କେପଲର ୨୨ବି
କେପଲର ୨୨ବି ଏକ ମହାକାଶ ଜଗତର ଗ୍ରହ । ଅନ୍ୟ ଗ୍ରହ ରେ ଜୀବନ ସନ୍ଧାନ କରୁଥିବା ନାସା କୁ ଏକ ବଡ ସଫଳତା ମିଳିଛି । କେପଲର ୨୨ବି ଓ ପୃଥିବୀ ମଧ୍ୟରେ ଅନେକ ସମାନତା ଥିବାରୁ ଏହା କୁ ନେଇ ବୈଜ୍ଞାନିକ ମାନେ ଆଶାବାଦୀ ଅଛନ୍ତି ।
ବିଷୟସୂଚୀ |
ସନ୍ଧାନ [ସମ୍ପାଦନା]
କେପଲର ୨୨ବି ଗ୍ରହ ର ସନ୍ଧାନ ପ୍ରଥମେ ୨୦୦୯ ର ମଧ୍ୟ ଭାଗରେ ମିଳିଥିଲା ମାତ୍ର ୨୦୧୧ ମସିହା ଡିସେମ୍ବର ୫ ତାରିଖରେ ଏହି ଆବିଷ୍କାର ର ଘୋଷଣା ନାସା ଦ୍ଵାରା କରଯାଇଥିଲା। କେପଲର ଟେଲିଷ୍କୋପ୍ ଏହି ଗ୍ରହ କୁ ଠାବ କରିଥିଲା।
ଅବସ୍ଥିତି [ସମ୍ପାଦନା]
କେପଲର ୨୨ବି ପୃଥିବୀ ଠାରୁ ୫୮୭ ଆଲୋକ ବର୍ଷ ଦୂରରେ ଅବସ୍ଥିତ ।
ତଥ୍ୟ [ସମ୍ପାଦନା]
ପୃଥିବୀ ସହ କେପଲର ୨୨ବି ର ଅନେକ ସମାନତା ରହିଛି ତେଣୁ ଏହା ମଣିଷ ବାସ ଉପୋଯୋଗୀ ହୋଇପରିବ କି ନାହିଁ ସେ ନେଇ ଗବେଷଣା କାରାଯାଉଛି । ନାସା ର ବୈଜ୍ଞାନିକ ବିଲ୍ବେରୁଚିଙ୍କ ମତରେ କେପଲର ୨୨ବି ରେ ତାପମାତ୍ରା ୨୨ ଡିଗ୍ରୀ ହୋଇପାରେ । ଏହି ଗ୍ରହ ସୂର୍ଯ୍ୟ ପରି ଏକ ଗ୍ରହ ଯାହା ଜି-୫ ଚାରିପଟେ ଘୁରିବୁଲୁଛି ଅହି ଗ୍ରହ ର ଗୋଟିଅ ପରିକ୍ରମଣ ପାଁଇ ଅହାକୁ ୨୯୦ ଦିନ ଲାଗିଥାଏ ମାତ୍ର ଏହା ତା ନିଜ ସୂର୍ଯ୍ୟ (ଜି-୫) ଠାରୁ ପୃଥିବୀ ତୁଳନା ରେ୧୫ ଗୁଣ ପାଖରେ ରହିଛି । ଏହି ଅନୁସନ୍ଧାନରେ ଏଟି ଦୂରବୀକ୍ଷଣ ଯନ୍ତ୍ର ପ୍ରମୁଖ ଭୂମିକା ଗ୍ରହଣ କରିଛି ଏହି ଦୂରବୀକ୍ଷଣ ଯନ୍ତ୍ରରେ ୯୬ ମେଗାପିକସେଲ୍ କ୍ୟାମେର ରହିଛି । ଏହି ଅନୁସନ୍ଧାନ ର ବ୍ୟୟ ୬୦୦ ନିୟୁତ କୋଟି ଡଲାର ଅଟକଳ କରାଯାଇଛି ।