ଘଟଗାଁ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଘଟଗାଁ
ଘଟଗାଁ
ସହର
ଦେଶ India
ରାଜ୍ୟଓଡ଼ିଶା
ଜିଲ୍ଲାକେନ୍ଦୁଝର
Elevation
330 m (1,080 ft)
ଭାଷା
 • ସରକାରୀଓଡ଼ିଆ
 • ଅନ୍ୟ ଆଞ୍ଚଳିକ ଭାଷା ହୋ
Time zoneUTC+5:30 (IST)
PIN
758027
Telephone code6733
ଯାନବାହାନ ପଞ୍ଚୀକରଣOD-09
Websiteodisha.gov.in


ଘଟଗାଁ ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଏକ ପଞ୍ଚାୟତ ସମିତି ତଥା ତହସିଲ । ଏହି ପଞ୍ଚାୟତ ସମିତିଟି ପାଟଣା ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ । ଏହା ସମୁଦ୍ରପତନଠାରୁ ୩୦୦ ମିଟର ଉଚ୍ଚରେ ଅବସ୍ଥିତ । ଜାତୀୟ ରାଜପଥ ୨୧୫ରେ ଏହା ଅବସ୍ଥିତ । ଭୁବନେଶ୍ୱର ଏହାର ନିକଟତମ ବିମାନ ବନ୍ଦର । ଏହା ଜିଲ୍ଲାର ସଦର ମହକୁମା କେନ୍ଦୁଝରଠାରୁ ୪୫ କି.ମି. ଦୂରରେ ଅବସ୍ଥିତ ଓ ରାଜ୍ୟ ରାଜଧାନୀ ଭୁବନେଶ୍ୱରଠାରୁ ଏହାର ଦୂରତା ପ୍ରାୟ ୧୭୫ କି.ମି. ହେବ ।

ଦର୍ଶନୀୟ ସ୍ଥାନ[ସମ୍ପାଦନା]

ମାଁ ତାରିଣୀ ମନ୍ଦିର

ମାଆ ତାରିଣୀ ମନ୍ଦିର ପାଇଁ ଘଟଗାଁ ବିଖ୍ୟାତ । ସାରା ଓଡ଼ିଶାରୁ ପ୍ରତ୍ୟହ ଅନେକ ପର୍ଯ୍ୟଟକ ଏହି ମନ୍ଦିରକୁ ଦର୍ଶନ ପାଇଁ ଆସନ୍ତି । ମା ତାରିଣୀଙ୍କୁ ଓଡ଼ିଶାର ଅନ୍ୟତମ ଆରାଧ୍ୟା ଦେବୀ ଭାବରେ ପୂଜା ଅର୍ଚନା କରାଯାଏ । ଦୂର ଦୁରନ୍ତ ସହରର ଭକ୍ତମାନେ ମା ତାରିଣୀଙ୍କ ମନ୍ଦିରକୁ ନିଜେ ଆସି ନ ପାରିଲେ ତାଙ୍କ ମନ୍ଦିରରେ ଅର୍ପଣ ପାଇଁ ନଡିଆ ଓ ପୂଜା ଶାଢ଼ୀ ପଠାନ୍ତି । ଏଠି ପାଇଁ ବିଭିନ୍ନ ସହରର ବସଷ୍ଟାଣ୍ଡ ମାନଙ୍କରେ ବାକ୍ସ ରଖାଯାଇଥାଏ । ସେଥିରେ ଏହା ରଖିଦେଲେ ଘଟଗାଁ ଆଡକୁ ଯାଉଥିବା ବସର କର୍ମଚାରୀମାନେ ତାହା ପ୍ରତ୍ୟହ ବିନା ଶୁଳ୍କରେ ନେଇ ମନ୍ଦିରରେ ଅର୍ପଣ କରିଥାଆନ୍ତି ।

ଆଧାର[ସମ୍ପାଦନା]