ଚିତାକୁଟି
ଉଇକିପିଡ଼ିଆ ରୁ
| ଚିତାକୁଟି | |
|---|---|
| ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
| ଜଗତ: | Plantae |
| (unranked): | Angiosperms |
| (unranked): | Eudicots |
| (unranked): | Rosids |
| ଗଣ: | Malpighiales |
| କୁଳ: | Euphorbiaceae |
| ପ୍ରଜାତି: | Euphorbia |
| ଜାତି: | E. hirta |
| ବାଇନୋମିଆଲ ନାଆଁ | |
| Euphorbia hirta L. |
|
ଚିତାକୁଟି ଏକ Euphorbia ବର୍ଗର ଏକ ଗୁଳ୍ମଜାତୀୟ ସପୁଷ୍ପକ ଉଦ୍ଭିଦ । ଏହା ଇଂରାଜୀରେ asthma weed ନାମରେ ଓ ଫିଲିପାଇନସରେ tawa-tawa ନାମରେ ଜଣାଶୁଣା । ଚିତାକୁଟି ଘାସ ପଡ଼ିଆରେ ଓ ଅଳିଆ ଜାଗାରେ ବଢିଥାଏ। ଏହାର ପତ୍ରଗୁଡ଼ିକ ଆଁଶୁ ଆଁଶୁଆ । ପତ୍ରକୁ ଛିଡାଇଲେ କିମ୍ବା ଏହାର ଡାଳକୁ ଭାଙ୍ଗିଲେ ଧଳା ରଙ୍ଗର କ୍ଷୀର ବାହାରେ। ଏହି ଗୁଳ୍ମଟି ବହୁଶାଖାଯୁକ୍ତ । ଫୁଲ ଗୁଡ଼ିକ ବହୁତ ଛୋଟ ଛୋଟ, ପେନ୍ଥା ପେନ୍ଥା ହୋଇ ଫୁଟିଥାଏ, ମଞ୍ଜି ଛୋଟ ଛୋଟ, ନାଲିଟିଆ ରଙ୍ଗର। ସ୍ୱାଦ ତିକ୍ତ ଓ ଗନ୍ଧହୀନ ।
ବିଷୟସୂଚୀ |
ଭାରତୀୟ ପ୍ରାଦେଶିକ ଭାଷା ନାମାବଳୀ [ସମ୍ପାଦନା]
| ପ୍ରାଦେଶିକ ଭାଷା | ନାମ |
|---|---|
| ଓଡ଼ିଆ | ଚିତାକୁଟି |
| ସଂସ୍କୃତ | ପୁସିତୋଆ |
| ତେଲୁଗୁ | ବିଦାରି |
| ବଙ୍ଗଳା | ବୁରାକେରୁ |
| ହିନ୍ଦୀ | ଦୁଧି |
ଶାସ୍ତ୍ରୋକ୍ତ ଗୁଣ [ସମ୍ପାଦନା]
ଔଷଧୀୟ ବ୍ୟବହାର [ସମ୍ପାଦନା]
ଏହାର ସର୍ବାଙ୍ଗ ଔଷଧୀୟ କାମରେ ଆସେ ।
- ଚକ୍ଷୁର ଯାବତୀୟ ରୋଗରେ ଏହାର କ୍ଷୀର ବହୁତ ଗୁଣକାରୀ ।
- ଶ୍ୱାସ (asthma) ରୋଗର ଉପଶମରେ ଏହା ଉପକାରୀ ।
- ଏହାର ସର୍ବାଙ୍ଗର ରସ କଫ, ଝାଡ଼ାରେ ଗଣ୍ଡଗୋଳ, ପେଟବିନ୍ଧା ଓ ଅଜୀର୍ଣ୍ଣ ଝାଡ଼ାରେ ଏହା ଉପକାରୀ ।
- ଚର୍ମରୋଗ (ବିଶେଷ କରି ଶୁଖିଲା ଗଛକୁ ବାଟି ଲଗାଯାଏ) ଓ ମୁହଁର କ୍ଷତରେ (ସଜ ଗଛକୁ ବାଟି ଲଗାଯାଏ) ଉପଯୋଗୀ ।
- ଏହାର ପତ୍ରକୁ ଦଳି ଲଗାଇଲେ କ୍ଷତରୁ ରକ୍ତସ୍ରାବ ବନ୍ଦ କରିଥାଏ ।
- ଏହାର ଚେର ସାପ କାମୁଡାର ଔଷଧ ।
- ଏହାର ସଜ ପତ୍ର ସ୍ତ୍ରୀ ରୋଗରେ ଉପକାରୀ ।
ଏହା ଫିଲିପାଇନସରେ ପାରମ୍ପରିକ କ୍ରମେ ଡେଙ୍ଗୁ ଜ୍ୱରର ନିରାମୟ କରିବାପାଇଁ ବ୍ୟବହାର କରାଯାଏ। [୧]
ଆଧାର [ସମ୍ପାଦନା]
ବାହାର ଆଧାର [ସମ୍ପାଦନା]
- Plants That Heal. Dr. J. C. Kurien. ISBN No. 61-66612-02-4
- ଲକ୍ଷ୍ମଣ ମିଶ୍ରଙ୍କ ଅନୁଭୂତ ଯୋଗମାଳା ବା ସହଜ ଚିକିତ୍ସା