କଳସା ଚଉତିଶା

ଉଇକିପିଡ଼ିଆ‌ରୁ

କଳସା ଚଉତିଶାଟି ଓଡ଼ିଆ ଭାଷାର ପ୍ରାଚୀନତମ ରଚନାମାନଙ୍କ ମଧ୍ୟରୁ ଅନ୍ୟତମ । ଏହା ବଚ୍ଛା ଦାସଙ୍କଦ୍ୱାରା ୧୩ଶ -୧୪ଶ ଶତକରେ ରଚିତ ।[୧] ଚଉତିଶାଟି ଶିବ ପାର୍ବତୀଙ୍କ ବିବାହକୁ ଆଧାରିତ କରି ରଚନା କରାଯାଇଅଛି । କବିଙ୍କ ବର୍ଣ୍ଣନାରେ ଶିବ ଏକ ବୃଦ୍ଧ ରୂପରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ବିବାହ ମଣ୍ଡପରେ ବିରାଜିତ ହୋଇଅଛନ୍ତି । ନିଜର ଭାବୀ ପତିଙ୍କୁ ଏପରି ବେଶରେ ଦେଖି ପାର୍ବତୀ ଅତ୍ୟନ୍ତ କାତର ହୋଇପଡ଼ିଛନ୍ତି । ପରିଶେଷରେ ଶିବ ନିଜର ପ୍ରକୃତ ରୂପ ପ୍ରକାଶ କରିଛନ୍ତି ଏବଂ ବିବାହ ଉତ୍ସବ ଖୁବ୍ ସମାରୋହରେ ସମ୍ପନ୍ନ ହୋଇଛି । ସମଗ୍ର ଚଉତିଶାଟିରେ ଏହି କାହାଣୀକୁ ହାସ୍ୟରସର ସହିତ ପରିବେଷଣ କରାଯାଇଛି ।[୨] ଏଥିରେ ୩୪ଟି ଚଉତିଶା ଅକ୍ଷର କ୍ରମରେ ରହିଛି । ଏଥିରେ ଉମା-ଶିବଙ୍କର କାହାଣୀ କମ ବୟସୀ ଦାସୀମାନଙ୍କୁ କାମାତୁର ବୁଢ଼ା ଧନିକମାନଙ୍କୁ ବିକ୍ରି କରାଯିବାର ସାମାଜିକ କୁସଂସକାରକୁ ଇଙ୍ଗିତ କରିଥାଏ ଯହିଁ ବର ମୃତ-ପ୍ରାୟ ହୋଇଥିବା ବୁଢ଼ା ଧନିକ ବରକୁ ସୂଚାଇଥାଏ । [୨] ଏହାର କବି ବଛା ଦାସଙ୍କ ଜୀବନ କାଳ ବାବଦରେ କିଛି ଜଣା ନଥିବାରୁ ଏହାର ରଚନା କାଳ ଏକ ବିବାଦୀୟ ଘଟଣା । ଏହା ସାରଳା ଦାସଙ୍କ ମହାଭାରତଠାରୁ ପୁରୁଣା ବୋଲି ଏକ ସ୍ଥାନରେ ଦର୍ଶାଯାଇଛି ।[୩][୪]

ଟୀକା[ସମ୍ପାଦନା]

  1. Oriya Literature.
  2. ୨.୦ ୨.୧ Amaresh Datta. The Encyclopaedia Of Indian Literature (volume One (a To Devo). Sahitya Akademy Publications. ISBN 978-81-260-1803-1
  3. Sujit Mukherjee. 'Dictionary Of Indian Literature. ISBN 978-81-250-1453-9 (2011). p.434 (English)
  4. Mohan Lal. Encyclopaedia Of Indian Literature. Vol.V. ISBN 978-81-260-1221-3, Sahitya Akademi (1993)

ଆଧାର[ସମ୍ପାଦନା]

  • Istoriia indiiskikh literatur. Moscow, 1964. (Translated from English.)
  • Contemporary Indian Literature. New Delhi, 1957.
  • Aj ka bharatiya sahitya. New Delhi, 1958.
  • Mayadhar Mansinha. History of Oriya Literature. New Delhi, 1962.
  • Mahapatra, S. Oriya: Tension Between Felt Experience and ‘Formal Structure. Indian Literature, vol. 14, no. 1, 1971, pp. 29–46.