ଚାରୁପାଣି

ଉଇକିପିଡ଼ିଆ‌ରୁ
ଚାରୁ ପାଣି
ଆରମ୍ଭ
ଅଲଗା ନାଆଁରସମ୍
ମୂଳ ଜାଗାଭାରତ
ଅଞ୍ଚଳଦକ୍ଷିଣ ଓଡ଼ିଶା
ଖାଇବାର ସବିଶେଷ
ମୂଳ ଉପାଦାନତେନ୍ତୁଳି (ଲୁଣ/ ସୁଖିଲା ଲଙ୍କା/ ପଞ୍ଚଫୁଟଣ/ ହିଙ୍ଗୁ/ ରସୁଣ/ ଧନିଆ ପତ୍ର/ ଭ୍ରୁସିଙ୍ଗା ପତ୍ର)

ଚାରୁପାଣି (ଦକ୍ଷିଣ ଭାରତ ଓ ଭାରତର ଅନ୍ୟାନ୍ୟ ସ୍ଥାନରେ ରସମ୍ ନାମରେ ପରିଚିତ) ଦକ୍ଷିଣ ଓଡ଼ିଶାର ଏକ ପାରମ୍ପରିକ ତରଳ ବ୍ୟଞ୍ଜନ । ଦକ୍ଷିଣ ଓଡ଼ିଶା ବିଶେଷ ଭାବେ ରାୟଗଡ଼ା, ଗଜପତି, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଏହା ଦୈନିନ୍ଦିନ ଖାଦ୍ୟରେ ଅତିମାତ୍ରାରେ ବ୍ୟବହୃତ ହୋଇଥାଏ । ଏହା ସାଧାରଣତ ଭାତ ସହ ଗୋଳାଇ ଖିଆଯାଏ କିମ୍ବା ଅଲଗା ଭାବେ ମସଲା ଝୋଳ/ ଜୁସ୍ ରୂପେ ପିଆଯାଇଥାଏ । ଏହାକୁ କ୍ଷୁଧାବର୍ଧନ/ ଖାଦ୍ୟ ହଜମ ନିମନ୍ତେ ମଧ୍ୟ ବ୍ୟବହାର କରାଯାଇଥାଏ । [୧] ଦକ୍ଷିଣ ଭାରତୀୟ ରାଜ୍ୟ ମାନଙ୍କରେ ଏହା ଏକ ମୁଖ୍ୟ ଖାଦ୍ୟ ।

ପ୍ରକାର[ସମ୍ପାଦନା]

  • ଟମାଟୋ ରସମ୍
  • ଲେମ୍ବୁ ରସମ୍
  • ଗୋଲମରିଚ ରସମ୍
  • ଅଦା ରସମ୍
  • ବିଟ୍ ରସମ୍
  • ତେନ୍ତୁଳି ରସମ୍
  • ଆମ୍ବୁଲ(ସୁଖା ଆମ୍ବ)ରସମ୍
  • ରସୁଣ ରସମ୍
  • ଜିରା ରସମ୍

ମୁଖ୍ୟ ଉପାଦାନ[ସମ୍ପାଦନା]

  • ତେନ୍ତୁଳି (୨ ଚାମଚ)
  • ଗୋଟା ଟମାଟ
  • ୨ କପ୍ ପାଣି
  • ଲୁଣ (ଆବଶ୍ୟକ ଅନୁଯାୟୀ)
  • ରସୁଣ (୮-୧୦ କୋଳ)
  • ୨-୩ ସୁଖିଲା ଲଙ୍କା
  • ୨-୩ ଚାମଚ ଧନିଆ ପତ୍ର
  • ୧ ଚାମଚ ହିଙ୍ଗ୍
  • ୨ ଚମଚ କଳା ଗୋଲ୍ ମରିଚ
  • ପଞ୍ଚଫୁଟଣ (ସୋରିଷ, ଜିରା, ମେଥି, ଧନିଆ)
  • ଭ୍ରୁସିଙ୍ଗା ପତ୍ର (୨ ଡେମ୍ଫ)
  • ୨ ଚାମଚ ତେଲ
  • ୧/୨ ଚାମଚ ହଳଦୀ ଗୁଣ୍ଡ
  • ପ୍ରଥମେ ରସୁଣ, ଗୋଲ୍ ମରିଚ ଓ ଜିରାର ଗୁଣ୍ଡ ତିଆରି କରନ୍ତୁ

ତିଆରି ପ୍ରାଣାଳୀ[ସମ୍ପାଦନା]

  • ତେନ୍ତୁଳିକୁ ୧/୨ କପ୍ ଅଳ୍ପ ଗରମ ପାଣିରେ ୨୦-୩୦ ମିନିଟ୍ ଯାଏ ଭିଜାଇ, ସେଥିରୁ ତେନ୍ତୁଳି ଖଦାକୁ ଚିପୁଡି ବାହାର କରି ପାଣିକୁ ଅଲଗା କରି ରଖନ୍ତୁ
  • ରସୁଣ, ଗୋଲ୍ ମରିଚ ଓ ଜିରାର ଗୁଣ୍ଡ ତିଆରି କରନ୍ତୁ
  • କଢାଇରେ ତେଲ ଗରମକରି ସେଥିରେ ଅଳ୍ପ ସୋରିଷ, ଭ୍ରୁସିଙ୍ଗା ପତ୍ର, ସୁଖିଲା ଲଙ୍କା ଓ ହିଙ୍ଗୁକୁ ଫୁଟାନ୍ତୁ
  • ଗୋଟିଏ ଗୋଟା ଟମାଟକୁ ଛୋଟ ଛୋଟ ଆକାରରେ କାଟି ସେହି ଫୁଟଣରେ ପକାଇ, ନରମ ହେବା ଯାଏ କିଛି ସମୟ ଘାଣ୍ଟନ୍ତୁ
  • ୧/୨ ଚାମଚ ହଳଦୀ ଗୁଣ୍ଡ ସହ ରସୁଣ, ଗୋଲ୍ ମରିଚ ଓ ଜିରାର ଗୁଣ୍ଡକୁ ସେଥିରେ ପକାଇ ଘାଣ୍ଟନ୍ତୁ
  • ତେନ୍ତୁଳି ପାଣିରେ, ଆବଶ୍ୟକ ଅନୁଯାୟୀ ପାଣି ଓ ସ୍ୱାଦ ଅନୁସାରେ ଲୁଣ ପକାଇ ସେହି ଫୁଟଣରେ ପକାଇ ଗରମ କରନ୍ତୁ
  • ଚାରୁପାଣି ଗରମ ହୋଇ ଫୁଟି ଆସିବା ମାତ୍ରେ ସେଥିରେ ଧନିଆ ପତ୍ର ପକାଇ ଢାଙ୍କୁଣିରେ ଘୋଡାଇ ଦିଅନ୍ତୁ
  • ବର୍ତ୍ତମାନ ଚାରୁପାଣି ପ୍ରସ୍ତୁତ

ଆଧାର[ସମ୍ପାଦନା]

  1. "Rassam". veg recipes of India. Retrieved 8 December 2015.