ଗୁରୁଦିବସ

ଉଇକିପିଡ଼ିଆ ରୁ
ଗୁରୁଦିବସ
ପାଳନକାରୀ ଛାତ୍ର ଗଣ
ବିଶେଷତା ଗୁରୁଙ୍କୁ ସମ୍ମାନ ପ୍ରଦାନ
୨୦୧୨ ତାରିଖ ୦୫ ସେପ୍ଟେମ୍ବର ୨୦୧୧
ପାଳନ ସବୁ ପୂଜା, ବନ୍ଦାପନା

ଗୁରୁଦିବସ ଭାରତର ୨ୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମତିଥିରେ ପାଳିତ ଏକ ବିଶେଷ ଦିବସ ଯାହା ଗୁରୁ ବା ଶିକ୍ଷକ ମାନଙ୍କୁ ସମ୍ମାନ ଜଣାଇ ଛାତ୍ରମାନଙ୍କ ଦେଇ ପାଳନ କରାଯାଇଥାଏ ।

ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକୃଷ୍ଣନ ଏକାଧାର ଜଣେ ସୁଗୁରୁ, ଛାତ୍ରବତ୍ସଳ ଶିକ୍ଷକ ଥିଲେ । ତାଙ୍କର ଜୀବନ ଶିକ୍ଷାର ବିକାଶରେ ସମର୍ପିତ ଥିଲା । ତାହାଙ୍କର ଦେହାନ୍ତ ପରେ ତାଙ୍କର ଜନ୍ମତିଥିକୁ ଏହି ଦିନକୁ ଗୁରୁଦିବସ ଭାବରେ ପାଳନ କରାଯାଏ ।

କେତେକ ଦେଶରେ ଶିକ୍ଷକ ମାନଙ୍କୁ ସମ୍ମାନ ଜଣାଇ ଅଲଗା ଅଲଗା ଦିନରେ ଏହି ଦିବସ ପାଳନ କରାଯାଇଥାଏ । ସାରା ପୃଥିବୀରେ ବିଶ୍ଵ ଶିକ୍ଷକ ଦିବସ ଅକ୍ଟୋବର ୫ରେ ପାଳନ କରାଯାଇଥାଏ । ଇଉନେସ୍କୋ ଦେଇ ଗୁରୁ ମାନଙ୍କର ଗୁରୁତ୍ଵ ଅନୁଭବ କରିବା ଓ ସେମାନଙଙ୍କୁ ବିଶେଷ ସମ୍ମାନ ଦେବା ପାଇଁ ଏହି ଦିବସ ସାରା ପୃଥିବୀରେ ପାଳିତ ହୋଇଥାଏ ।[୧]

[ଏହାକୁ ବଦଳାନ୍ତୁ] ଇତିହାସ

ଶିକ୍ଷକ ଦିବସ ଅନେକ ଦେଶରେ ୨୦ଶ ଶତକ ପରେ ସ୍ଵାଧୀନ ଭାବରେ ପାଳିତ ହେବା ଆରମ୍ଭ ହେଲା । ଆର୍ଜେଣ୍ଟିନାରେ ଏହା ଡୋମିନିଙ୍ଗୋ ଫଷ୍ଟିନୋ ସାର୍ମେଣ୍ଟିନୋଙ୍କ ଦେହାନ୍ତ ତାରିଖ ସେପ୍ଟେମ୍ବର ୧୯୧୫ ଠାରୁ[୨] ପାଳନ କରୁଥିବା ବେଳେ ଭାରତରେ ବିଶିଷ୍ଠ ଶିକ୍ଷାବିଦ ଓ ପୁର୍ବତନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମତିଥିରେ ସେପ୍ଟେମ୍ବର ୫ ୧୯୬୨ ଠାରୁ ପାଳିତ ହୋଇଆସୁଅଛି [୩])

[ଏହାକୁ ବଦଳାନ୍ତୁ] ପାଳନ

ଏହି ଦିନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ଛାତ୍ରମାନେ ଶିକ୍ଷକ ମାନଙ୍କୁ ବନ୍ଦାପନା କରିଥାନ୍ତି । ଗୁରୁବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ସାକ୍ଷାତ ପରଂବ୍ରହ୍ମ ବୋଲି ଗୁରୁବନ୍ଦନା କରାଥାନ୍ତି । ବିଦ୍ୟାଳୟଗୁଡ଼ିକୁ ବାଦଦେଇ ବାକି ସରକାରୀ ଓ ବେସରକାରୀ ସବୁରେ ଏହି ଦିନ ଏକ ଛୁଟି ଦିନ ଭାବରେ କାମରୁ ବିରତି ନେଇଥାନ୍ତି ।

[ଏହାକୁ ବଦଳାନ୍ତୁ] ଆଧାର

ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା