ଚାଖି ଖୁଣ୍ଟିଆ

ଉଇକିପିଡ଼ିଆ‌ରୁ
ଚାଖି ଖୁଣ୍ଟିଆ
Born
ଚନ୍ଦନ ହଜୁରୀ

ଶାମ୍ବ ଦଶମୀ, ୧୮୨୭
ହରଚଣ୍ଡୀ ସାହି, ପୁରୀ, ପୁରୀ
Died୧୮୭୦
ପୁରୀ
Nationalityଭାରତୀୟ
Known forସ୍ୱାଧୀନତା ସଂଗ୍ରାମୀ,
Spouseସୁନ୍ଦରମଣୀ
Parent(s)ଭୀମସେନ ହଜୁରୀ (ରଘୁନାଥ ଖୁଣ୍ଟିଆ),
କମଳାବତୀ ଦେବୀ

ଚାଖି ଖୁଣ୍ଟିଆ (ଅନ୍ୟ ନାମ: ଚନ୍ଦନ ହଜୁରୀ, ୧୮୨୭ - ୧୮୭୦)[୧] ଓଡ଼ିଶାର ଜନ୍ମିତ ଓ ସିପାହୀ ବିଦ୍ରୋହରେ ନେତୃତ୍ତ୍ୱ ନେଇଥିବା ଜଣେ ଯୋଦ୍ଧା ।[୨][୩] ସେ ପୁରୀ ଜଗନ୍ନାଥ ମନ୍ଦିରକୁ ଆସୁଥିବା ନେପାଳୀ ଭକ୍ତମାନଙ୍କର ପଣ୍ଡା ଥିଲେ । ୧୮୫୭ ମସିହାରେ ସିପାହୀ ବିଦ୍ରୋହ ବେଳେ ସେ ଉତ୍ତର-ପଶ୍ଚିମାଞ୍ଚଳର ହିନ୍ଦୁ ନେପାଳୀ ସୈନ୍ୟଙ୍କୁ ଇଂରେଜମାନଙ୍କ ବିପକ୍ଷରେ ଉତ୍ତେଜିତ କରିଥିଲେ । ପରେ ସେ ଧରାପଡ଼ି ବ୍ରିଟିଶମାନଙ୍କଦ୍ୱାରା ନିହତ ହୋଇଥିଲେ ।[୪]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଚାଖି ଖୁଣ୍ଟିଆ ୧୮୨୭ ମସିହା ଶାମ୍ବ ଦଶମୀ ତିଥିରେ ପୁରୀର ହରଚଣ୍ଡୀ ସାହିରେ ପିତା ରଘୁନାଥ ଖୁଣ୍ଟିଆଙ୍କ (ଭୀମସେନ ହଜୁରୀ) ଔରସ୍ୟରୁ ଓ ମାତା କମଳାବତୀ ଦେବୀଙ୍କଠାରୁ ଜନ୍ମଗ୍ରହଣ କରିଥିଲେ ।[୨] ରଘୁନାଥ ଖୁଣ୍ଟିଆ ଜଗନ୍ନାଥଙ୍କର ଅଙ୍ଗଲାଗି ସେବକ ଥିଲେ । ସେବା ଛଡ଼ା ସେ ପୁରୀକୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଗୁମାସ୍ତାଗିରି କରୁଥିଲେ । ସେ ଓଡ଼ିଶା ବାହାରୁ ଆସୁଥିବା ଯାତ୍ରୀଙ୍କର ଜଗନ୍ନାଥ ଦର୍ଶନ ଓ ରହିବାର ସେ ବନ୍ଦୋବସ୍ତ କରୁଥିଲେ । ଯାତ୍ରୀ ବ୍ୟବସାୟରେ ସେ ଉତ୍ତର ଓ ପଶ୍ଚିମ ଅନେକ ଅଞ୍ଚଳ ଯାଉଥିଲେ । ତାଙ୍କ ସମୟରେ "ବିଠୁର" (ବର୍ତ୍ତମାନର ଉତ୍ତର ପ୍ରଦେଶ) ମଧ୍ୟ ଥିଲା ତାଙ୍କ ଯିବା ଆସିବା ଅଞ୍ଚଳ । ତାଙ୍କର ଗସ୍ତ ସମୟରେ ସେ ବାଜିରାଓଙ୍କ ଭଳି ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀଙ୍କ ସହ ପରିଚିତ ଥିଲେ ।

ଜନ୍ମ ସମ୍ବନ୍ଧିତ କିମ୍ବଦନ୍ତୀ[ସମ୍ପାଦନା]

କିମ୍ବଦନ୍ତୀ ରହିଛି ଯେ ଭୀମସେନଙ୍କର ବଂଶରକ୍ଷା ପାଇଁ ସନ୍ତାନଟିଏ ନ ଥିବାରୁ ପତ୍ନୀ କମଳାବତୀ ବହୁତ ବ୍ରତ ମାନସିକ କରୁଥିଲେ । ଶେଷରେ ୧୮୨୭ ମସିହା କାର୍ତ୍ତିକ ମାସ ଶୁକ୍ଳପକ୍ଷ ବଡ଼ ଏକାଦଶୀ ଦିନ ଭୀମସେନ ଜଗନ୍ନାଥଙ୍କର ଚନ୍ଦନ ବେଶରେ ବ୍ୟସ୍ତ ଥିବା ବେଳେ ଖବର ପାଇଲେ ଯେ ତାଙ୍କର ପୁଅଟିଏ ହୋଇଛି । ସେଥି ଲାଗି ପୁଅର ନା ରଖିଲେ ଚନ୍ଦନ । ବୃଦ୍ଧ ବୟସରେ ଚନ୍ଦନ ଏକମାତ୍ର ସନ୍ତାନ ହୋଇଥିବାରୁ ଚନ୍ଦନ ସମସ୍ତଙ୍କ ସ୍ନେହ ଶ୍ରଦ୍ଧା ଲାଭ କରି ତେଣୁ ବହୁତ ଦୁଷ୍ଟ ହେଲେ । ଛୁରୀ ପରି ତୀକ୍ଷ୍ଣ ହୋଇଥିବାରୁ ଛୁଆଟିକୁ କିଛି ଲୋକ ଛାଖୁ ବା ଚାଖି ଡାକିଲେ । ପରବର୍ତ୍ତୀ ସମୟରେ ସେ ନାମ ହୋଇଗଲା ଚାଖି ବା ଚାଖି ଖୁଣ୍ଟିଆ ।

ଆଧାର[ସମ୍ପାଦନା]

  1. Mohanty, Dr. Jagannath (2005). "Chakhi Khuntia : A National Hero During the British Period" (PDF). Odisha Review. {{cite journal}}: Unknown parameter |month= ignored (help)
  2. ୨.୦ ୨.୧ "Chandan Hajuri birth anniversary day celebrated | PURIWAVES". puriwaves.nirmalya.in. Retrieved 12 April 2013. Shamba Dasami in the year 1827 i
  3. ପ୍ରହରାଜ, ଗୋପାଳ ଚନ୍ଦ୍ର. "ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ". dsal.uchicago.edu. Retrieved 12 April 2013. ଏହାଙ୍କର ଶାରୀରିକ ବଳ ଅସାଧରଣ ଥିଲେ[permanent dead link]
  4. "Scions of Chakhi Khuntia recognised - The New Indian Express". newindianexpress.com. 2009. Retrieved 12 April 2013. Hajuri was actively involved in 1857 movement and was imprisoned[permanent dead link]