କୁନ୍ତୀ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
କୁନ୍ତୀ
ପଣ୍ଡୁଙ୍କ ସହ କୁନ୍ତୀ
ଜୀବନସାଥି ପଣ୍ଡୁ
ସନ୍ତାନ କର୍ଣ୍ଣ, ଯୁଧିଷ୍ଠିର, ଭୀମ, ଅର୍ଜୁନ
ବାପା ମା
ଶୂରସେନ (biological father)
କୁନ୍ତୀଭୋଜ (adoptive father)

'ପୃଥା'ବା କୁନ୍ତୀ ଯଦୁବଂଶୀୟ ବସୁଦେବଙ୍କ ଭାଇ ଶୂରସେନଙ୍କ କନ୍ୟା ଓ କୃଷ୍ଣଙ୍କର ପିଉସୀ ।[୧] ଶୂରସେନ ଆପଣାର ଅନପତ୍ୟ ପିଉସୀପୁଅ ଭାଇ କୁନ୍ତୀଭୋଜଙ୍କ ନିକଟ ସତ୍ୟ କରିଥିଲେ ଯେ ତାଙ୍କର ପ୍ରଥମ ସନ୍ତାନକୁ ସେ ତାଙ୍କୁ ପାଳିବାକୁ ଦେବେ, ସେହି ସତ୍ୟ ଅନୁସାରେ ଶୂରସେନ ଆପଣା କନ୍ୟା 'ପୃଥା'ଙ୍କୁ କୁନ୍ତିଭୋଜଙ୍କ ହସ୍ତରେ ସମର୍ପଣ କରିଥିଲେ ଓ ଉକ୍ତ କନ୍ୟା ବାଲ୍ୟକାଳରୁ କୁନ୍ତୀଭୋଜଙ୍କ ଦ୍ଵାରା ପାଳିତା ହୋଇ କୁନ୍ତୀ ନାମ ପାଇଥିଲେ । [୨] ଯଦୁବଂଶୀ ରାଜା ଶୁରସେନଙ୍କ ପୃଥା ନାମକ କନ୍ୟା ଓ ବସୁଦେବ ନାମକ ପୁତ୍ର ଥିଲା । କୁନ୍ତଭୋଜ ସନ୍ତାନହୀନ ଥିବାରୁ ରାଜା ଶୁରସେନ ନିଜ କନ୍ୟା ପୃଥାଙ୍କୁ ଦାନ କରିଦେଇଥିଲେ । କୁନ୍ତଭୋଜ ପୃଥାଙ୍କୁ ପାଳନ ପୋଷଣ କରିବାରୁ ତାଙ୍କୁ କୁନ୍ତୀ ନାମରେ ପରିବର୍ତ୍ତିତ କରାଇଲେ । କୁନ୍ତୀଙ୍କ ବିବାହ ପାଣ୍ଡୁଙ୍କ ‍‍ସହିତ ହେଲା । କୁନ୍ତୀ ବାଲ୍ୟବସ୍ଥାରେ ଋଷି ଦୁର୍ବାସାଙ୍କୁ ସେବା କରୁଥିଲେ । କୁନ୍ତୀଙ୍କ ସେବାରେ ପ୍ରସନ୍ନ ହୋଇ ଦୁର୍ବାସା ଋଷି ତାଙ୍କୁ ଏକ ମନ୍ତ୍ର ଦେଇଥିଲେ ଯେଉଁ ଦେବତାଙ୍କୁ ଏହି ମନ୍ତ୍ର ମାଧ୍ୟମରେ ଆହ୍ୱାନ କରିବେ ସେ ପୁତ୍ର ପ୍ରାପ୍ତ କରିପାରିବେ । ଦୁର୍ଭାଗ୍ୟବଶତଃ କୁନ୍ତୀ ଏହି ବରର ପ୍ରୟୋଗ ସଂପୂର୍ଣ୍ଣଭାବେ ବୁଝିପାରିନଥିଲେ । ବାଲ୍ୟ ଚପଳାମୀ ଯୋଗୁଁ କୌତୁହଳ ବଶତଃ କୁନ୍ତୀ ଦୁର୍ବାସାଙ୍କ ମନ୍ତ୍ର ଉଚ୍ଚାରଣ କରି ସୂର୍ଯ୍ୟ ଦେବତାଙ୍କୁ ଆହ୍ୱାନ କଲେ । ମନ୍ତ୍ର ଅବ୍ୟର୍ଥ ହୋଇଥିବାରୁ ସୂର୍ଯ୍ୟଙ୍କ ଔରସରୁ ଏକ ପୁତ୍ରସନ୍ତାନ ଲାଭକଲେ ଏବଂ ସୂର୍ଯ୍ୟଙ୍କ ବର ପ୍ରଭାବରୁ ପୁନର୍ବାର କୁମାରୀତ୍ଵ ଲାଭକଲେ । କୁହାଯାଏ କୁନ୍ତୀ ପ୍ରାପ୍ତ ବୟସ ହୋଇନଥିବାରୁ ପୁତ୍ରଟି କର୍ଣ୍ଣବାଟେ ଜନ୍ମହୋଇ ଥିବାରୁ ସୂର୍ଯ୍ୟଙ୍କ ପୁତ୍ରର ନାମ କର୍ଣ୍ଣ ନାମରେ ନାମିତ କରାଯାଇଥିଲା । କିନ୍ତୁ, କେତେକ ଯୁକ୍ତି ବାଢନ୍ତି ଯେ କନ୍ୟା ସଂକ୍ରାନ୍ତିରେ ଜନ୍ମହୋଇଥିବାରୁ ନାମଟି ଏପରି ରଖାଯାଇଛି ।ଯାହା ଫଳରେ ଅଙ୍ଗରାଜ କର୍ଣ୍ଣ ଜନ୍ମ ହେଲେ । ମହାରାଜ ପାଣ୍ଡୁ ଦ୍ଵିତୀୟ ବିବାହ ମଦ୍ରଦେଶ ରାଜକୁମାରୀ ମାଦ୍ରୀଙ୍କ ସହ କଲେ । ଦିନେ ମହାରାଜା ପାଣ୍ଡୁ ବନରେ ବୁଲୁଥିବା ବେଳେ ଋଷି କନ୍ଦମ ଏବଂ ତାଙ୍କ ପତ୍ନୀ ହରିଣ ରୂପରେ ସମ୍ଭୋଗରେ ଲିପ୍ତ ସମୟରେ ବାଣ ଚଳାଇଥିଲେ ଯାହା ଫଳରେ ଋଷି କିନ୍ଦମଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁ ପୂର୍ବରୁ ରାଜା ପାଣ୍ଡୁଙ୍କୁ ଅଭିଶାପ ଦେଲେ ଯେ ତୁମର ମୃତ୍ୟୁ ଆମ ଭଳି ହେବ । ଏହି ଅଭିଶାପ ପାଇ ରାଜା ପାଣ୍ଡୁ ରାଜତ୍ୟାଗ କରି ପତ୍ନୀ କୁନ୍ତୀ ଓ ମାଦ୍ରୀଙ୍କ ସହ ବନରେ ରହିବାକୁ ଲାଗିଲେ । ଋଷି ଦୁର୍ବାସାଙ୍କଠାରୁ କୁନ୍ତୀ ପାଇଥିବା ମନ୍ତ୍ର ବିଷୟରେ ପାଣ୍ଡୁ ଜାଣିବାକୁ ପାଇଲେ । ସେ କୁନ୍ତୀଙ୍କୁ କହିଲେ ତୁମେ ସେହି ମନ୍ତ୍ର ମାଧ୍ୟମରେ ଧର୍ମରାଜଙ୍କୁ ଆହ୍ଵାନ କର । ଯେପରି କୁନ୍ତୀ ମନ୍ତ୍ର ଆହ୍ଵାନ କରି ଧର୍ମରାଜଙ୍କୁ ଡାକିଲେ । ତାଙ୍କ ଔରସରୁ ଧର୍ମରାଜ ଯୁଧିଷ୍ଠିର ଜନ୍ମ ହେଲେ ସେହିପରି ବାୟୁରୁ ମହାବଳୀ ଭୀମ, ଇନ୍ଦ୍ରଙ୍କଠାରୁ ଅର୍ଜୁନ ଜନ୍ମ ଗ୍ରହଣ କଲେ । ମାଦ୍ରୀ ମଧ୍ୟ ସେହି ମନ୍ତ୍ର ମାଧ୍ୟମରେ ଅଶ୍ୱିନୀ କୁମାରଙ୍କୁ ଆବାହାନ କରିବା ଦ୍ଵାରା ନକୁଳ ଓ ସହଦେବ ଜନ୍ମ ହେଲେ । [୩]

କୁନ୍ତୀ କୁମାରୀ ଥିବା ଅବସ୍ଥାରେ ସୂର୍ଯ୍ୟଙ୍କ ଔରସରେ ଏହାଙ୍କ କର୍ଣ୍ଣ ବାଟେ କର୍ଣ୍ଣଙ୍କୁ ଜନ୍ମ କରିଥିଲେ[୪] ଓ ପରେ ପଣ୍ଡୁଙ୍କୁ ବିବାହ କଲେ । କୁନ୍ତୀ ପଣ୍ଡୁରାଜାଙ୍କ ପ୍ରଥମା ସ୍ତ୍ରୀ ।[୫] ଅଭିଶାପ ଯୋଗୁଁ ପଣ୍ଡୁ ଏହାଙ୍କ ସଙ୍ଗେ ସହବାସ ନ କରି ପାରିବାରୁ ଏ ଦୁର୍ବାସାଙ୍କଠାରୁ ପ୍ରାପ୍ତ ଗୋଟିଏ ମାଳକୁ ଜପିବା ଦ୍ଵାରା ଧର୍ମ, ବାୟୁ ଓ ଇନ୍ଦ୍ର ଦେବତାଙ୍କୁ ଆହ୍ଵାନ କରି ସେମାନଙ୍କ ଔରସରେ ଯଥାକ୍ରମେ ଯୁଧିଷ୍ଠିର, ଭୀମ ଓ ଅର୍ଜୁନଙ୍କୁ ଜନ୍ମ କରିଥିଲେ । ଦିନେ ମାଦ୍ରୀଙ୍କ ସାନ୍ନିଧ୍ୟତା ଯୋଗୁଁ ପଣ୍ଡୁ ସଂଯମତା ହରାଇ ବସିଲେ ଓ ମାଦ୍ରୀଙ୍କ ସହିତ ସମ୍ଭୋଗ ସମୟରେ ଅଭିଶାପ ଯୋଗୁଁ ମୃତ୍ୟୁବରଣ କଲେ । ଅନୁତାପରେ ମାଦ୍ରୀ ପଣ୍ଡୁଙ୍କ ଜୁଇରେ ନିଜକୁ ବିସର୍ଜନ କଲେ , କୁନ୍ତୀ ମଧ୍ୟ ସତୀ ହେବାକୁ ଚାହୁଁଥିଲେ ।କିନ୍ତୁ, ଋଷିମାନେ ତାଙ୍କୁ ଏଥିରୁ ବିରତହେବାକୁ ଉପଦେଶ ହେଇଥିଲେ । କାରଣ ପିଲାମାନେ ଅନାଥ ହୋଇଯିବେ ।

ଆଉରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Studies of Mahabharata
  2. KUNTI (also called Pritha and Parshni)
  3. ସମୟ, ପୃଷ୍ଠା-୨, ୨୮.୧୨.୨୦୧୪
  4. Encyclopaedic Dictionary of Purāṇas by Swami Parmeshwaranand
  5. A classical dictionary of Hindu mythology and religion, geography, history, and literature by Dowson, John (1820-1881)