କାଜୁ

ଉଇକିପିଡ଼ିଆ ରୁ
କାଜୁ (ସତ୍ୟାମ୍ବ, ଲଙ୍କା ଆମ୍ବ, ସଇତିମା)
ନାଲି ଲଙ୍କା ଆମ୍ବର ଫୁଲ, କଞ୍ଚା ଓ ପାଚିଲା ଫଳ ଆଉ ମଞ୍ଜି
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
(unranked): Angiosperms
(unranked): Eudicots
(unranked): Rosids
ଗଣ: Sapindales
କୁଳ: Anacardiaceae
ପ୍ରଜାତି: Anacardium
ଜାତି: A. occidentale
ବାଇନୋମିଆଲ ନାଆଁ
Anacardium occidentale
L.

ଲଙ୍କାଆମ୍ବ ହେଉଛି ଏକ ଦ୍ରୁମ ଜାତୀୟ ବହୁ ବୀଜପତ୍ରୀ ସପୁଷ୍ପକ ଉଦ୍ଭିଦ। ଏହାକୁ ଇଂରାଜୀରେ cashew କହିଥାନ୍ତି, ଯାହା ପର୍ତ୍ତୁଗୀଜ ନାମ caju ରୁ ଆସିଅଛି। ଏହାର ମଞ୍ଜି ଓ ଫଳ ଉଭୟ ଖିଆଯାଏ। ଏହାର କାଣ୍ଡ ବଙ୍କା ତେଢା ହୋଇଥାଏ। ହଳଦିଆ, ଲାଲ ଓ ହଳଦିଆ-ଲାଲ ମିଶା ମିଶି ଫଳର ରଙ୍ଗ ଭେଦରେ ଲଙ୍କାଆମ୍ବ ତିନି ପ୍ରକାରର। ଲଙ୍କା ଆମ୍ବ ଦେଖିବାକୁ କେତେକାଂଶରେ ନାସପାତି ପରି।

ହଳଦିଆ ଲଙ୍କାଆମ୍ବ

ଏହାର ମଞ୍ଜି ଯାହା ଫଳର ତଳେ ରହିଥାଏ, ତାହା ଏହାର ଫଳଠାରୁ ଅଧିକ ଲୋକପ୍ରିୟ। ଏହି ମଞ୍ଜିର ଶକ୍ତ ଆବରଣ ଭିତରେଥିବା ଶସକୁହିଁ କାଜୁ କୁହାଯାଏ, ଯାହା ବଜାରରେ କିଣିବାକୁ ମିଳେ। ଏହି ଆବରଣକୁ ଗରମକଲେ ଏକ ପ୍ରକାର ତେଲ ବାହାରେ, ଯାହା ଚର୍ମରେ ଲାଗିଲେ ଘାଆ କରିଦିଏ। କିନ୍ତୁ ଏହି ତେଲର ଅନେକ ଔଷଧୀୟ ଗୁଣ ରହିଛି। କାଜୁର ଫଳ ଯାହା ମଞ୍ଜିର ଉପରେ ଥାଏ, ତାକୁ ଇଂରାଜୀରେ cashew apple କୁହାଯାଏ। ଏହାକୁ ଗାଁ ଗହଳିରେ ଲୋକମାନେ ଖାଇଥାନ୍ତି। ଲଙ୍କାଆମ୍ବର କେତଟି କିସମ ଖାଇବାକୁ ବହୁତ ମିଠା, ଆଉ କେତୋଟି ଖାଇଲେ ତଣ୍ଡି ଖର ଖର ହୁଏ। ଏହାର ରସ ଅନେକ ପ୍ରକାରର ଔଷଧୀୟ ଗୁଣଯୁକ୍ତ। ଚିନାବାଦାମ ଓ କାଠବାଦାମ ପରି ଏହାର ମଞ୍ଜି ପୌଷ୍ଟିକ କିନ୍ତୁ ସମସ୍ତଙ୍କ ଦେହରେ ଯାଏନାହିଁ। ତେବେ କାଜୁ ଚିନାବାଦାମ ଆଦିଠାରୁ ଅଧିକ ଲୋକଙ୍କ ଦେହରେ ଯାଏ। [୧]

ପରିଚୟ[ସମ୍ପାଦନା]

କାଜୁ ଗଛଟି ଚିର ହରିତ ଓ ଝଙ୍କାଳିଆ, ଯାହା ୧୦ ରୁ ୧୨ ମିଟର (ପାଖାପାଖି ୩୨ ଫୁଟ) ଯାଏ ବଢ଼ିଥାଏ। ଓଡ଼ିଶାରେ ଏହା ଏକ ଅତି ପରିଚିତ ଗଛ।

ଉତ୍ପତ୍ତି ଓ ବ୍ୟାପ୍ତି[ସମ୍ପାଦନା]

ଏହା ଆମେରିକାରେ ପ୍ରଥମେ ଜାତ ହୋଇଥିଲା ବୋଲି କୁହାଯାଏ। ୧୫୬୦ରୁ ୧୫୬୫ ଖ୍ରିଷ୍ଟାବ୍ଦ ଭିତରେ ପର୍ତ୍ତୁଗୀଜମାନେ ଏହାକୁ ଗୋଆ ଆଣିଥିଲେ। ଏଠୁ ଏହା ଦକ୍ଷିଣପୂର୍ବ ଏସିଆଆଫ୍ରିକାକୁ ବ୍ୟାପିଲା। [୨] ପର୍ତ୍ତୁଗୀଜମାନେ ଭାରତକୁ ଭଜାକାଜୁ ନେଇ ବେପାର କରିବାକୁ ଆସୁଥିଲେ। କାରଣ ଭାରତୀୟମାନେ କାଜୁ ଭଜାରେ ପାରଙ୍ଗମ ଥିଲେ।

ଉତ୍ପାଦନ[ସମ୍ପାଦନା]

ପୃଥିବୀରେ କାଜୁ ଉତ୍ପାଦନ

ପୃଥିବୀର ୧୦ଟି ପ୍ରମୁଖ କାଜୁ ଉତ୍ପାଦନକାରୀ ଦେଶ (FAOର ୨୦୧୦ତଥ୍ୟ ମେଟ୍ରିକ ଟନରେ)

ଦେଶ ଇଂରାଜୀ ନାମ ଉତ୍ପାଦନ
ଭିଏତନାମ Viet Nam 1,159,600
ଭାରତ India 613,000
ନାଇଜେରିଆ Nigeria 594,000
କୋଟେ ଡିଲଭୋଏର Côte d'Ivoire 370,000
ଇଣ୍ଡୋନେସିଆ Indonesia 174,300
ଫିଲିପାଇନସ୍ Philippines 134,681
ବ୍ରାଜିଲ Brazil 102,002
ଗିନିଆ-ବିଶାଉ Guinea-Bissau 91,100
ବେନିନ Benin 69,700
ମୋଜାମ୍ୱିକ Mozambique 67,200

ପୋଷକ ଗୁଣ[ସମ୍ପାଦନା]

'ଆନାକାର୍ଡିୟମ ଅକ୍ସିଡେଣ୍ଟାଲେ', କୋହଲରଙ୍କ 'ମେଡିସିନାଲ ପ୍ଲାଣ୍ଟସ' (୧୮୮୭) ପୁସ୍ତକରୁ
ତତ୍ତ୍ୱ ପରିମାଣ
କାଜୁ ମଞ୍ଜିର କଞ୍ଚା ଶସ : ପ୍ରତି ୧୦୦ ଗ୍ରାମ ହିସାବରେ ମୂଲ୍ୟ
ଶକ୍ତି (Energy) 2,314 kJ (553 kcal)
କାର୍ବୋହାଇଡ୍ରେଟ (Carbohydrates) 30.19 g
ଷ୍ଟାର୍ଚ (Starch) 23.49 g
ଶର୍କରା (Sugars) 5.91 g
ତନ୍ତୁ (Dietary fiber) 3.3 g
ସ୍ନେହସାର (Fat) 43.85 g
saturated 7.78 g
monounsaturated 23.8 g
polyunsaturated 7.85 g
ପୁଷ୍ଟିସାର (Protein) 18.22 g
ଜଳ (Water) 5.2 g
ଥିଆମାଇନ (ଜୀବନିକା ବି୧)(Thiamine - vit. B1) .42 mg (37%)
ରିବୋଫ୍ଲାବିନ (ଜୀବନିକା ବି୨)(Riboflavin - vit. B2) .06 mg (5%)
ନିଆସିନ (ଜୀବନିକା ବି୩) (Niacin - vit. B3) 1.06 mg (7%)
ପାଣ୍ଟୋଥେନିକ ଏସିଡ (Pantothenic acid - B5) .86 mg (17%)
ଜୀବନିକା ବି୬ (Vitamin B6) .42 mg (32%)
ଫୋଲେଟ (ଜୀବନିକା ବି୧) (Folate - vit. B9) 25 μg (6%)
ଜୀବନିକା ସି (Vitamin C) .5 mg (1%)
ଜୀବନିକା ଇ (Vitamin E) .9 mg (6%)
କ୍ୟାଲସିୟମ (Calcium) 37 mg (4%)
ଲୌହ (Iron) 6.68 mg (51%)
ମାଗ୍ନେସିୟମ (Magnesium) 292 mg (82%)
ମାଙ୍ଗାନିଜ (Manganese) 1.66 mg (79%)
ଫସଫରସ (Phosphorus) 593 mg (85%)
ପଟାସିୟମ (Potassium) 660 mg (14%)
ସୋଡିୟମ (Sodium) 12 mg (1%)
ଜିଙ୍କ (Zinc) 5.78 mg (61%)
ଭିତ୍ତି: USDAଙ୍କ ପୋଷକତତ୍ତ୍ୱ ଡାଟାବେସ
କାଜୁ ଗଛ

ଉପଯୋଗ[ସମ୍ପାଦନା]

ଔଷଧିୟ[ସମ୍ପାଦନା]

ଏହାର ଛେଲି, ପତ୍ର, ଫୁଲ, ଅଠା, ଫଳ ଓ ମଞ୍ଜିକୁ ଔଷଧ ରୂପରେ ଉପଯୋଗ କରାଯାଏ।

  • ଡାଇରିଆ, ଡାଇବେଟିସ, ମୁଖଗହ୍ୱରରେ ଫୁଲା ଓ ଘାଆରେ (ଛେଲିର ଅର୍କ)
  • ଦାନ୍ତବିନ୍ଧା, ମାଢ଼ି ଦରଜ, ଅଜୀର୍ଣ୍ଣରେ (ପତ୍ର)
  • ପରିସ୍ରାର ପ୍ରବାହକୁ ସୁଗମ କରିବାରେ (ଫୁଲ)
  • ଦେହରୁ କୃମି ଦୂର କରିବାରେ (ପୁଲ)
  • ଏକ ପ୍ରଭାବଶାଳୀ କୀଟାଣୁନାଶକ ହିସାବରେ (ଅଠା)

ଅନ୍ୟାନ୍ୟ[ସମ୍ପାଦନା]

ଲୁଣି କାଜୁ ଭଜା
  • ଏହାର କଞ୍ଚା ବା ଶୁଖିଲା ମଞ୍ଜିକୁ ଚୋପା ଛଡ଼ାଇ ବିଭିନ୍ନ ପ୍ରକାରର ତରକାରୀରେ ବାଟି ଦିଆଯାଏ। ଚୋପାଛଡ଼ା ଶୁଖିଲାମଞ୍ଜି ଏକ ପୌଷ୍ଟିକ ଖାଦ୍ୟ। ଏହା ବିଭିନ୍ନ ପ୍ରକରର ତରକାରୀକୁ ବହଳିଆ କରିବାରେ, ବିଭିନ୍ନ ପ୍ରକାରର ମିଷ୍ଟାନ୍ନରେ, ବିଭିନ୍ନ ପ୍ରକାରର ଆଇସକ୍ରିମରେ ଏହାର ବହୁଳ ପ୍ରୟ।ଗ ହୋଇଥାଏ।
  • ଲୁଣଦିଆ ଭଜାକାଜୁ ଖାଇବାକୁ ସମସ୍ତଙ୍କ ପାଟି ଟାକୁଟାକୁ ହୁଏ।

ସାବଧାନୀ[ସମ୍ପାଦନା]

  • ଏହାର ଶୁଖିଲା ମଞ୍ଜିର ଚୋପାରୁ ଏକ ପ୍ରକାରର ତେଲ ବାହାରେ। ବୁଝି ବିଚାରି ସାବଧାନତାର ସହିତ ଏହାର ବ୍ୟବହାର କରିବା ଉଚିତ। ଅନେକ ସ୍ଥଳରେ ଏହାର ବ୍ୟବହାର ବର୍ଜନୀୟ।
  • ଏହାର କଞ୍ଚାମଞ୍ଜିର ବଟା ଗର୍ଭବତୀ ସ୍ତ୍ରୀମାନଙ୍କ ପାଇଁ ଅପକାରୀ।

ଆଧାର[ସମ୍ପାଦନା]

  1. Rosen, T.; Fordice, D. B. (April 1994). "Cashew Nut Dermatitis". Southern Medical Journal 87 (4): 543–546. doi:10.1097/00007611-199404000-00026. PMID 8153790. Retrieved 2011-01-13. 
  2. "Cajucultura historia (in Portuguese)". http://www.cajucultura.com/historia.html. Retrieved February 2, 2010. 

ବାହାର ଆଧାର[ସମ୍ପାଦନା]

ଆହୁରି ପଢ଼ନ୍ତୁ[ସମ୍ପାଦନା]