ଚର୍ଚ୍ଚିକା ମନ୍ଦିର

ଉଇକିପିଡ଼ିଆ‌ରୁ
(ଚର୍ଚ୍ଚିକାରୁ ଲେଉଟି ଆସିଛି)
ଚର୍ଚ୍ଚିକା ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନବାଙ୍କୀ
Stateଓଡ଼ିଶା
Countryଭାରତ

ଚର୍ଚ୍ଚିକା ମନ୍ଦିର କଟକ ଜିଲ୍ଲାର, ବାଙ୍କୀ ସହରରେ ଥିବା ଏକ ପ୍ରାଚୀନ ଶକ୍ତି ପୀଠ । ଏହି ଶକ୍ତିପୀଠଟି ରେଣୁକା ନଦୀ କୂଳରେ ଥିବା ଋଚିକ ପର୍ବତରେ ଅବସ୍ଥିତ ।[୨] ଏହାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି "ମା" ଚର୍ଚ୍ଚିକା ଠାକୁରାଣୀ । ଚର୍ଚ୍ଚିକାଙ୍କ ମୂର୍ତ୍ତିଟି ପର୍ଶୁରାମଙ୍କଦ୍ୱାରା ତିଆରି କରାଯାଇଥିବା ବିଶ୍ୱାସ କରାଯାଏ । [୩]

ମହାନଦୀ କୂଳରେ ଅଷ୍ଟଭୁଜା ଚାମୁଣ୍ଡା ରୂପରେ ପୂଜା ପାଉଛନ୍ତି ମା’ ଚର୍ଚ୍ଚିକା I ଅଷ୍ଟଭୁଜରେ ମା’ ଧାରଣ କରିଛନ୍ତି ଖଡ୍ଗ, ତ୍ରିଶୂଳ, ସର୍ପ, ଅଙ୍କୁଶ, ଅକ୍ଷମାଳ, ଛିନ୍ନମସ୍ତକ ଓ ଡମ୍ବରୁ I ପୁଣି ଗୋଟିଏ ହାତର କନିଷ୍ଠ ଅଙ୍ଗୁଳିକୁ କାମୁଡ଼ି ଧରିଛନ୍ତି ଦନ୍ତରେ I ତାଙ୍କ ଗ୍ରୀବାରେ ନରମୁଣ୍ଡ ମାଳା ପଡ଼ିଥିବାରୁ ଏବଂ ସେ ଉଲଂଗୀ ହୋଇ ଶବ ଉପରେ ଉପବିଷ୍ଟ ହୋଇଥିବାରୁ ତାଙ୍କୁ ଚାମୁଣ୍ଡା ଭାବେ ଗ୍ରହଣ କରାଯାଇଛି I ମା’ ଚର୍ଚ୍ଚିକାଙ୍କ ପୀଠରେ ମହାଷ୍ଟମୀ ଓ ମହା ନବମୀରେ ବଳି ପରମ୍ପରା ପ୍ରଚଳିତ I ମନ୍ଦିର ବେଢାରେ ପୂଜା ପାଉଥିବା ମା’ ମଙ୍ଗଳାଙ୍କ ନିକଟରେ ପଶୁବଳି ଦିଆଯିବା ପରେ ବଳିପଶୁର କଟାମୁଣ୍ଡ ଓ ରକ୍ତକୁ କିଛି ମାଟି ପାତ୍ରରେ ସଂଗ୍ରହ କରି ଚର୍ଚ୍ଚିକାଙ୍କୁ ଅର୍ପଣ କରାଯାଏ I ରାଜଗୁରୁମାନେ ଏଠାରେ ଶାରଦୀୟ ଷୋଳପୂଜା ସମ୍ପାଦନ କରିଥାନ୍ତି I ଏଠାରେ ଠାକୁରାଣୀଙ୍କ ଗମ୍ଭୀରା ଭିତରକୁ ସର୍ବସାଧାରଣ ପ୍ରବେଶ ସଂପୂର୍ଣ୍ଣ ମନା I କେବଳ ପୁରୀର ଗଜପତି ମହାରାଜା, ବାଙ୍କୀ ରାଜା ଏବଂ ମନ୍ଦିର ସହ ସଂପୃକ୍ତ ସେବାୟତମାନେ ଗମ୍ଭୀରା ଭିତରକୁ ଯାଇଥାନ୍ତି I

ଦେବୀ ଚର୍ଚ୍ଚିକାଙ୍କ ପାଖରେ ବର୍ଷର ତିନି ମାସ କାର୍ତ୍ତିକ, ମାଘବୈଶାଖରେ ଆମିଷ ଭୋଗ ନିଷିଦ୍ଧ । ଅନ୍ୟ ମାସ ଗୁଡିକରେ କେବଳ ଗୁରୁବାର ଛାଡ଼ି ଅନ୍ୟ ଦିନ ଗୁଡ଼ିକରେ ଆମିଷ ଭୋଗ ହୋଇଥାଏ । କିନ୍ତୁ ଶାରଦୀୟ ପୂଜାରେ ମୂଳାଷଷ୍ଠୀଠାରୁ ଷୋଳ ପୂଜା ମଧ୍ୟରେ ପ୍ରତ୍ୟେକ ଦିନ ଆମିଷ ଭୋଗ ହେବାର ବିଧି ବ୍ୟବସ୍ଥା ରହିଛି । [୪]

ଛବି[ସମ୍ପାଦନା]


ମୁଖ୍ୟ ଦ୍ୱାର


ଚର୍ଚ୍ଚିକା ଠାକୁରାଣୀ








ଆଧାର[ସମ୍ପାଦନା]

  1. "Orissa Tourism - Charchika Temple,Maa Charchika,Temples of Orissa | tourism.oriyaonline.com". tourism.oriyaonline.com. 2012. Archived from the original on 2 June 2012. Retrieved 12 October 2012. Kumarpurnima a Hindu festival celebrated 5 days after Dusshera is very famous here
  2. "Info: Maa Charchika temple on Fullodia.com". fullodia.com. 2012. Retrieved 12 October 2012. charchika temple is situated on Ruchika hills on the banks of the Renuka river
  3. "ORISSA TV | Premier News Channel of Orissa". odishatv.in. 2012. Archived from the original on 28 October 2012. Retrieved 12 October 2012. It is believed that the Charchika devi idol was created by Parsuram.
  4. ଖବର, ୧୦ ଅକ୍ଟୋବର ୨୦୧୨, ପୃଷ୍ଠା: ୪

ଅଧିକ ତଥ୍ୟ[ସମ୍ପାଦନା]