ଟନସିଲାଇଟିସ

ଉଇକିପିଡ଼ିଆ ରୁ
ଟନସିଲାଇଟିସ
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
A set of large tonsils in the back of the throat covered in white exudate
A culture positive case of Streptococcal pharyngitis with typical tonsillar exudate
ଆଇସିଡ଼ି-୧୦ J03., J35.0
ଆଇସିଡ଼ି- 463
ରୋଗ ଡାଟାବେସ 13165
ମେଡ଼ିସିନ-ପ୍ଲସ 001043
ଇ-ମେଡ଼ିସିନ article/871977
MeSH D014069
ସାଧାରଣ ଟନସିଲ ଓ ଟନସିଲାଇଟିସ ହୋଇଥିବା ଟନସିଲ ମଧ୍ୟରେ ପାର୍ଥକ୍ୟ ଦର୍ଶାଯାଇଛି ।

ଟନସିଲାଇଟିସ କହିଲେ ଗଳାରେ ଥିବା ଟନସିଲ ଗ୍ରନ୍ଥିର ପ୍ରଦାହ ରୋଗକୁ ବୁଝାଏ । ଭୁତାଣୁ ବା ଭାଇରସ ଓ ଜୀବାଣୁ ଆକ୍ରମଣ ଯୋଗୁ ଏହି ରୋଗ ମନୁଷ୍ୟ ଶରୀରରେ ହୁଏ । ଗ୍ରୁପ A ଷ୍ଟ୍ରେପ୍ଟୋକୋକସ ଜୀବାଣୁ ଯୋଗୁ ଏହି ରୋଗ ହେଲେ ଷ୍ଟ୍ରେପଥ୍ରୋଟ (Streptothroat) କୁହାଯାଏ । ଔଷଧ ଦିଆ ହେଉ ବା ନ ହେଉ, ଏହି ରୋଗ ଅଧିକାଂଶ କ୍ଷେତ୍ରରେ ଭଲ ହୋଇଯାଏ । ତିନି ଦିନ ମଧ୍ୟରେ ୪0% ଲୋକ ଭଲ ହୋଇଯାଆନ୍ତି, ଏକ ସପ୍ତାହ ମଧ୍ୟରେ ୮୫ % ଲୋକ ଭଲ ହୋଇ ଯାଆନ୍ତି[୧]

ଚିହ୍ନ ଓ ଲକ୍ଷଣ[ସମ୍ପାଦନା]

ସାଧାରଣ ଚିହ୍ନ ଓ ଲକ୍ଷଣ [୨][୩][୪]

  • ଗଳାଦାହ (Sore throat)
  • ଟନସିଲ ଲାଲ ଦେଖାଯାଏ ଓ ଫୁଲିଥିବା ଦେଖାଯାଏ ।
  • ଖାଇଲା ବେଳେ କଷ୍ଟ ହୁଏ ।
  • ଉଚ୍ଚ ତାପମାତ୍ରା ଜ୍ଵର ହୁଏ ।
  • କାଶ
  • ମୁଣ୍ଡ ବଥା
  • ଥକ୍କା ଲାଗିବା
  • ଶୀତ ଲାଗିବା
  • ଅସୁସ୍ଥ
  • ଟନସିଲରେ ପୂଜ ଦେଖାଯାଏ
  • ବେକର ଲସିକା ଗ୍ରନ୍ଥି ଫୁଲିଯାଏ ।
  • କାନ ଓ ବେକରେ ଯନ୍ତ୍ରଣା ହୁଏ ।
  • ଅଳ୍ପ ଲକ୍ଷଣ
  • ବାନ୍ତି ଲାଗିବା
  • ପାକସ୍ଥଳୀରେ କଷ୍ଟ
  • ଜିଭ ଉପରେ କୋଟିଙ୍ଗ ହେବା
  • ନିଶ୍ଵାସ ଦୁର୍ଗନ୍ଧ ହେବା (halitosis)
  • ସ୍ଵର ପରିବର୍ତ୍ତନ
  • ମୁହଁ ଖୋଲିବାକୁ କଷ୍ଟ ହୁଏ ।

ଉଗ୍ର ଟନସିଲାଇଟିସ ହେଲେ ଟନସିଲ ଉଜ୍ଜ୍ଵଳ ଲାଲ ଦେଖା ଯାଇ ଓ ଠାଏ ଠାଏ ପୂଜ ଦେଖାଯାଏ [୫] । ବାରମ୍ବାର ଟନସିଲାଇଟିସ ହେଲେ ଟନସିଲୋଲିଥ (Tonsillolith) ହୁଏ [୬]

କାରଣ[ସମ୍ପାଦନା]

ଟନସିଲାଇଟିସ ହେବାର ଅତି ସାଧାରଣ କାରଣମାନଙ୍କ ମଧ୍ୟରେ ଭୁତାଣୁ ମୂଖ୍ୟ ସ୍ଥାନ ଅଧିକାର କରେ । ମୂଖ୍ୟ ଭୁତାଣୁ ମାନଙ୍କର ନାମ: ଆଡେନୋଭାଇରସ, ରାଇନୋଭାଇରସ, ଇନଫ୍ଲୁଏଞ୍ଜା ଭାଇରସ, କରୋନାଭାଇରସରେସ୍ପିରେଟରି ସିନ୍ସିଟିଆଲ ଭାଇରସ [୨][୩] । ଏହି ରୋଗ ଅନ୍ୟ କେତେକ ଭୁତାଣୁ ଦ୍ଵାରା ମଧ୍ୟ ହୁଏ ଯଥା ଏପସ୍ଟେନ-ବାର ଭୁତାଣୁ, ହର୍ପେସ ସିମ୍ପ୍ଲେକ୍ସ ଭୁତାଣୁ, ସାଇଟୋମେଗାଲୋ ଭୁତାଣୁଏଚ.ଆଇ.ଭି. ଭୁତାଣୁ[୨][୩]
ଦ୍ଵିତୀୟରେ ଏହି ରୋଗ ସଂକ୍ରମଣ କରାଉଥିବା ଜୀବାଣୁ ନାମ: ଗ୍ରୁପ୍ ଏ ବିଟା-ହେମୋଲିଟିକସ ସ୍ଟ୍ରେପ୍ଟୋକୋକସ (Group A β-hemolytic streptococcus ବା GABHS) ଯାହା ସ୍ଟ୍ରେପ୍ ଥ୍ରୋଟ ରୋଗ କରାଏ[୨][୩]
ସ୍ଵଳ୍ପ ସାଧାରଣ ଜୀବାଣୁ ନାମ: ସ୍ଟାଫିଲୋକୋକସ ଅରିଅସ (ମେଥିସିଲିନ ରେଜିସ୍ଟାଣ୍ଟ ସ୍ଟାଫିଲୋକୋକସ ଅରିଅସ)[୭], ସ୍ଟ୍ରେପ୍ଟୋକୋକସ ନିମୋନି, ମାଇକୋପ୍ଲାଜ୍ମା ନିମୋନି, କ୍ଲାମିଡିଆ ନିମୋନି, ପର୍ଟୁସିସ୍, ଫୁସୋବ୍ୟାକ୍ଟେରିଅମ, ଡିପଥେରିଆ, ସିଫିଲିସ୍ଗନେରିଆ[୨][୩]
କିଛି ଅଣବାୟୁଜୀବି ଜୀବାଣୁ ଏହି ରୋଗ କରିବା ସମ୍ଭାବନା ଥିବା କଥା କେତେକ ପରୀକ୍ଷା ଦ୍ଵାରା ଜଣାପଡ଼ୁଛି[୮]
ସାଧାରଣ ପରିସ୍ଥିତିରେ ଭୁତାଣୁ ଓ ଜୀବାଣୁ ବାୟୁ ମାଧ୍ୟମରେ ନାକ ଓ ପାଟି ବାଟ ଦେଇ ଗଳାରେ ପ୍ରବେଶ କରନ୍ତି ଯେଉଁଠାରେ ଟନସିଲ ଦ୍ଵାରା ଛାଣି ହୋଇଯାଆନ୍ତି । ଏହି ଟନସିଲରେ ଶ୍ଵେତ ରକ୍ତ କଣିକା ଓ ପ୍ରତିରୋଧ ପ୍ରଣାଳୀ ଦ୍ଵାରା ପ୍ରଦାହକାରୀ ସାଇଟିକାଇନେଜ ଯଥା ଫସ୍ଫୋଲାଇପେଜ ଏ୨ ଦ୍ଵାରା ଭୁତାଣୁ ଓ ଜୀବାଣୁ ନଷ୍ଟ ହୋଇଯାଆନ୍ତି[୯] ଓ ଏହା ଯୋଗୁ ଜ୍ଵର ମଧ୍ୟ ହୁଏ[୧୦][୧୧] । ଏହି ସଂକ୍ରମଣ ପାର୍ଶ୍ଵବତ୍ତୀ ସ୍ଥାନ ଫାରିଙ୍କ୍ସରେ ମଧ୍ୟ ପ୍ରଦାହ ସୃଷ୍ଟ କରେ ।
ବେଳେ ବେଳେ ସ୍ପାଇରୋକେଟାଟ୍ରେପାନୋମା ଦ୍ଵାରା ଟନସିଲାଇଟିସ ହେଲେ ତାହାକୁ ଭିନସେଣ୍ଟ ଆଞ୍ଜିନା ବା ପ୍ଲଟ- ଭିନସେଣ୍ଟ ଆଞ୍ଜିନା କୁହାଯାଏ[୧୨]

ରୋଗ ନିର୍ଣ୍ଣୟ[ସମ୍ପାଦନା]

ନିମ୍ନରେ ପ୍ରଦତ୍ତ ପରୀକ୍ଷା ଦ୍ଵାରା ଟନସିଲାଇଟିସ ନିର୍ଣ୍ଣୟ କରାଯାଏ ।

ଚିକିତ୍ସା[ସମ୍ପାଦନା]

ଟନସିଲାଇଟିସ ରୋଗର ଲକ୍ଷଣ ଜନିତ ଅସ୍ଵସ୍ତି କମେଇବା ନିମନ୍ତେ ଚିକିତ୍ସା:[୨][୩][୪][୧୩][୧୪]

  • ଯନ୍ତ୍ରଣା, ପ୍ରଦାହ ଓ ଜ୍ଵର କମେଇବା ନିମନ୍ତେ ପାରାସେଟାମଲ, ଆଇବୁପ୍ରୋଫେନ ଇତ୍ୟାଦି ଦିଆଯାଏ ।
  • ଗଳା ଅସୁବିଧା କମେଇ ନିମନ୍ତେ ଉଷୁମ ଲୁଣ ପାଣି କୁଳି, ବିଭିନ୍ନ ଲଜେଞ୍ଜ ।

ଜୀବାଣୁ ମାରିବା ନିମନ୍ତେ - ଗ୍ରୁପ ଏ ସ୍ତ୍ରେପ୍ଟୋକୋକସ ଜୀବାଣୁ ଯୋଗୁ ହେଉଥିବା ଜଣା ପଡ଼ିଲେ ଆଣ୍ଟିବାୟୋଟିକ ପେନିସିଲିନ, ଆମୋକ୍ସିସିଲିନ ପ୍ରଥମ ପସନ୍ଦ ହିସାବରେ ଦିଆଯାଏ[୧୫] । ସେଫାଲୋସ୍ପୋରିନ୍ ଓ ମାକ୍ରୋଲାଇଡ ଔଷଧ ପେନିସିଲିନ ବଦଳରେ ଦିଆଯାଇ ପାରେ[୧୬] । ପେନିସିଲିନ୍ ଆଲର୍ଜି ଥିଲେ ତା ବଦଳରେ ଏରିଥ୍ରୋମାଇସିନ ଦିଆଯାଏ । ପେନିସିଲିନରେ ଭଲ ନ ହେଲେ କ୍ଲିଣ୍ଡାମାଇସିନ୍ କିମ୍ଵା ଆମୋକ୍ସିସିଲିନ କ୍ଲାଭୁଲାନେଟ ଦିଆଯାଏ । ଭାଇରସ ଦ୍ଵାରା ରୋଗ ହୋଇଥିଲେ ପ୍ରାୟ ଏକ ସପ୍ତାହ ମଧ୍ୟରେ ଭଲ ହୋଇଯାଏ ।
ସ୍ଥାୟୀ ଟନସିଲାଇଟିସ ରୋଗ ହୋଇଥିଲେ ଅପରେସନ (Tonsillectomy) ଦ୍ଵାରା କାଢ଼ି ଦିଆଯାଏ[୧୭]

ଆଧାର[ସମ୍ପାଦନା]

  1. Del Mar CB, Glasziou PP, Spinks AB (October 2006). "Antibiotics for sore throat". In Del Mar, Chris B. Cochrane Database Syst Rev. 18;(4) (4): CD000023. doi:10.1002/14651858.CD000023.pub3. PMID 17054126. 
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ Wetmore RF. (2007). "Tonsils and adenoids". In Bonita F. Stanton; Kliegman, Robert; Nelson, Waldo E.; Behrman, Richard E.; Jenson, Hal B. Nelson textbook of pediatrics. Philadelphia: Saunders. ISBN 1-4160-2450-6. 
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ Thuma P. (2001). "Pharyngitis and tonsillitis". In Hoekelman, Robert A. Primary pediatric care. St. Louis: Mosby. ISBN 0-323-00831-3. 
  4. ୪.୦ ୪.୧ Simon HB (2005). "Bacterial infections of the upper respiratory tract". In Dale, David. ACP Medicine, 2006 Edition (Two Volume Set) (Webmd Acp Medicine). WebMD Professional Publishing. ISBN 0-9748327-6-6. 
  5. Tonsillitis and Adenoid Infection MedicineNet. Retrieved on 2010-01-25
  6. S. G. Nour; Mafee, Mahmood F.; Valvassori, Galdino E.; Galdino E. Valbasson; Minerva Becker (2005). Imaging of the head and neck. Stuttgart: Thieme. p. 716. ISBN 1-58890-009-6. 
  7. Brook, I.; Foote, P. A. (2006). "Isolation of methicillin resistant Staphylococcus aureus from the surface and core of tonsils in children". Int J Pediatr Otorhinolaryngol 70 (12): 2099–2102. doi:10.1016/j.ijporl.2006.08.004. PMID 16962178. 
  8. Brook, I. (2005). "The role of anaerobic bacteria in tonsillitis". Int J Pediatr Otorhinolaryngol 69 (1): 9–19. doi:10.1016/j.ijporl.2004.08.007. PMID 15627441. 
  9. Ezzeddini R, Darabi M, Ghasemi B, Jabbari Moghaddam Y, Jabbari Y, Abdollahi S et al. (2012). "Circulating phospholipase-A2 activity in obstructive sleep apnea and recurrent tonsillitis.". Int J Pediatr Otorhinolaryngol 76 (4): 471–4. doi:10.1016/j.ijporl.2011.12.026. PMID 22297210. 
  10. van Kempen MJ, Rijkers GT, Van Cauwenberge PB (May 2000). "The immune response in adenoids and tonsils". Int. Arch. Allergy Immunol. 122 (1): 8–19. doi:10.1159/000024354. PMID 10859465. 
  11. Perry M, Whyte A (September 1998). "Immunology of the tonsils". Immunology Today 19 (9): 414–21. doi:10.1016/S0167-5699(98)01307-3. PMID 9745205. 
  12. Van Cauwenberge P (1976). "[Significance of the fusospirillum complex (Plaut-Vincent angina)]". Acta Otorhinolaryngol Belg (in Dutch; Flemish) 30 (3): 334–45. PMID 1015288.  — fusospirillum complex (Plaut-Vincent angina) Van Cauwenberge studied the tonsils of 126 patients using direct microscope observation. The results showed that 40% of acute tonsillitis was caused by Vincent's angina and 27% of chronic tonsillitis was caused by Spirochaeta
  13. Boureau, F. et al.; Pelen, F; Verriere, F; Paliwoda, A; Manfredi, R; Farhan, M; Wall, R (1999). "Evaluation of Ibuprofen vs Paracetamol Analgesic Activity Using a Sore Throat Pain Model". Clinical Drug Investigation 17: 1–8. doi:10.2165/00044011-199917010-00001. 
  14. Praskash, T. et al. (2001). "Koflet lozenges in the Treatment of Sore Throat". The Antiseptic 98: 124–7. 
  15. Touw-Otten FW, Johansen KS (1992). "Diagnosis, antibiotic treatment and outcome of acute tonsillitis: report of a WHO Regional Office for Europe study in 17 European countries". Fam Pract 9 (3): 255–62. doi:10.1093/fampra/9.3.255. PMID 1459378. 
  16. Casey JR, Pichichero ME (2004). "Meta-analysis of cephalosporin versus penicillin treatment of group A streptococcal tonsillopharyngitis in children". Pediatrics 113 (4): 866–882. doi:10.1542/peds.113.4.866. PMID 15060239. 
  17. Paradise JL, Bluestone CD, Bachman RZ, et al. (1984). "Efficacy of tonsillectomy for recurrent throat infection in severely affected children. Results of parallel randomized and nonrandomized clinical trials". N. Engl. J. Med. 310 (11): 674–83. doi:10.1056/NEJM198403153101102. PMID 6700642.