ଗୁଗ୍ଲୈଲୋମ ମାର୍କୋନୀ

ଉଇକିପିଡ଼ିଆ ରୁ
ଗୁଗ୍ଲୈଲୋମ ମାର୍କୋନୀ

ଜନ୍ମ ୨୫ ଏପ୍ରିଲ ୧୮୭୪(1874-04-25)
Palazzo Marescalchi, Bologna, Italy
ମୃତ୍ୟୁ ୨୦ ଜୁଲାଇ, ୧୯୩୭ (୬୩ ବର୍ଷ)
ରୋମ, ଇଟାଲୀ
ବାସସ୍ଥାନ ଇଟାଲୀ
ଜାତୀୟତା ଇଟାଲୀୟନ
ମାତୃ ସଂସ୍ଥାନ ୟୁନିଭରସିଟି ଅଫ ବୋଲୋଗ୍ନା
ଜଣାଶୁଣା ରେଡିଓ
ଉଲ୍ଲେଖନୀୟ ପୁରସ୍କାର ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର (୧୯୦୯)
ଦସ୍ତଖତ

ଗୁଗ୍ଲୈଲୋମ ମାର୍କୋନୀ(୧୮୭୪ ଏପ୍ରିଲ ୨୫ - ୧୯୩୭ ଜୁଲାଇ ୨୦) ଜଣେ ଇଟାଲୀୟ ଉଦ୍ଭାବକ।ତାଙ୍କୁ ଦୂରବର୍ତ୍ତୀ ରେଡିଓର ସ୍ରଷ୍ଟା ବୋଲି କୁହାଯାଏ।ସେ ମାର୍କୋନୀ ଆଇନ ଏବଂ ରେଡିଓ ଟେଲିଗ୍ରାଫ ବ୍ୟବସ୍ଥା ଉଦ୍ଭାବନ କରିଥିଲେ।ତାଛଡା ରେଡିଓ ଉଦ୍ଭାବନର ଶ୍ରେୟ ମଧ୍ୟ ତାଙ୍କୁ ମିଳିଥିଲା।[୧]

ମାର୍କୋନୀ ବହୁତ କମ ପାଠ ପଢିଥିଲେ।ସେ ନିଜ ପିତାଙ୍କର ଥିବା ଲାଇବ୍ରେରୀରେ ଥିବା ପୁସ୍ତକ ପଢି ଅଧିକ ଜ୍ଞାନ ଆହାରଣ କରିଥିଲେ।ସେ ବିଦ୍ୟୁତ ଉପରେ ଥିବା ତଥ୍ୟ ପୁସ୍ତକ ଅଧିକାଂଶ ପଢିଥିଲେ।ଔପଚାରିକ ଶିକ୍ଷା ଗ୍ରହଣ କରିବା ପାଇଁ ସେ ବାଲୋଗ୍ନା ବିଶ୍ଵବିଦ୍ୟାଳୟକୁ ଯାଇଥିଲେ।ପରେ ସେ ବିଶିଷ୍ଟ ବୈଜ୍ଞାନିକ ଅଗଷ୍ଟୋ ରିଘିଙ୍କ ଅଧିନରେ ପାଠପଢିବା ସହ ଇଲେକ୍ଟୋମ୍ୟାଗ୍ନେଟିକ ୱ୍ଏଭ (ବିଦ୍ୟୁତଚୁମ୍ବକୀୟ ତରଙ୍ଗ) ଉପରେ ଗବେଷଣା କଲେ।

ଉଦ୍ଭାବନ ଓ ସଫଳତା[ସମ୍ପାଦନା]

୧୮୯୫ ମସିହାରେ ମାତ୍ର ୨୧ ବର୍ଷ ବୟସରେ ସେ ଏହି ବିଦ୍ୟୁତଚୁମ୍ବକୀୟ ତରଙ୍ଗ ବ୍ୟବହାର କରି ନିଜ ଘରଠାରୁ ଅଳ୍ପ ଦୂରରେ ଥିବା କାର୍ଯ୍ୟସ୍ଥଳୀରେ ବେଲ୍ ବଜାଇପାରିଥିଲେ।ଏହା ପରେ ସେ ଆଣ୍ଟିନା ବ୍ୟବହାର କରି ସେ ଦୁଇ ମାଇଲ ପର୍ଯ୍ୟନ୍ତ ସିଗନାଲ୍ ପଠେଇ ପାରିଥିଲେ।ତାଙ୍କ ଦ୍ଵାରା ଉଦ୍ଭାବିତ ବ୍ୟବସ୍ଥାକୁ ଇଟାଲୀର ଡାକ ଓ ତାର ବିଭାଗ ଗ୍ରହଣ କରିନଥିଲା।ତେଣୁ ସେ ଏହି ସଫଳତାକୁ ଇଂଲଣ୍ଡରେ ପହଞ୍ଚାଇଥିଲେ।ସେଠାରେ ସାହାର୍ଯ୍ୟ ଓ ସମର୍ଥନ ପାଇବାପରେ ସେ ୩୨ ମାଇଲ ଦୂର ଥିବା ସ୍ଥାନକୁ ୱ୍ଏୟାରଲେସ ସିଗନାଲ ପଠେଇଥିଲେ।ତାଙ୍କ ଦ୍ଵାରା ଉଦ୍ଭାବିତ କୈଶଳ ମଧ୍ୟ ବ୍ୟବସାୟିକ ସଫଳତା ଲାଭ କରିଥିଲା।ସେ ଆମେରିକାରେ ପ୍ରତିଷ୍ଠା କରିଥିଲେ ଏକ ୱ୍ଏୟାରଲେସ ସିଗନାଲ କମ୍ପାନୀ।ମାତ୍ର ପରବର୍ତ୍ତୀ ସମୟରେ ଆମେରିକା ସରକାର ତାକୁ ନିଜ ଅଧିନକୁ ନେଇଥିଲେ।ବ୍ରିଟେନ ରେ ଥିବା ତାଙ୍କର ଏକ କମ୍ପାନୀ ସର୍ବସାଧାରଣ ରେଡିଓ ପ୍ରସାରଣ ସେବା ଆରମ୍ଭ କରିଥିଲେ।ପରେ ତାହା ବିବିସି ନାମରେ ପରିଚିତ ହେଇଥିଲା।[୨][୩]

ବିଶ୍ଵରେ ବିଭିନ୍ନ ସ୍ଥାନରେ ଥିବା ବ୍ରିଟିଶ କଲୋନୀ ସହ ଯୋଗାଯୋଗ ପାଇଁ ସେ ୧୯୨୪ରେ ଇଂଲଣ୍ଡର କେତେକ ସ୍ଥାନରେ ୱ୍ଏୟାରଲେସ ଷ୍ଟେସନ ପ୍ରତିଷ୍ଠା କରିଥିଲେ।ରୋମରେ ମଧ୍ୟ ପୋପଙ୍କ ବାର୍ତ୍ତା ପ୍ରସାରଣ ପାଇଁ ରେଡିଓ ସେବା ଆରମ୍ଭ କରିଥିଲେ।

ପୁରସ୍କାର[ସମ୍ପାଦନା]

ୱ୍ଏୟାରଲେସ ଟେଲିଗ୍ରାଫର ବିକାଶ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ୧୯୦୯ରେ ନୋବେଲ ପୁରସ୍କାର ପାଇଥିଲେ।

୧୯୩୭ ମସିହାରେ ଜୁଲାଇ ୨୦ତାରିଖରେ ହୃଦଘାତରେ ତାଙ୍କର ପରଲୋକ ହେଇଥିଲା।[୪]

ଆଧାର[ସମ୍ପାଦନା]