ଗୋପପୁର (ଗପ ସଙ୍କଳନ)

ଉଇକିପିଡ଼ିଆ‌ରୁ


ଗୋପପୁର  
ଲେଖକରାମଚନ୍ଦ୍ର ବେହେରା[୧]
ମଲାଟ ଚିତ୍ରକରରଞ୍ଜିତ ପରିଜା
ଦେଶ ଭାରତ
ଭାଷାଓଡ଼ିଆ
ବିଭାଗଗପ ସଙ୍କଳନ[୨]
ପ୍ରକାଶକବିଦ୍ୟା ପ୍ରକାଶନ, ବାଲୁବଜର, କଟକ
ପ୍ରକାଶ ତାରିଖ୨୦୦୩, ୨୦୦୬
ପୃଷ୍ଠା୨୬୦ (ଦ୍ୱିତୀୟ ମୁଦ୍ରଣ)
ISBN୮୧-୭୭୦୩-୦୪୬-୯

ଗୋପପୁର ରାମଚନ୍ଦ୍ର ବେହେରାଙ୍କ ରଚିତ ଏକ ଗଳ୍ପ ସଙ୍କଳନ ।[୩] କଥାକାର ରାମଚନ୍ଦ୍ର ବେହେରାଙ୍କୁ ଏଥି ପାଇଁ ୨୦୦୫ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ[୪] ସମ୍ମାନିତ କରାଯାଇଥିଲା ।[୫] ଗୋପପୁର ଭାରତୀୟ ପରମ୍ପରା ଓ ଚିନ୍ତା ମାନସରେ ଗଭୀର ପ୍ରତ୍ୟୟବୋଧ ଓ କଲ୍ୟାଣଚେତନାର ଏକ ମହତୀ ଭାବଭୂମି । ସମସ୍ତ ପରାଜୟର ଗ୍ଳାନି ଓ ମନୋଭାବକୁ ଅତିକ୍ରମ କରି ମଣିଷଯେ ବଞ୍ଚିରହିବ, ଆଲୋକ ଓ ଆନନ୍ଦର ଅଭିଳାଷୀ ହେବ- ଏହି ପ୍ରକାର ଏକ ଆଲୋକିତ ଆଶ୍ୱାସନା ଓ ଆତ୍ମିକ ଅନ୍ୱେଷାବୋଧ ଗୋପପୁରର ଗଳ୍ପମାନଙ୍କର ଅନ୍ତଃସ୍ୱର ।[୬]

ସଙ୍କଳନରେ ଥିବା ଗଳ୍ପ ଗୁଡ଼ିକ[ସମ୍ପାଦନା]

  1. ଗୋପପୁର
  2. ଭୂମିକା
  3. ବିସ୍ଫୋରଣ
  4. ଆୟୁଷ୍ମାନ
  5. ଦୀପୁର ଜେଜେମା
  6. ହେଡ଼ମାଷ୍ଟର
  7. ମା ଓ ପୁଅ
  8. ଘର ବାହୁଡା
  9. ଏକ ହତ୍ୟାକାଣ୍ଡ ପାଇଁ ଖସଡା
  10. ପିତୃସତ୍ୟ
  11. ଉତ୍ତର ପୁରୁଷ
  12. ପ୍ରସାରିତ ଆଲିଙ୍ଗନ
  13. ନର୍ସିଙ୍ଗ ହୋମ
  14. ରାଜକୀୟ ପୋଷାକ
  15. ପ୍ରତିଯୋଗିତା

ଆଧାର[ସମ୍ପାଦନା]

  1. Esi. Sura Books. pp. 3–. ISBN 978-81-7254-306-8.
  2. Dwivedi. India 2008. Tata McGraw-Hill Education. pp. 1–. ISBN 978-0-07-022177-2.
  3. Vārshikī: Bhāratiya sāhitya sarvekshana. Kendrīya Hindī Nideśālaya, Śikshā tathā Saṃskr̥ti Mantrālaya, Bhārata Sarakāra. 2003.
  4. "ଆବେଗଗତ ଆଧ୍ୟାତ୍ମିକ ପରିପୂର୍ଣ୍ଣତା ପାଇଁ ମୁଁ ଲେଖେ: ରାମଚନ୍ଦ୍ର ବେହେରା". sarbasadharana.com. ସର୍ବ ସାଧାରଣ. Retrieved 28 February 2019.
  5. କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ
  6. ଗୋପପୁର, ଦ୍ୱିତୀୟ ମୁଦ୍ରଣ, ଆଗ ମଲାଟ, ପୁସ୍ତକ ବିବରଣୀ

ଆହୁରି ଦେଖନ୍ତୁ[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]