ଜାତୀୟ ମତଦାତା ଦିବସ

ଉଇକିପିଡ଼ିଆ‌ରୁ

ନିର୍ବାଚନ କମିସନର ପ୍ରତିଷ୍ଠା ଦିବସ ଜାନୁଆରୀ ୨୫ ତାରିଖକୁ ଜାତୀୟ ମତଦାତା ଦିବସ ଭାବେ ପାଳନ କରାଯାଏ । ୨୦୧୧ରେ ପ୍ରଥମଥର ପାଇଁ ଜାନୁଆରୀ ୨୫ତାରିଖକୁ ଜାତୀୟ ମଦଦାତା ଦିବସ ଭାବେ ପାଳନ କରାଯିବା ସହ ପ୍ରତ୍ୟେକ ବର୍ଷ ଏହି ଦିନଟିକୁ ଭୋଟରମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ଦିବସ ପାଳନର ଉଦ୍ଦେଶ୍ୟ ଗଣତାନ୍ତ୍ରୀକ ନିର୍ବଚକ ପ୍ରକ୍ରିୟାରେ ସାଧାରଣ ନାଗରିକ ବିଶେଷ କରି ଯୁବବର୍ଗର ଭୋଟରଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ ସକ୍ରିୟ ଅଂଶଗ୍ରହଣକୁ ଉତ୍ସାହିତ କରିବା ।

୧୯୫୦ ମସିହା ଜାନୁଆରୀ ୨୬ତାରିଖରେ ଭାରତ ଏକ ଧର୍ମ ନିରପେକ୍ଷ ସାଧାରଣତନ୍ତ୍ର ଘୋଷିତ ହୋଇଥିଲା, ଏହାର ପୂର୍ବଦିନ ଅର୍ଥାତ ଜାନୁଆରୀ ୨୫ତାରିଖ ଦିନ ସମ୍ବିଧାନ ଧାରା ୩୨୪ ଅନୁସାରେ ଏକ ସ୍ୱାଧୀନ ନିର୍ବାଚନ କମିସନ ପ୍ରତିଷ୍ଠା କରାଯାଇଥିଲା । ଏହାସହ ୨୧ ବର୍ଷରୁ ଅଧିକ ପ୍ରତ୍ୟେକ ନାଗରିକଙ୍କୁ (ଉଭୟ ସ୍ତ୍ରୀ ଓ ପୁରୁଷ) ମତଦାନ ଅଧିକାର ମିଳିଲା । ୧୯୮୮ ମସିହାରେ ସମ୍ବିଧାନ ସଂଶୋଧନ କରାଯାଇ ମତଦାତାଙ୍କ ବୟସ ସୀମା ୨୧ରୁ ୧୮କୁ ଖସାଇ ଦିଆଗଲା ।

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]