ଚତୁର୍ମାସ୍ୟା

ଉଇକିପିଡ଼ିଆ‌ରୁ
ଚତୁର୍ମାସ୍ୟା
ପାଳନକାରୀହିନ୍ଦୁ ଲୋକ
ଆରମ୍ଭହରିଶୟନ ଏକାଦଶୀ
(ଆଷାଢ଼ ଶୁକ୍ଳ ଏକାଦଶୀ)
ଶେଷଦେବୋତ୍‌ଥାପନ ଏକାଦଶୀ
(କାର୍ତ୍ତିକ ଶୁକ୍ଳ ଏକାଦଶୀ)
୨୦୨୪ ତାରିଖdate missing (please add)
ସମ୍ପର୍କିତବିଷ୍ଣୁଙ୍କ ଶୟନ

ଆଷାଢ଼ ଶୁକ୍ଳ ଏକାଦଶୀ ବା ହରିଶୟନ ଏକାଦଶୀ ଦିନଠାରୁ ଚତୁର୍ମାସ୍ୟା ଆରମ୍ଭ ହୋଇଯାଏ । ଏହା ସାଧାରଣତଃ ଅଶୁଦ୍ଧ କାଳ ବୋଲି ବିବେଚନା କରାଯାଏ, ତେଣୁ ଏହି ସମୟରେ କୌଣସି ଶୁଭ କର୍ମ କରାଯାଏ ନାହିଁ । ଏହି ସମୟରେ ଭଗବାନ ବିଷ୍ଣୁ ଶୟନରେ ଥା’ନ୍ତି ବୋଲି ବିଶ୍ୱାସ କରାଯାଏ । କିନ୍ତୁ ଏହା ଶ୍ରୀହରିଙ୍କୁ ଆରାଧନା କରିବାର ପ୍ରକୃଷ୍ଟ ସମୟ ବୋଲି ଅନେକ ମତ ଦିଅନ୍ତି । ବର୍ଷା ଚାରିମାସ ମଧ୍ୟରେ ମନୁଷ୍ୟ ଯେତେଦିନ ଜନାର୍ଦ୍ଦନଙ୍କ ସମ୍ମୁଖରେ ସମୟ ଅତିବାହିତ କରେ, ସେତେ ସମୟ ପର୍ଯ୍ୟନ୍ତ ସେ ଅଶ୍ୱମେଧ ଯଜ୍ଞର ଫଳ ଲାଭକରେ । ମହୋଦଧିର ପବିତ୍ର ଜଳରେ ସ୍ନାନପୂର୍ବକ ଭଗବାନ ଶ୍ରୀ ପୁରୁଷୋତ୍ତମଙ୍କର ଦର୍ଶନ କରି ଚତୁର୍ମାସ୍ୟା ବ୍ରତ ପାଳନ କରିବାଦ୍ୱାରା ମୁକ୍ତିର ସାଧନ ସୁଗମ ହୁଏ । ଏଥିପାଇଁ ସାଧକମାନେ ଏହି ସମୟରେ ପୁରୁଷୋତ୍ତମ କ୍ଷେତ୍ରରେ ବାସ କରନ୍ତି । କୁହାଯାଏ ଯେ ବର୍ଷର ଆଠମାସ କାଳ ଭଗବାନଙ୍କୁ ଦର୍ଶନ କରି ମନୁଷ୍ୟ ଯେଉଁ ପୁଣ୍ୟ ଅର୍ଜନ କରିଥାଏ ଚତୁର୍ମାସ୍ୟାର ଗୋଟିଏ ଦିନ ଦର୍ଶନରେ ସେହି ଫଳ ମିଳେ । ସାଧାରଣତଃ ଶାକହାର କିମ୍ବା ଫଳାହାରଦ୍ୱାରା ଏହି ବ୍ରତ ପାଳନ କରାଯାଇଥାଏ । ଯେଉଁମନେ ଆଧ୍ୟାତ୍ମିକସ୍ତରରେ ଉଚ୍ଚତର ସୋପାନକୁ ଯିବା ପାଇଁ ଇଚ୍ଛୁକ ଥାଆନ୍ତି ସେମାନେ ଏହି ସମୟରେ କୌଣସି ନିର୍ଜନ ସ୍ଥାନକୁ ଯାଇ ତପସ୍ୟାରେ ନିମଗ୍ନ ହୋଇଯାଆନ୍ତି । ସାଧାରଣ ଗୃହୀ ସାଧକମାନେ ଜପମାଳା ଧରି ଏହି ସମୟରେ ଜପାଦି କର୍ମ କରିଥାନ୍ତି । [୧] ଶ୍ରାବଣ ମାସରେ ଶାଗ, ଭାଦ୍ରବ ମାସରେ ଦହି, ଆଶ୍ୱିନ ମାସରେ ଦୁଧ ଏବଂ କାର୍ତ୍ତିକ ମାସରେ ଡାଲି ତ୍ୟାଗ କରାଯାଏ । [୨]

ଆଧାର[ସମ୍ପାଦନା]

  1. ସମାଜ, ୨୭ ଜୁଲାଇ ୨୦୧୦, ପୃଷ୍ଠା: ୨
  2. "Significance of Caturmasya". purimaharaj.com. 2011. Archived from the original on 8 August 2013. Retrieved 24 July 2013. The four vratas in Chaturmasya