ଗାମୁଛା
ଗାମୁଛା ଏକ ଛୋଟ ନିତ୍ୟ ବ୍ୟବହାର୍ଯ୍ୟ ବସ୍ତ୍ର । [୧]ଏହା ର ଲମ୍ବ ସାଧାରଣତଃ ୧.୫ମି ରୁ ୨.୫ମି ଭିତରେ ହୋଇଥାଏ । ଏହା ସାଧାରଣତଃ ଗେରୁଆ ରଙ୍ଗର ହୋଇଥାଏ । ଏହାକୁ ଓଡ଼ିଶା, ଆସାମ, ପଶ୍ଚିମବଙ୍ଗ ଏବଂ ବିହାରରେ ବହୁଳ ଭାବ ରେ ବ୍ୟବହାର କରାଯାଏ । ଆସାମ ରେ ଏହା ଗାମୋସା ବା ଗାମୋଛା ନାମରେ ପରିଚିତ । [୨]ଶସ୍ତା ତଥା ସୁଲଭ ହୋଇଥିବାରୁ ଏହା ଖୁବ ଲୋକପ୍ରିୟ । ହିନ୍ଦୁ ପୂଜା ପଦ୍ଧତି ରେ ଗାମୁଛା ର ପ୍ରମୁଖ ଭୁମିକା ରହିଛି । ପୂଜା କରିବା ସମୟ ରେ ମଧ୍ୟ ଏହା କୁ ପରିଧାନ କରାଯାଏ । ଗାମୁଛା ତିଆରି ପାଇଁ ଓଡ଼ିଶା ର ଖୋର୍ଦ୍ଧା ଜିଲ୍ଲା ପୃଥିବୀ ପ୍ରସିଦ୍ଧ । [୩] ଆଜିକାଲି ଗାମୁଛା ଉପରେ ବିଭିନ୍ନ ପ୍ରୟୋଗ କରାଯାଇ ଏହାକୁ ଏକ ଫେଶନ ସାମଗ୍ରୀ ରୂପରେ ମଧ୍ୟ ବ୍ୟବହାର କରାଗଲାଣି । ଆସାମ ଗାମୋଛା ବିଶ୍ଵ ରେକର୍ଡ଼ ପ୍ରତିଷ୍ଠା କରିସାରିଲାଣି ।[୪] ଅଧୁନା ହାତବୁଣା ଗାମୁଛାର ଉତ୍ପାଦନ କମିଯାଇଛି ।[୫][୬]
ବିଷୟସୂଚୀ |
ଓଡି଼ଆ ଢଗ ଢମାଳିରେ ଗାମୁଛା [ସମ୍ପାଦନା]
ଗାମୁଛା, ଓଡ଼ିଶାର ଜନଜୀବନ ସହିତ ଯେପରି ଅଙ୍ଗାଙ୍ଗୀ ଭାବେ ଜଡିତ, ଓଡି଼ଆ କଥା ସାହିତ୍ୟ, ଢଗ ଢମାଳିରେ ମଧ୍ୟ ସେହିପରି ବ୍ୟବହୃତ । ସେହିପରି କେତୋଟି ଉଦାହରଣ ହେଲା :
| “ | ଗାମୁଛା ନ ଥାଇ କି ସ୍ନାହାନ, ଆଦର ନ ଥାଇ କି ଭୋଜନ॥ |
” |
| “ | ନଖି ନାନି ପୁଅ ଭଗିଆ, ଶଗଡ଼ ଉପରେ ବଇଚି ପାନ ଖିଲେ ଖିଲେ ଖାଉଚି, ନାଲି ଗାମୁଛା କାନ୍ଧରେ ପକାଇ ଗୀତ ପଦେ ପଦେ ଗାଉଚି ॥ |
” |
| “ | କଳାଚିତି ଯେବେ ମାରେ ଗାମୁଛା ବ୍ରାହ୍ମଣ ହୋଇ ରଖେ ଗାଲମୁଚା ଶୁଖିଲା ଭାତକୁ ଖାଆଣ ତୁଛା ଖେତକୁ ନଯାଇ ବାରତା ପୁଛା କୁଳନାରୀ ଯେବେ, ନ ମାରେ କଛା ଯୋଗୀ ହୋଇ ଯାର ରମଣ ଇଛା କହେ ଦନାଇ ଏ ବଡ ନିକୁଛା ॥ |
” |
ଗାଲେରୀ [ସମ୍ପାଦନା]
ଆଧାର [ସମ୍ପାଦନା]
- ↑ http://www.orissa.gov.in/people/dress.htm
- ↑ http://assamgovt.nic.in/culture.asp
- ↑ http://www.ordistricts.nic.in/district_profile/history.php
- ↑ http://timesofindia.indiatimes.com/india/Assamese-gamocha-makes-it-to-Guinness/articleshow/19451759.cms
- ↑ Satya Narayan Dash (1995). Handloom Industry in India. Mittal Publications. ପୃଷ୍ଠା. 195–. ISBN 978-81-7099-599-9. http://books.google.com/books?id=a5xjc73xzqAC&pg=PA195. Retrieved 5 June 2012.
- ↑ http://www.rourkelacity.com/rest-of-odisha/ranganipatana-shadhi-ebe-swapna/