କେଟ୍ଟୁବଳମ

ଉଇକିପିଡ଼ିଆ‌ରୁ
ବାମ୍ବନାଡ଼ ହ୍ରଦରେ ଭାସମାନ ଏକ କେଟ୍ଟୁବଳମ

କେଟ୍ଟୁବଳମ ଭାରତର କେରଳ ରାଜ୍ୟରେ ଦେଖିବାକୁ ମିଳୁଥିବା ଏକ ପ୍ରକାର ବୋଇତଘର । ଏ ନଉକାଗୁଡ଼ିକରେ ଛପର ଘରପରି କାଠ ସେଣି ଉପରେ ଛାତ ଥାଏ ।[୧] ପାରମ୍ପାରିକ କେଟ୍ଟୁବଳମ କେରଳ ପର୍ଯ୍ୟଟନ‌କୁ ଜନ‌ବିଦିତ କରିବା ନିମନ୍ତେ ବ୍ୟବ‌ହାର କରାଯାଇଥାଏ ।[୨]

ଶବ୍ଦର ଉତ୍ପତ୍ତି[ସମ୍ପାଦନା]

ମାଲାୟାଲାମ ଭାଷାରେ "କେଟ୍ଟୁ"ର ଅର୍ଥ "ବାନ୍ଧିବା" ଏବଂ "ବଳମ"ର ଅର୍ଥ "ଡଙ୍ଗା" - ଏହି ଦୁଇ ଶବ୍ଦର ମିଳନରୁ "କେଟ୍ଟୁବଳମ" ଶବ୍ଦର ଉତ୍ପତ୍ତି ।

ନିର୍ମାଣ[ସମ୍ପାଦନା]

ସ୍ଥାନୀୟ ବଢ଼େଇମାନ‌ଙ୍କଦ୍ୱାରା "ଅଞ୍ଜିଳି କାଠ" ବ୍ୟବ‌ହାର କରି ପ୍ରତ୍ୟେକ କେଟ୍ଟୁବଳମ ପୁରାତନ ବୋଇତ ନିର୍ମାଣ ପଦ୍ଧତି ବ୍ୟବ‌ହାର କରି ତିଆରିକରାଯାଇଥାଏ । ଝୋଟ ଦଉଡ଼ି ବ୍ୟବ‌ହାର କରି କାଠମାନଙ୍କୁ ପରସ୍ପର ସ‌ହ ବମଧାଯାଇଥାଏ ।[୩]

ଇତିହାସ[ସମ୍ପାଦନା]

ପୁରାକାଳରୁ କେରଳ ବ୍ୟାକୱାଟରସ ଅଲଗା ଅଲଗା ଆକାର ଓ ପ୍ରକାରର ବୋଇତମାନ ବ୍ୟବ‌ହାର କରାଯାଉଥିଲା ।[୧] କୁଟାନାଡ଼କୋଚିନ ମଧ୍ୟରେ ଚାଉଳ, ମସଲା ଓ ନାନାଦି ବସ୍ତୁର ପରିବ‌ହ‌ନ ନିମନ୍ତେ ଏହି ବୋଇତମାନ ବ୍ୟବ‌ହାର କରାଯାଉଥିଲ । ସେ କାଳରେ ଏହା ତିନି ଦିନ ଲାଗୁଥିଲା । ସାଧାରଣ କେଟ୍ଟୁବଳମମାନ ପାଖାପାଖି ୧୦୦ ଫୁଟ ଲମ୍ବ ଥିଲା ଯେଉଁଥିରେ ପାଖାପାଖି ୩୦ ଟନ ଓଜନର ଭାର ବୋହିପାରୁଥିଲେ ଯାହା ତିନୋଟି ଟ୍ରକ ପରିମାଣର ଓଜନ ବୋହିପାରୁଥିଲେ ।[୪] ଆଭିଜାତ୍ୟ ପରିବାରଗୁଡ଼ିକ ଏହି ବୋଇତରେ ବସବାସ ମଧ୍ୟ କରୁଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ Ayub, Akber (ed), Kerala: Maps & More, Backwaters, 2006 edition 2007 reprint, p. 47, Stark World Publishing, Bangalore, ISBN 81-902505-2-3
  2. Radhakrishnan, A.Anil. "Cruising along in designer houseboats". The Hindu, 11 March 2002. Archived from the original on 2008-02-02. Retrieved 2008-01-06.
  3. "Kerala Houseboat Booking". Green Hope Tourism. Archived from the original on 17 February 2013. Retrieved 21 December 2012.
  4. "Cargo boats". Worldviewer. Retrieved 2008-01-05.