ଗୁଆ

ଉଇକିପିଡ଼ିଆ ରୁ

ଗୁଆ ଗଛ ଲମ୍ବା, ଉଚ୍ଚ ଓ ଏକ ଚିରହରିତ୍ ବୃକ୍ଷ । ଗଛର ଶୀର୍ଷରେ ମୁକୁଟ ସଦୃଶ୍ୟ ପତ୍ରଗୁଡ଼ିକ ରହିଥାଏ । ଏହା ଏକ ଶାଖାବିହୀନ ଉଦ୍ଭିଦ । ପତ୍ରର ତଳଭାଗରେ ଏକ ପ୍ରକାର ଆବରଣ ରହିଥାଏ । ଫଳଗୁଡ଼ିକ ଝୁଲି ହୋଇ ରହିଥାଏ । ଫଳ ୩.୮ରୁ ୫ ସେଣ୍ଟିମିଟର ଲମ୍ବ । ଏସବୁ ଦେଖିବାକୁ ଚିକ୍କଣ ଓ ନାରଙ୍ଗୀ ରଙ୍ଗର ହୋଇଥାଏ । ପାଚିଲେ ଅଳ୍ପ ଧୂସରିଆ ମିଶା ନାରଙ୍ଗୀ ରଙ୍ଗ ପାଲଟିଯାଏ । ଫଳରେ ରହିଥିବା ମଞ୍ଜିକୁ ଗୁଆ କହନ୍ତି । ଏହା ଔଷଧାଗାରରେ ବ୍ୟବହୃତ ହୋଇଥାଏ । ଗୁଆ ଗଛର ଫୁଲ, ଫଳ, ମୂଳ, ମଧ୍ୟସ୍ଥିତ ମଞ୍ଜପତ୍ର, କତା ଓ ବାହୁଙ୍ଗାକୁ ମଧ୍ୟ ଔଷଧ ରୂପେ ବ୍ୟବହାର କରାଯାଏ ।

Areca nut
An areca nut bunch hanging from the palm
A ripe areca nut.

ଗୁଆର ପ୍ରକାରଭେଦ[ସମ୍ପାଦନା]

ଗୁଆ ଗଛର ପତ୍ର ମଧୁର, ତିକ୍ତ ଓ କଷା । ଗୁଆ ଗଛର ଅଠା ଅମ୍ଳ, କ୍ଷାର । ଆମଦେଶରେ ତାମ୍ବୁଳ ସହିତ ଦୁଇପ୍ରକାର ଗୁଆ ଯଥା- ଦେଶୀ ଗୁଆ ଓ ଦକ୍ଷିଣୀ ଗୁଆ ବ୍ୟବହାର ହୁଏ । ଦକ୍ଷିଣୀ ଗୁଆକୁ ଆରଙ୍ଗି ଗୁଆ କହନ୍ତି । କଞ୍ଚାଗୁଆ ଅତ୍ୟନ୍ତ କଷା । ଏହା ଖାଇଲେ ମୁଣ୍ଡ ବୁଲାଇଦିଏ ।

ଦନ୍ତରୋଗ[ସମ୍ପାଦନା]

ଶୁଖିଲା ଗୁଆକୁ ପୋଡ଼ି, ସେଥିରେ ଲୁଣ ମିଶାଇ ଦାନ୍ତରେ ଘଷିବା ଦ୍ୱାରା ସମସ୍ତ ପ୍ରକାର ଦାନ୍ତରୋଗ ଦୂର ହୁଏ । ଏହାଛଡ଼ା ଦାନ୍ତ ପରିଷ୍କାର ହୋଇ ଚିକ୍ ମିକ୍ ଦେଖାଯାଏ ।

ଅତିସାର[ସମ୍ପାଦନା]

ଶୁଖିଲା ଗୁଆକୁ ଗୁଣ୍ଡ କରି ତା’ର ଚୂର୍ଣ୍ଣକୁ ୧ରୁ୨ ଗ୍ରାମ୍ ନେଇ ଦହି ସହିତ ନିୟମିତ ସେବନ କଲେ ପୁରୁଣା ଅତିସାର ନିବାରିତ ହୁଏ ।

ଅମ୍ଳପିତ୍ତ ଘା[ସମ୍ପାଦନା]

କଞ୍ଚା ଗୁଆକୁ ପାଣିରେ ଘୋରି ତାକୁ ଲିଙ୍ଗସ୍ଥାନରେ କିଛିଦିନ ଲଗାଇଲେ ଏହି ରୋଗ ଉପଶମ ହୁଏ ।

ରତିଶକ୍ତି ବୃଦ୍ଧି[ସମ୍ପାଦନା]

ଦକ୍ଷିଣୀ ଗୁଆର ଚୂର୍ଣ୍ଣ ୧ରୁ୨ଗ୍ରାମ ନେଇ ସେଥିରେ ୧ରୁ୨ଚାମଚ ଚିନି ଓ ୧ଗ୍ଳାସ କ୍ଷୀର ମିଶାଇ ନିୟମିତଭାବେ ସେବନ କଲେ ଅଳ୍ପଦିନ ମଧ୍ୟରେ ରତିଶକ୍ତି ବର୍ଦ୍ଧିତ ହୁଏ ।

ଯୋନିରୁ ଅଧିକ ପାଣି ନିର୍ଗତ ହେଉଥିଲେ[ସମ୍ପାଦନା]

ଶୁଖିଲା ଗୁଆକୁ ଭଲ ଭାବେ ଚୂର୍ଣ୍ଣ କରି କନା ପୁଟୁଳିରେ ବାନ୍ଧି ଯୋନିରେ ଧାରଣ କଲେ ଏଥିରୁ ଶିଘ୍ର ଉପଶମ ମିଳିଥାଏ ।

ରକ୍ତପିତ୍ତ[ସମ୍ପାଦନା]

କଞ୍ଚାଗୁଆ ଓ ରକ୍ତ ଚନ୍ଦନକୁ ଚାଉଳଧୁଆ ପାଣି ସହିତ ବାଟି ଚିନି ମିଶାଇ ସେବନ କଲେ ରକ୍ତପିତ୍ତ ଶାନ୍ତ ହୁଏ ।[୧]

ଆଧାର[ସମ୍ପାଦନା]

  1. ପ୍ରମେୟ, ପୃଷ୍ଠା- ୧୫, ଗୁରୁବାର, ୨୭. ଜୁନ୍ ୨୦୧୩