ଜାତୀୟ ସାହସିକତା ପୁରସ୍କାର

ଉଇକିପିଡ଼ିଆ ରୁ

ଅପୂର୍ବ ସାହସିକତା ଓ ବୁଦ୍ଧିମତା ପ୍ରଦର୍ଶନ କରିଥିବା ପିଲାଙ୍କୁ ସେମାନଙ୍କ ସାହସର ପୁରସ୍କାର ସ୍ଵରୂପ ୧୯୫୭ ମସିହାରୁ ଜାତୀୟ ସାହସିକତା ମମ୍ମାନରେ ସମ୍ମାନିତ କରାଯାଇ ଆସୁଅଛି ୤ ପ୍ରତିବର୍ଷ ଭାରତ ସରକାର ଓ ଇଣ୍ଡିଆନ କାଉନ୍ସିଲ ଫର ଚାଇଲ୍ଡ ୱେଲଫେୟାର (ଆଇ ସି ସି ଡବ୍ଲ୍ୟୁ) ପକ୍ଷରୁ ମିଳିତ ଭାବେ ସାହସୀ ଭାରତୀୟ ପିଲାମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଆସୁଅଛି ୤ ପ୍ରତିବର୍ଷ ପ୍ରାୟ ୨୪ଜଣ, ୧୬ବର୍ଷ ବୟସରୁ କମ ପିଲାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ୤ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ସଞ୍ଜୟ ଚୋପ୍ରା ଓ ଗୀତା ଚୋପ୍ରା ସମ୍ମାନ ପ୍ରଦାନ କରାଯାଇଥାଏ ୤ ଏହି ଦୁଇଟି ସମ୍ମାନ ୧୯୭୮ରୁ ପ୍ରଦାନ କରାଯାଇ ଆସୁଅଛି ୤ ସେମାନଙ୍କ ଅପହରଣକାରୀଙ୍କ ବିରୋଧରେ ଲଢ଼ି ଜୀବନ ଦେଇଥିବା ଚୋପ୍ରା ଭାଇଭଉଣୀଙ୍କ ସ୍ମୃତିରେ ଏହି ପୁରସ୍କାର ଦୁଇଟି ପ୍ରଦାନ କରାଯାଇଥାଏ ୤ ଏହି ବିଭାଗର ସର୍ବୋଚ୍ଚ ସମ୍ମାନ ହେଉଛି ଭାରତ ସମ୍ମାନ (୧୯୮୭ରୁ ପ୍ରଦତ୍ତ) ଓ ବାପୁ ଗୟାଧାନୀ ସମ୍ମାନ (୧୯୮୮ରୁ ପ୍ରଦତ୍ତ) ୤ ଏହି ସମ୍ମାନ ସର୍ବୋଚ୍ଚ ସାମରିକ ସମ୍ମାନ (ଚକ୍ର ସମ୍ମାନ) ସହିତ ସମାନ

ସମ୍ମାନ[ସମ୍ପାଦନା]

ସାଧାରଣତନ୍ତ୍ର ଦିବସ ଦିବସର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ଏହି ପିଲାମାନଙ୍କୁ ସମ୍ମାନିତ କରିଥାନ୍ତି ୤ ରାଷ୍ଟ୍ରପତି ଏହି ପିଲାମାନଙ୍କ ପାଇଁ ରିସେପ୍ସନ୍ ପାର୍ଟି ରଖିଥାନ୍ତି, ଯେଉଁଠାରେ ପିଲାମାନେ ଗଣମାଧ୍ୟମକୁ ଭେଟନ୍ତି ୤ ଜାନୁଆରୀ ୨୬, ଜନରାଜ୍ୟ ପରେଡ଼ରେ ଏହି ପିଲାମାନେ ଅଂଶ ଗ୍ରହଣ କରିଥାନ୍ତି ୤ଏହି ସମ୍ମାନ ବାବଦରେ ଏକ ପଦକ, ପ୍ରମାଣପତ୍ର ଓ ଅର୍ଥ ରାଶି ପ୍ରଦାନ କରାଯାଇଥାଏ ୤ ଭାରତ ସମ୍ମାନ ବିଜେତାଙ୍କୁ ଏକ ସ୍ଵର୍ଣ୍ଣ ପଦକ ଦିଆଯାଉଥିବା ବେଳେ ଅନ୍ୟମାନଙ୍କୁ ରୌପ୍ୟ ପଦକ ପ୍ରଦାନ କରାଯାଇଥାଏ ୤ ଆଇ ସି ସି ଡବ୍ଲ୍ୟୁ ପ୍ରାୟୋଜିତ ଇନ୍ଦିରା ଗାନ୍ଧୀ ବୃତ୍ତି ଯୋଜନାରେ ଡାକ୍ତରୀ ଓ ଇଞ୍ଜିନିଅରିଙ୍ଗ ଶିକ୍ଷା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଏ ୤

ପୃଷ୍ଠଭୂମି[ସମ୍ପାଦନା]

୧୯୫୭ ମସିହା ଅକ୍ଟୋବର ୨ତାରିଖରେ ଦିଲ୍ଲୀର ରାମଲୀଳା ପଡ଼ିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ତତ୍କାଳିନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଦେଖୁଥିବା ବେଳେ ସେଠାରେ ସଜ୍ଜିତ ଏକ ତମ୍ବୁରେ ବୈଦ୍ୟୁତିକ ତୃଟିଯୋଗୁଁ ନିଆଁ ଲାଗିଯାଇଥିଲା ୤ ଏହା ଦେଖି ୧୪ବର୍ଷିୟ ସ୍କାଉଟ ଛାତ୍ର ହରିଶ୍ଚନ୍ଦ୍ର ସାଙ୍ଗେ ସାଙ୍ଗେ ନିଜ ଛୁରୀରେ ସେହି ତମ୍ବୁକୁ କାଟି ଅନେକଙ୍କ ଜୀବନ ରକ୍ଷା କରିପାରିଥିଲା ୤ ଏହି ଘଟଣା ନେହେରୁ ଏହିଭଳି ସାହସୀ ପିଲାମାନଙ୍କୁ ପୁରସ୍କୃତ କରିବା ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କଲେ ଏବଂ ସେହି ବର୍ଷଠାରୁ ଏହି ସମ୍ମାନ ଦିଆହୋଇ ଆସୁଛି ୤ ଏହି ପୁରସ୍କାର ପାଇବାରେ ହରିଶ୍ଚନ୍ଦ୍ର ହେଉଛନ୍ତି ପ୍ରଥମ ୤

ଆଧାର[ସମ୍ପାଦନା]

ବାହର ତଥ୍ୟ[ସମ୍ପାଦନା]