କଳିଙ୍ଗ ପୁରସ୍କାର

ଉଇକିପିଡ଼ିଆ ରୁ

ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାକୁ ଅଧିକ ଲୋକପ୍ରିୟ କରିବା ଦିଗରେ ଉଲ୍ଲେଖନୀୟ ଅବଦାନଙ୍କୁ ସ୍ଵୀକୃତି ସ୍ଵରୂପ ଅନ୍ତର୍ଜାତୀୟ ସ୍ତରରେ ୟୁନେସ୍କୋ କଳିଙ୍ଗ ପୁରସ୍କାର ପ୍ରଦାନ କରାଯାଇଥାଏ। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରଦତ୍ତ ଧନରାଶିର ସୁଧରୁ ଲବ୍ଧ ଅର୍ଥକୁ ପୁରସ୍କାର ଭାବେ ପ୍ରଦାନ କରାଯାଇଥାଏ। ୧୯୫୨ମସିହାରୁ ଏହା ନିୟମିତଭାବେ (କେବଳ ୧୯୭୩ ଓ ୧୯୭୫ ମସିହାରେ ଦିଆ ଯାଇନଥିଲା) ପ୍ରଦାନ କରାଯାଇ ଆସୁଅଛି । କଳିଙ୍ଗ ଫାଉଣ୍ଡେସନ ସହ ସମନ୍ଵୟ ରକ୍ଷା ପୁର୍ବକ ୟୁନେସ୍କୋ ବିଶ୍ଵସ୍ତରୀୟ ବିଶେଷଜ୍ଞମାନଙ୍କ ଦ୍ଵାରା ମନୋନୀତ ବୈଜ୍ଞାନିକଙ୍କୁ ଏହି ମର୍ଯ୍ୟାଦାପୂର୍ଣ୍ଣ ପୁରସ୍କାର ପ୍ରଦାନ କରାଯାଇଥାଏ । ମୂଳରୁ କଳିଙ୍ଗ ପୁରସ୍କାର ଭାବେ ପରିଚିତ ଏହି ପୁରସ୍କାରକୁ ୨୦୦୯ରେ ୟୁନେସ୍କୋ କଳିଙ୍ଗ ପୁରସ୍କାର ଭାବେ ନାମିତ କରାଯାଇଛି । ଏହି ପୁରସ୍କାର ବର୍ତ୍ତମାନ ସୁଦ୍ଧା ୨୨ଟି ଦେଶର ୬୫ଜଣ ବୈଜ୍ଞାନିକଙ୍କୁ ପ୍ରଦାନ କରାଯାଇଛି ।

କଳିଙ୍ଗ ପୁରସ୍କାର ବିଜେତା[ସମ୍ପାଦନା]

୧୯୫୦ ଦଶକର ବିଜେତା

୧୯୬୦ ଦଶକର ବିଜେତା

୧୯୭୦ ଦଶକର ବିଜେତା

୧୯୮୦ ଦଶକର ବିଜେତା

  • ୧୯୮୦ ଆରିଷ୍ଟାଇଡେସ ବଷ୍ଟିଡାସ – ଭେନେଜୁଏଲା
  • ୧୯୮୧ ଡେଭିଡ ଆଟ୍ଟେନବର୍ଗ – ଇଂଲଣ୍ଡ ଏବଂ ଡେନିସ ଫ୍ଳାନେଗନ – ଯୁକ୍ତରାଷ୍ଟ୍ର ଆମେରିକା
  • ୧୯୮୨ ଓସୱାଲଡୋ ଫ୍ରୋଟା-ପେସୋ – ବ୍ରାଜିଲ
  • ୧୯୮୩ ଅବଦୁଲ୍ଲା ଅଲ ମୁତି ଶରାଫୁଦ୍ଦିନ – ବାଂଲାଦେଶ
  • ୧୯୮୪ ୟେସ କପେନ୍ସ – ଫ୍ରାନ୍ସ ଏବଂ ଆଇଗର ପେଟ୍ରିଆନଭ – ରୁଷ
  • ୧୯୮୫ ପିଟର ମେଡାୱାର – ଇଂଲଣ୍ଡ
  • ୧୯୮୬ ନିକୋଲାଇ ଜି. ବ୍ୟାସଭ – ରୁଷ ଏବଂ ଡେଭିଡ ସୁଜୁକି – କାନାଡା
  • ୧୯୮୭ ମାର୍ସେଲ ରଶ – ଭେନେଜୁଏଲା
  • ୧୯୮୮ ଜର୍ନ କର୍ଟନ – ଫିନଲ୍ୟାଣ୍ଡ
  • ୧୯୮୯ ସାଦ ଅହମଦ ଶବାନ – ମିଶର

୧୯୯୦ ଦଶକର ବିଜେତା

୨୦୦୦ ଦଶକର ବିଜେତା

ପରିସଂଖ୍ୟାନ[ସମ୍ପାଦନା]

ଏ ପର୍ଯ୍ୟନ୍ତ ଏହି ପୁରସ୍କାର ୨୨ଟି ଦେଶର ୬୫ଜଣ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଛି ।

  1. ଇଂଲଣ୍ଡ - ୧୦ଥର
  2. ଆମେରିକା - ୯ଥର
  3. ଫ୍ରାନ୍ସ - ୬ଥର
  4. ଭାରତ, ରୁଷ ଓ ବ୍ରାଜିଲ - ୫ଥର
  5. ଭେନେଜୁଏଲା, ମେକ୍ସିକୋ - ୪ଥର
  6. ପାକିସ୍ତାନ, ଜର୍ମାନୀ, ଇଟାଲୀ ଓ କାନାଡା - ୨ଥର
  7. ଅଷ୍ଟ୍ରିଆ, ବାଂଲାଦେଶ, ଫିନଲ୍ୟାଣ୍ଡ, ମିଶର, ରୋମାନିଆ, ନାଇଜେରିୟା, ଚେକ ରିପବ୍ଲିକ, ଫିଲିପାଇନ୍ସ, ଘାନା ଓ ଆର୍ମେନିଆ - ୧ଥର

ଏମାନଙ୍କ ମଧ୍ୟରୁ ୬୦ଜଣ ବିଜେତା ହେଉଛନ୍ତି ପୁରୁଷ ଏବଂ ମାତ୍ର ୫ଜଣ ନାରୀ ।

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]