସ୍ତ ହୋଇଥିଲେ ଶାନ୍ତ ହୋଇଯାଏ। କର୍ଣ୍ଣରୋଗ ଓ ବଧିରତାରେ ଏହାର ରସ ସହିତ ଅଦାରସ ଓ କଇଥପତ୍ର ରସ ମିଶାଇ ପ୍ରୟୋଗ କରାଯାଏ। ପାଚିଲା ଟଭାଲେମ୍ବୁ ରସରେ ଗୋଲମରିଚ ବାଟି ଲଗାଇଲେ ତୁଣ୍ଡ ଘା ନିବାରିତ ହୁଏ। ଟଭାଲେମ୍ବୁ ରସରେ ପାନ ରସ ମିଶାଇ ଲଗାଇଲେ ବୟସ ଛଉ ଓ ଅନ୍ୟାନ୍ୟ ଚର୍ମରୋଗ ନିବାରିତ ହୁଏ ।

ବାହାର ଆଧାର [ସମ୍ପାଦନା]

 
Search Wikimedia Commons
   Wikimedia Commons has media related to:
  • ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି. ଧର୍ମଗ୍ରନ୍ଥ ଷ୍ଟୋର, ଅଲିଶା ବଜାର, କଟକ