କଳ୍ପନା ଚାୱଲା
| କଳ୍ପନା ଚାୱଲା | |
|---|---|
| ନାସା Astronaut | |
| ଜନ୍ମ | July 1, 1961 କର୍ଣ୍ଣଲ, ହରିୟାଣା, ଭାରତ |
| ମୃତ୍ୟୁ | ୧ ଫେବ୍ରୁଆରି, ୨୦୦୩ (୪୧ ବର୍ଷ) |
| Selection | 1994 NASA Group |
| Mission insignia | |
କଳ୍ପନା ଚାୱଲା ହେଉଛନ୍ତି ଭାରତରେ ଜନ୍ମିତ ପ୍ରଥମ ମହିଳା ମହାକାଶଚାରୀ ıକଳ୍ପନା ଚାୱଲା ୧୯୬୧ ମହିହା ଜୁଲାଇ ୧ ରେ ହରିୟାଣାର କର୍ଣ୍ଣଲ ସହରରେ ଜନ୍ମ ଗ୍ରହଣ କରିଥିଲେ ıପଞ୍ଜାବ ଇଞ୍ଜିନିୟରିଂ କଲେଜରୁ ଏରୋନଟିକାଲ୍ ଇଞ୍ଜିନିୟରିଂ ରେ ସ୍ନାତକ ଡିଗ୍ରୀ ଏବଂ ଆମେରିକାର ଟେକ୍ସାସ ୟୁନିଭର୍ସିଟିରୁ ଏରୋସ୍ପେଶ ଇଞ୍ଜିନିୟରିଂ ରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରି କରିଥିଲେ ı୧୯୮୮ ରେ ସେ ଆମେରିକାର କଲରାଡୋ ୟୁନିଭର୍ସିଟିରୁ ପିଏଚଡି ଡିଗ୍ରୀ ହାସଲ କରିଥିଲେ ı"ନାସା" ରେ ଯୋଗ ଦେବାପରେ ଜିନ୍-ପେରୀ ହ୍ୟାରିସନ ଙ୍କ ସହ ବିବାହ ବନ୍ଧନରେ ଆବନ୍ଧ ହୋଇଥିଲେ ı ୧୯୯୭ ନଭେମ୍ବର ୧୯ ରେ ମହାକାଶକୁ ଯାତ୍ରାକରି ସେ ଭାରତରେ ଜନ୍ମିତ ପ୍ରଥମ ମହିଳା ମହାକାଶଚାରୀ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ ı ପୁନଶ୍ଚ ୨୦୦୩ ରେ କଲମ୍ବିଆ ମହାକାଶଯାନ ଯୋଗେ ଅନ୍ତରୀକ୍ଷକୁ ଯାତ୍ରା କରିଥିଲେ କିନ୍ତୁ ପୃଥୀବି କୁ ଫେରିବା ବାଟରେ ଅର୍ଥାତ ୨୦୦୩ ଫେବୃୟାରୀ ୧ ରେ ସେହି ମହାକାଶଯାନ ଦୁର୍ଘଟଣାର ସମ୍ମୁଖୀନ ହେଲା ıଆଉ କଳ୍ପନା ସେହି ମହାକାଶରେ ହିଁ ଲୀନ ହେଇଗଲେ ı[୧]ତେବେ ତାଙ୍କର ସ୍ମୃତିରେ ଆମ ଦେଶର ପ୍ରଥମ ପାଣିପାଗ ଉପଗ୍ରହକୁ "କଳ୍ପନା-୧" ନାମରେ ନାମିତ କରାଯାଇଛି ı[୨]
ଆଧାର [ସମ୍ପାଦନା]
ବାହାର ଲିଙ୍କ [ସମ୍ପାଦନା]
| ଉଇକିପିଡ଼ିଆ କମନସରେ: Kalpana Chawla ଉପରେ ମାଧ୍ୟମ ରହିଅଛି |
- Kalpana Chawla Family Foundation
- Celebrating Life of Kalpana Chawla
- Kalpana Chawla Excellence Awards 2012
- Kalpana Chawla profile in India Currents 1998