ଗରଦପୁର

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଗରଦପୁର
ଗାଁ
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକ ସଭାକେନ୍ଦ୍ରପଡା (ଲୋକ ସଭା ନିର୍ବାଚନ ମଣ୍ଡଳୀ)
ଭାଷାଓଡ଼ିଆ, ଇଂରାଜୀ
ବିଧାନ ସଭାପାଟକୁରା
Area
 • ସମୁଦାୟ3,634 km2 (1,403 sq mi)
Population
 (୨୦୧୦)
 • Total୧୫୦୦
Time zoneIST (+୫.୩୦)
ଡାକ କୋଡ଼
୭୫୪୧୫୩
Area code+୦୬୭୨୭
ଯାନବାହାନ ପଞ୍ଚୀକରଣOD-29

ଗରଦପୁର(Garadpur) ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଏକ ଗାଁ ଓ ପଞ୍ଚାୟତ ସମିତି ।

ଭୌଗଳିକ ଅବସ୍ଥିତି ଓ ଜଳବାୟୁ[ସମ୍ପାଦନା]

ଏହି ଗ୍ରାମଟି କଟକସହରଠାରୁ ପ୍ରାୟ ୬୮କି.ମି. ଦୂରରେ ଏବଂ କେନ୍ଦ୍ରାପଡ଼ାସହରଠାରୁ ପ୍ରାୟ ୧୨କି.ମି. ଦୂରରେ ଅବସ୍ଥିତ । ଗରଦପୁର ହେଉଛି ଏକ ଗାଁ ଏବଂ ପଞ୍ଚାୟତସମିତି[୧] ଯେଉଁଥିରେ କଳାବୁଦା,ତଳକୁସୁମା,ବନ୍ତଳା,ପାଖଡ ଗ୍ରାମପଞ୍ଚାୟତ ଅନ୍ତର୍ଗତ । ଗ୍ରାମଟି ଉପକୂଳବର୍ତୀ ଅଞ୍ଚଳରେ ଥିବାରୁ ମଧ୍ୟମ ଧରଣର ଜଳବାୟୁ ଅନୁଭୁତ ହୁଏ ।

ଦେବଦେବୀ ଓ ମନ୍ଦିର[ସମ୍ପାଦନା]

ଗାଁର ମଧ୍ୟ ଭାଗରେ ଏକ ଶିବ ମନ୍ଦିର ଅଛି ଯାହା କି ଗ୍ରାମର ଏକ ମୁଖ୍ୟ ମନ୍ଦିର ଏବଂ ଆରାଧନା ସ୍ଥଳ । ଏହା ବ୍ୟତିତ ଏଠାରେ ଜଗନ୍ନାଥ ମନ୍ଦିର ମନ୍ଦିରଟିଏ ମଧ୍ୟ ଅଛି ।

ପର୍ବ ପର୍ବାଣି[ସମ୍ପାଦନା]

ଏହି ଗ୍ରାମରେ ପ୍ରାୟତଃ ସବୁ ପର୍ବ ପର୍ବାଣି ପାଳନ କରାଯାଏ । ଦଶହରା, ରଥଯାତ୍ରା ମୁଖ୍ୟ ପର୍ବ । ଏହି ପର୍ବ ଗୁଡିକରେ ଗାଁକୁ ବହୁ ଦୂରରୁ ଲୋକମାନେ ଆସନ୍ତି ଏବଂ ଗ୍ରାମର ଲୋକମାନଙ୍କ ସହ ମିଶି ପାଳନ କରନ୍ତି । ଏହାଛଡା ଗ୍ରାମରେ ଜାଗର ଓଷା, କାର୍ତିକ ପୁର୍ଣିମା ଏବଂ ଅନ୍ୟାନ୍ୟ ସମସ୍ତ ପର୍ବ ପାଳନ କରାଯାଏ ।

ସୁବିଧା ସୁଯୋଗ[ସମ୍ପାଦନା]

ଏହି ଗ୍ରାମରେ ପ୍ରାଥମିକ, ମାଧ୍ୟମିକ ସହ ଉଚ୍ଚମାଧ୍ୟମିକ ଶିକ୍ଷା ପାଇଁ ବ୍ୟବସ୍ଥା ଅଛି । ଚିକିତ୍ସାଳୟ, ଡାକ ଓ ତାରର ମଧ୍ୟ ସୁବିଧା ଅଛି । ଗ୍ରାମର ଯୁବକ ସଂଘ ଅଛି । ଗ୍ରାମରେ ପକ୍କା ରାସ୍ତା ଅଛି ।

ଆଧାର[ସମ୍ପାଦନା]