ଜ୍ୟୋତି ମିଶ୍ର

ଉଇକିପିଡ଼ିଆ‌ରୁ
ଜ୍ୟୋତି ମିଶ୍ର
Born୨୨ ଫେବୃଆରୀ
Nationalityଭାରତୀୟ
Occupationସିନେମା ଅଭିନେତ୍ରୀ
Years active୧୯୯୮-୨୦୦୭
Known forଓଡ଼ିଆ ସିନେମା ଅଭିନେତ୍ରୀ
Spouseବୁଦ୍ଧ ଘୋଷ (୨୦୦୦ – ଏବେଯାଏଁ)

ଜ୍ୟୋତି ମିଶ୍ର ଜଣେ ଜଣାଶୁଣା ଓଡ଼ିଆ ଅଭିନେତ୍ରୀ । ସେ ଓଡ଼ିଆ କଥାଚିତ୍ର, ଦୂରଦର୍ଶନ ଧାରାବାହିକ, ଆଲବମ୍ ଗୀତ ଆଦିରେ ଅଭିନୟ କରିନ୍ତି । ସେ ପାଠପଢ଼ା ସମୟରେ ୧୯୯୬ ମସିହାରେ ଡିଡି ଓଡ଼ିଆର ଏକ କାର୍ଯ୍ୟକ୍ରମର ଉପସ୍ଥାପିକା ଭାବରେ କାମ କରିବା ଆରମ୍ଭ କରିଥିଲେ ।[୧] ଏହାପରେ ସେ ୧୯୯୮ ମସିହାରେ ବୋଉ କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୧] ଜ୍ୟୋତି ଓଡ଼ିଆ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଜ୍ୟୋତି ମିଶ୍ର ଓଡ଼ିଶାରେ ୧୯୭୮ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ସେ ଭୁବନେଶ୍ୱରର ବକ୍ସି ଜଗବନ୍ଧୁ ମହାବିଦ୍ୟାଳୟରୁ ସ୍ନାତ୍ତକୋତର ଶିକ୍ଷା ସମାପ୍ତ କରିଛନ୍ତି । ୨୦୦୦ ମସିହାରେ ସେ ବୁଦ୍ଧ ଘୋଷଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କର ଏକ ପୁତ୍ର ସନ୍ତାନ ଅଛି ।[୧]

ସିନେମା ଜୀବନ[ସମ୍ପାଦନା]

୧୯୯୮ ମସିହାରେ ବୋଉ କଥାଚିତ୍ରରୁ ଅଭିନୟ ଜୀବନ ଆରମ୍ଭ କରିଥିବା ଜ୍ୟୋତି, ଅନେକ ଓଡ଼ିଆ କଥାଚିତ୍ରରେ ଅଭିନୟ କରିସାରିଛନ୍ତି ।[୨]

ଅଭିନୀତ ଓଡ଼ିଆ କଥାଚିତ୍ର[ସମ୍ପାଦନା]

କଥାଚିତ୍ର ମୁକ୍ତିଲାଭ ବର୍ଷ ନିର୍ଦ୍ଦେଶକ
ଜୟ ଜଗନ୍ନାଥ ୨୦୦୭ ସବ୍ୟସାଚୀ ମହାପାତ୍ର
ମୋ ସୁନା ପୁଅ ୨୦୦୭
ତୁ ଏକା ଆମ ସାହା ଭରସା ୨୦୦୬
ଏଇଠି ସ୍ୱର୍ଗ ଏଇଠି ନର୍କ ୨୦୦୩
ମାତୃଶକ୍ତି ୨୦୦୩ ବସନ୍ତ ସାହୁ
ସିନ୍ଦୂର ନୁହେଁ ଖେଳଘର ୨୦୦୨ ରବି କିନ୍ନାଗୀ
ଧର୍ମ ସହିଲେ ହେଲା ୨୦୦୨
ମା ମଙ୍ଗଳା ୨୦୦୨
ମନ ରହିଗଲା ତୁମରି ଠାରେ ୨୦୦୨ ମହମ୍ମଦ ମହସୀନ
ତୋ ଆଖି ମୋ ଆଇନା ୧୯୯୯
ସହର ଜଳୁଛି ୧୯୯୮
ସିଂହବାହିନୀ ୧୯୯୮ ବସନ୍ତ ସାହୁ
ସୌଭାଗ୍ୟବତୀ ୧୯୯୮
ବୋଉ ୧୯୯୮ ସବ୍ୟସାଚୀ ମହାପାତ୍ର

ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ Pattanayak, Seela (9 December 2017). "Ollywood Actresses Who Came, Conquered And Left..." Mycitylinks (in English). Bhubaneswar: Mycitylinks. Archived from the original on 14 September 2020. Retrieved 14 September 2020.{{cite news}}: CS1 maint: unrecognized language (link)
  2. "ଜ୍ୟୋତି ପ୍ରଥମ ନାୟକ". ନିର୍ଭୟ. 16 September 2023. p. 10. Archived from the original on 16 September 2023. Retrieved 16 September 2023.

ବାହାର ଆଧାର[ସମ୍ପାଦନା]