କ୍ୟୁଆରପିଡ଼ିଆ

ଉଇକିପିଡ଼ିଆ‌ରୁ
QRpedia (କ୍ୟୁଆରପିଡ଼ିଆ)
ଏକ କ୍ୟୁଆରପିଡ଼ିଆ କୋଡ଼ରୁ ଏକ ୟୁଆରଏଲ ତିଆରି କରାଯାଇଛି: http://en.qrwp.org/QRpedia ଏହା ବ୍ୟାପକ ଭାବେ ଲୋଗୋ ଭାବେ ବ୍ୟବହୃତ
ସ୍କ୍ରିନସଟ
କ୍ୟୁଆରପିଡ଼ିଆ ୱେବସାଇଟରୁ (http://en.qrwp.org/QRpedia) ଏକ କ୍ୟୁଆର କୋଡ଼ ଦେଖିହେବ
ୟୁ.ଆର.ଏଲqrpedia.org
ବ୍ୟବସାୟିକନା
ରେଜେଷ୍ଟ୍ରିକରଣନାହିଁ
ମିଳୁଥିବା ଭାଷାବହୁଭାଷୀ
କଣ୍ଟେଣ୍ଟ ଲାଇସେନ୍ସMIT License
ତିଆରି କରିଥିଲେ
ଆରମ୍ଭ କରାଯାଇଥିଲା୯ ଏପ୍ରିଲ ୨୦୧୧, ୬ ବର୍ଷ ଆଗରୁ (2011-04-09)
ଏବେକାର ସ୍ଥିତିଅନଲାଇନ

କ୍ୟୁଆରପିଡ଼ିଆ କ୍ୟୁ. ଆର. କୋଡ଼ ବ୍ୟବହାର କରି ବ୍ୟବହାରକାରୀଙ୍କୁ ତାଙ୍କ ଭାଷାରେ ଉଇକିପିଡ଼ିଆ ପ୍ରସଙ୍ଗ ଦେଖାଇବା ନିମନ୍ତେ ଏକ ମୋବାଇଲ ୱେବ ଭିତ୍ତିକ ବ୍ୟବସ୍ଥା ।[୧][୨][୩] ଏକ ୟୁନିଫର୍ମ ରିସୋର୍ସ ଆଇଡେଣ୍ଟିଫାୟରକୁ (ୟୁଆରାଅଇ, URI) ଲିଙ୍କ କରି ସହଜରେ କ୍ୟୁ. ଆର. କୋଡ଼ ତିଆରି କରାଯାଇପାରିବ । ତେବେ କ୍ୟୁଆରପିଡ଼ିଆ ଅଧିକ ସୁବିଧା ଯୋଗାଇଦେଇଥାଏ । ଏହା ଉଇକିମିଡ଼ିଆ ୟୁକେର (WMUK) ମାଲିକାନାରେ ତାହାର ଏକ ସହ ପ୍ରକଳ୍ପ ଭାବେ ପରିଚାଳିତ ।

କ୍ୟୁଆରପିଡ଼ିଆ ଜଣେ ସ୍ୱେଚ୍ଛାସେବୀ ଉଇକିଆଳି ରୋଜର ବାମକିନଙ୍କଦ୍ୱାରା ଆରମ୍ଭ ହୋଇଥିଲା ଓ ଟେରେନ୍ସ ଇଡ଼େନଙ୍କଦ୍ୱାରା ଏହାର କୋଡ଼ ଲେଖାଯାଇ ଏହା ୨୦୧୧ ମସିହା ଏପ୍ରିଲ ମାସରେ ଅନାବରଣ କରାଯାଇଥିଲା । ଏହା ଅଧୁନା ଅଷ୍ଟ୍ରେଲିଆ, ବୁଲଗାରିଆ, ଚେକ ଗଣରାଜ୍ୟ, ଏଷ୍ଟୋନିଆ, ମାସିଡୋନିଆ, ସ୍ପେନ, ଭାରତ, ଯୁକ୍ତରାଜ୍ୟ, ଜର୍ମାନୀଯୁକ୍ତରାଷ୍ଟ୍ର ଆମେରିକାରେ ସଂଗ୍ରହାଳୟ ଓ ଅନ୍ୟାନ୍ୟ ଅନୁଷ୍ଠାନରେ ବ୍ୟବହୃତ ହେଉଛି । ଏହି ପ୍ରକଳ୍ପର ସୋର୍ସ କୋଡ଼ ଏମଆଇଟି ଲାଇସେନ୍ସରେ ରହିଛି ।

ଆଧାର[ସମ୍ପାଦନା]

  1. {{cite web}}: Empty citation (help)
  2. {{cite web}}: Empty citation (help)
  3. Johnson, L.; Adams, S. (2011). The Technology Outlook for UK Tertiary Education 2011-201 (PDF). NMC Horizon Report Regional Analyses. Austin, Texas: The New Media Consortium. ISBN 978-0-615-38209-8.

ବାହାର ଲିଙ୍କ[ସମ୍ପାଦନା]