ଜ୍ୱରଜାତ ଅଙ୍ଗବିକ୍ଷେପ

ଉଇକିପିଡ଼ିଆ‌ରୁ
ଜ୍ୱରଜାତ ଅଙ୍ଗବିକ୍ଷେପ
ଗୋଟିଏ ଆନାଲଗ ମେଡିକାଲ ଥର୍ମୋମିଟରରେ ୩୮.୮°C or ୧୦୧.୮°F ଉତ୍ତାପ ଦେଖାଉଛି
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିneurology[*], ଆଶୁ ଚିକିତ୍ସା[*], pediatrics[*]
ଆଇସିଡ଼ି-୧୦R56.0
ଆଇସିଡ଼ି-୯-ସିଏମ୍780.31
ଓଏମ୍‌ଆଇଏମ୍604352
ରୋଗ ଡାଟାବେସ4777
ମେଡ଼ିସିନ-ପ୍ଲସ000980
ଇ-ମେଡ଼ିସିନneuro/134
MeSHD003294

ଜ୍ୱରଜାତ ଅଙ୍ଗବିକ୍ଷେପ (ବାତ, ଇଂରାଜୀରେ febrile seizure, ବା fever fit ବା febrile convulsion, ଏକ ପ୍ରକାର ମୃଗୀ ବାତ (ଇଂରାଜୀରେ epileptic seizure) ଯାହା ଅତ୍ୟଧିକ ଶାରୀରିକ ଉତ୍ତାପ ହେଲେ ସୃଷ୍ଟି ହୁଏ କିନ୍ତୁ ଅନ୍ୟ କୌଣସି ସାଂଘାତିକ ସ୍ୱାସ୍ଥ୍ୟ ଅସୁବିଧା ନ ଥାଏ । ସାଧାରଣତଃ ଏହା ୬ ମାସର ଶିଶୁଠାରୁ ୫ ବର୍ଷ ବୟସ୍କ ପିଲାଙ୍କଠାରେ ଦେଖାଯାଏ । [୧] ଅଧିକାଂଶ ବାତ ୫ ମିନିଟ ମାତ୍ର ରହେ ଓ ପିଲା ୬୦ ମିନିଟ ମଧ୍ୟରେ ସାଧାରଣ ଅବସ୍ଥାକୁ ଫେରିଆସେ । [୧][୨]

ଜ୍ୱରଜାତ ଅଙ୍ଗବିକ୍ଷେପ ବଂଶଗତ ହୋଇପାରେ । ଏହି ରୋଗ ନିର୍ଣ୍ଣୟ କରିବା ପୂର୍ବରୁ ଅନ୍ୟ କୌଣସି ରୋଗ ଯଥା ମସ୍ତିଷ୍କ ସଂକ୍ରମଣ, ମେଟାବୋଲିକ୍ ରୋଗ ଓ ଜ୍ୱର ବ୍ୟତୀତ ବାତର ଇତିହାସ ଅଛି କି ନାହିଁ, ନିଶ୍ଚିତ କରିବାକୁ ହୁଏ । ଦୁଇ ପ୍ରକାର ଅଙ୍ଗବିକ୍ଷେପ ଦେଖାଯାଏ ଯଥା: ସାଧାରଣ ଓ ଜଟିଳ । ଗୋଟିଏ ସୁସ୍ଥ ପିଲାର ୨୪ ଘଣ୍ଟା ମଧ୍ୟରେ ୧୫ ମିନିଟରୁ କମ୍ ସମୟ ଧରି ଟୋନିକ୍-କ୍ଲୋନିକ ଅଙ୍ଗବିକ୍ଷେପ ହେଲେ ସାଧାରଣ ଜ୍ୱରଜାତ ଅଙ୍ଗବିକ୍ଷେପ କୁହାଯାଏ । ଏହି ରୋଗ ନିର୍ଣ୍ଣୟ ନିମନ୍ତେ ରକ୍ତ ପରୀକ୍ଷା, ଇମେଜିଙ୍ଗ ବା ଇ.ଇ.ଜି. ଆବଶ୍ୟକ ହୁଏ ନାହିଁ । ଜ୍ୱରର ଉତ୍ସ ବା କାରଣ ଖୋଜିବାକୁ ସୁପାରିସ ସୁସ୍ଥ ଦେଖାଯାଉଥିବା ପିଲାର ଲମ୍ବର ପଙ୍କଚର୍ ଆବଶ୍ୟକ ନୁହେଁ । [୧]

ସାଧାରଣ ଜ୍ୱରଜାତ ଅଙ୍ଗବିକ୍ଷେପ ନିମନ୍ତେ କୌଣସି ବାତ ନିରୋଧକ ବା ଜ୍ୱର ନିରୋଧକ ଔଷଧ ଦେବାକୁ ସୁପାରିସ କରାଯାଏ ନାହିଁ । [୧] ଅଳ୍ପ କେତେକ କେଶ୍‌ରେ ୫ ମିନିଟରୁ ଅଧିକ ସମୟ ବାତ ମାରୁଥିଲେ ବେଞ୍ଜୋଡାଏଜେପିନ ଦଳର ଔଷଧ ଲୋରାଜେପାମ ବା ମିଡାଜୋଲାମ ବ୍ୟବ‌ହାର କରାଯାଇ ପାଏ । [୧][୩] ସାଧାରଣ ବାତରେ ଫଳାଫଳ ଅତି ଭଲ, କୌଣସି ସାଂଘାତିକ ସଙ୍କଟ ନ ଥାଏ । ପ୍ରାୟ ୨ % ପିଲାଙ୍କର ଏପିଲେପ୍ସି ସଙ୍କଟ ରହିବାର ପ୍ରମାଣ ମିଲୁଛି । [୧] ୫ ବର୍ଷରୁ କମ ବୟସ୍କ ପିଲାଙ୍କ ମଧ୍ୟରୁ ୨ରୁ ୧୦ % ପିଲାଙ୍କର ଜ୍ୱରଜାତ ଅଙ୍ଗବିକ୍ଷେପ ସମ୍ଭାବାନା ଥାଏ । [୧][୪] ଏମାନଙ୍କ ମଧ୍ୟରେ ଝିଅଙ୍କ ଅପେକ୍ଷା ପୁଅଙ୍କର ଅଧିକ ହୁଏ । [୫] ଥରେ ଏହି ରୋଗ ହେଲେ ୧୫ରୁ ୭୦ % କେଶ୍‌ରେ ଆଉଥରେ ବାତ ସମ୍ଭାବନା ରହେ । [୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Febrile seizures: risks, evaluation, and prognosis". American family physician. 85 (2): 149–53. Jan 15, 2012. PMID 22335215. {{cite journal}}: Cite uses deprecated parameter |authors= (help)
  2. "Symptoms of febrile seizures". www.nhs.uk. 01/10/2012. Retrieved 13 October 2014. {{cite web}}: Check date values in: |date= (help)
  3. Paritosh Prasad (2013). Pocket Pediatrics: The Massachusetts General Hospital for Children Handbook of Pediatrics. Lippincott Williams & Wilkins. p. 419. ISBN 9781469830094.
  4. Patterson, JL; Carapetian, SA; Hageman, JR; Kelley, KR (Dec 2013). "Febrile seizures". Pediatric annals. 42 (12): 249–54. doi:10.3928/00904481-20131122-09. PMID 24295158.
  5. Ronald M. Perkin, ed. (2008). Pediatric hospital medicine : textbook of inpatient management (2nd ed. ed.). Philadelphia: Wolters Kluwer Health/Lippincott Williams & Wilkins. p. 266. ISBN 9780781770323. {{cite book}}: |edition= has extra text (help)